କାନବେରା ୦୨।୧୨: ଭାରତୀୟ ଟିମ୍ ନିଜର ଦୁଇ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଭାବଶାଳୀ ସ୍କୋର ଛିଡା କରାଇବାରେ ସକ୍ଷମ ହୋଇଥିଲା। କାନବେରାରେ ଖେଳା ଯାଇଥିବା ତୃତୀୟ ଦିନିକିଆରେ ସଙ୍କଟରେ ଫସିଥିବା ଭାରତୀୟ ଦଳକୁ କେବଳ ଉଦ୍ଧାର କରିନଥିଲେ ଏହି ଦୁଇ ଖେଳାଳି ବରଂ ଏକ ଚ୍ୟାଲେଞ୍ଜିଂ ସ୍କୋର ଅଭିମୁଖେ ନେଇ ଯାଇଥିଲେ।
{"id":371603,"sizeSlug":"large"}ଦୁଇ ଖେଳାଳି ନିଜ ନିଜର ଅର୍ଦ୍ଧଶତକ ପୂରଣ କରିବା ସହିତ ରେକର୍ଡ ଭାଗିଦାରୀ ମଧ୍ୟ କରିଛନ୍ତି। ଉଭୟଙ୍କ ମଧ୍ୟରେ ଷଷ୍ଠ ଓ୍ଵିକେଟ୍ରେ ଅବିଭାଜିତ ୧୫୦ ରନର ଭାଗିଦାରୀ ହୋଇଛି। ଏହି ସମୟରେ ଦୁଇ ଯୋଡି ବଡ ରେକର୍ଡ ମଧ୍ୟ କରିଛନ୍ତି। ଜାଡେଜା ଓ ପାଣ୍ଡ୍ୟା ଯୋଡି ଅଷ୍ଟ୍ରେଲିଆ ମାଟିରେ ଷଷ୍ଠ ଓ୍ଵିକେଟ୍ ପାଇଁ ସବୁଠୁ ବଡ ଭାଗିଦାରୀର ରେକର୍ଡ ନିଜ ନାମରେ କରିଛନ୍ତି। ଏହା ପୂର୍ବରୁ ସଦଗୋପନ ଓ ରୋବିନ ସିଂହ ୧୯୯୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୨୩ ରନର ଭାଗିଦାରୀ କରିଥିଲେ। ଏହା ବ୍ୟତୀତ ଜାଡେଜା-ପାଣ୍ଡ୍ୟା ଯୋଡିଙ୍କ ନାମରେ ଏକ ଦିବସୀୟ କ୍ରିକେଟ୍ରେ ଭାରତ ପାଇଁ ଷଷ୍ଠ ଓ୍ଵିକେଟ୍ରେ ତୃତୀୟ ସର୍ବାଧିକ ଭାଗିଦାରୀ କରିବାର ରେକର୍ଡ ମଧ୍ୟ ଲିପବଦ୍ଧ ହେଲା।
{"id":371605,"sizeSlug":"large"}ଆଜିର ମ୍ୟାଚ୍ରେ ଭାରତ ୩୨ ଓଭରରେ ୧୫୨ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ରହିଥିଲା। ଏହା ପରେ ହାର୍ଦ୍ଦିକ ଓ ଜାଡେଜା ଇନିଂସକୁ ଧିରେ ଧିରେ ଆଗକୁ ବଢାଇଥିଲେ। ଜାଡେଜା ପ୍ରଥମେ ଧିମା ବ୍ୟାଟିଂ କରିଥିଲେ। ମାତ୍ର ଶେଷରେ ସେ ଗିୟର ବଦଳାଇ ଚୌକା ଓ ଛକା ବର୍ଷା କରିଥିଲେ। ଅନ୍ୟପଟେ ପାଣ୍ଡା ଟି-୨୦ ଶୈଳୀରେ ରନ କରି ଚାଲିଥିଲେ। ଫଳରେ ଏହି ଯୋଡିଙ୍କ ଦମରେ ଭାରତ ଶେଷ ୧୦ ଓଭରରେ ବିନା ଓ୍ଵିକେଟ୍ ହରାଇ ୧୧୧ ରନ କରିଥିଲା। ଏଥିରୁ ୮୬ ରନ ଅନ୍ତିମ ୬ ଓଭରରୁ ଆସିଥିଲା।
ପାଣ୍ଡ୍ୟା ୭୬ ବଲରୁ ସାତ ଚୌକା ଓ ଏକ ଛକା ଜରିଆରେ ୯୨ ରନ ଏବଂ ଜାଡେଜା ୫୦ ବଲରୁ ପାଞ୍ଚ ଚୌକା ଓ ୩ ଛକା ସହ ୬୬ ରନ କରିଥିଲେ।