KKRର ନୂଆ କୋଚ୍‌ ହେଲେ ଚନ୍ଦ୍ରକାନ୍ତ ପଣ୍ଡିତ, ମ୍ୟାକ୍‌କୁଲମ୍‌ଙ୍କ ପରେ ଟିମ୍‌ ଦେଲା ନୂଆ ଦାୟିତ୍ୱ

Published By : Prameya-News7 Bureau | August 18, 2022 IST

କୋଲକାତା ୧୮।୦୮: ଭାରତୀୟ ଘରୋଇ କ୍ରିକେଟ୍‌ ରେ ସବୁଠୁ ସଫଳ କୋଚ୍‌ ଭାବେ ପରିଚିତ ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ କୋଲକାତା ନାଇଟ ରାଇଡର୍ସ ଆଗାମୀ ଆଇପିଏଲ୍‌ ସିଜନ ପାଇଁ ମୁଖ୍ୟ କୋଚ୍‌ ନିଯୁକ୍ତ କରିଛି । ଗତ ସିଜନରେ ନ୍ୟୁଜିଲାଣ୍ଡର ବ୍ରେଣ୍ଡନ ମ୍ୟାକ୍‌କୁଲମ ନାଇଟ ରାଇଡର୍ସ କୋଚ୍‌ ଦାୟିତ୍ୱ ତୁଲାଇଥିଲେ । ବର୍ତ୍ତମାନ ସେ ଇଂଲଣ୍ଡ ଟେଷ୍ଟ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ କରୁଛନ୍ତି ।

ପଣ୍ଡିତଙ୍କ ପ୍ରଶିକ୍ଷଣରେ ମଧ୍ୟ ପ୍ରଦେଶ ଦଳ ଚଳିତ ବର୍ଷ ରଣଜୀ ଟ୍ରଫି ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି । ପୂର୍ବରୁ ପଣ୍ଡିତଙ୍କ ଅଧିନରେ ମୁମ୍ବାଇ ଓ ବିଦର୍ଭ ରଣଜୀ ଟ୍ରଫି ଟାଇଟଲ ହାସଲ କରିସାରିଛନ୍ତି । କୋଚ୍‌ ଭାବେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପଣ୍ଡିତ ଭାରତ ପକ୍ଷରୁ ୫ଟି ଟେଷ୍ଟ ଓ ୩୬ଟି ଦିନିକିଆ ଖେଳିଥିଲେ । ପଣ୍ଡିତଙ୍କୁ କୋଚ୍‌ ଭାବେ ଚୁକ୍ତି କରି ନାଇଟ୍‌ ରାଇଡର୍ସ ଉତ୍ସାହିତ ଥିବା କାର୍ଯ୍ୟକାରୀ ଅଧିକାରୀ ଭେଙ୍କି ମୈସୁର ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ପଣ୍ଡିତଙ୍କ ଭଳି ଜଣେ ଦକ୍ଷ ଓ ନିଷ୍ଠାପର କୋଚ୍‌ଙ୍କୁ ପାଇ ଆମେ ଆନନ୍ଦିତ । ଆଗାମୀ ସିଜନରେ ଆମ ଦଳ ତାଙ୍କ ପ୍ରଶିକ୍ଷଣରେ ଶ୍ରେଷ୍ଠ ପ୍ରଦର୍ଶନ କରିବ । ଅଧିନାୟକ ଶ୍ରେୟାସ ଆୟର ମଧ୍ୟ ପଣ୍ଡିତଙ୍କ ସହ କାର୍ଯ୍ୟ କରିବାକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.