ଦ୍ବିତୀୟ ପର୍ଯ୍ୟାୟ ମତଦାନକୁ ପାଣ୍ଡିଆନଙ୍କ ପ୍ରତିକ୍ରିୟା, କହିଲେ ଏଥର ବି ସ୍ୱିପ କରିବ ବିଜେଡି

Published By : Prameya-News7 Bureau | May 20, 2024 IST

ଭୁବନେଶ୍ୱର ୨୦/୦୫: ଦ୍ବିତୀୟ ପର୍ଯ୍ୟାୟ ମତଦାନକୁ ନେଇ ଭି.କେ ପାଣ୍ଡିଆନଙ୍କ ପ୍ରତିକ୍ରିୟା । ପ୍ରଥମ ଅପେକ୍ଷା ଦ୍ବିତୀୟ ପର୍ଯ୍ୟାୟରେ ଭଲ କରିବ BJD । ମୁଖ୍ୟମନ୍ତ୍ରୀଙ୍କ କଠିନ ପରିଶ୍ରମ, ବିଜେଡି ସରକାରର ପ୍ରତିଶ୍ରୁତି, ଲୋକଙ୍କ ବିଶ୍ବାସ ରହିଛି । ତେଣୁ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବି ସ୍ବିପ୍ କରିବ ବିଜେଡି । 

ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁତ ଭଲ କରିବ ବିଜେଡି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତୁଳନାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ କରିବ। ବିଜେଡି ସରକାରଙ୍କ କାମ ଓ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଯୋଗୁଁ ବିଜେଡି ଆଶାତୀତ ସଫଳତା ଲାଭ କରିବ। 

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବି ବିଜେଡି ସୁଇପ କରିବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁରରେ ହୋଇଥିବା ରୋଡ ଶୋରୁ ଜଣାପଡିଛି ନବୀନ ପଟ୍ଟନାୟକ କେତେ ଲୋକପ୍ରିୟ। ସମ୍ବଲପୁରରେ ବି ବିଜେଡିକୁ ଆଶାତୀତ ସଫଳତା ମିଳିବ ବୋଲି କହିଛନ୍ତି ପାଣ୍ଡିଆନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.