ଉଚ୍ଚଶିକ୍ଷାରେ ରହିବନାହିଁ ଅର୍ଥର ଅଭାବ, ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍ ଦେଲେ 5T ଅଧ୍ୟକ୍ଷ

Published By : Prameya-News7 Bureau | March 03, 2024 IST

କଳାହାଣ୍ଡି ୦୩।୦୩ : କଳାହାଣ୍ଡି ଧର୍ମଗଡ଼ ଓ ବଲାଙ୍ଗୀର ଟିଟିଲାଗଡ଼ରେ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ୍ ପ୍ରଦାନ କରିଛନ୍ତି 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍। ଏହି ସ୍କଲାରସିପ୍ ଜରିଆରେ ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଛି। ଯାହାଦ୍ବାରା ଛତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାରେ ଅର୍ଥର ଅଭାବ ରହିବ ନାହିଁ।

ସେହିପରି ନୂଆ-ଓ ମ୍ୟାଜିକ୍ କାର୍ଡ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ଏହି କାର୍ଡ ଜରିଆରେ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସୁବିଧା ସୁଯୋଗ ମିଳିବ। ଯାତାୟତ ଓ ଓ୍ବାଇଫାଇ ଭଳି ଅନେକ ସୁବିଧା ପାଇବେ ଛାତ୍ରଛାତ୍ରୀ। ତେବେ ଯେଉଁ ଛାତ୍ରଛାତ୍ରୀମାନେ ଅଧିକ ସଂଖ୍ୟାରେ ଆକ୍ଟିଭିଟିରେ ସାମିଲ ହେବେ, ସେହି ଅନୁସାରେ କାର୍ଡ ରିଚାର୍ଜ ହେବ। ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖ ରାଜ୍ୟ ସରକାର ଏହି ନୂଆ-ଓ ସ୍କଲାରସିପ ବ୍ୟବସ୍ଥା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏଥିପାଇଁ ଏକ କର୍ପସ ଫଣ୍ଡର ବ୍ୟବସ୍ଥା କରିଛନ୍ତି। ଏହି ସ୍କିମରେ ରାଜ୍ଯର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହିଛନ୍ତି 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍।

wp:embed {"url":"https://www.prameyanews7.com/aravinda-dhali-join-bjp-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/aravinda-dhali-join-bjp-today/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.