ବିଜେପିକୁ ବିଜେଡି ନେତା ପାଣ୍ଡିଆନ୍‌ଙ୍କ ଟାର୍ଗେଟ ; କହିଲେ- ନେଲା ବେଳକୁ ଚତୁର୍ଭୂଜ, ଦେବା ବେଳକୁ ଖାଲିହାତ

Published By : Prameya-News7 Bureau | May 29, 2024 IST

ଭୁବନେଶ୍ୱର ୨୯।୦୫ : ପ୍ରେସମିଟ କରି ପୁଣି ବିଜେପିକୁ ଟାର୍ଗେଟ କଲେ ଭି.କେ ପାଣ୍ଡିଆନ । କହିଲେ ନେଲା ବେଳକୁ ଚତୁର୍ଭୂଜ, ଦେବା ବେଳକୁ ଖାଲିହାତ।ଓଡ଼ିଶାରୁ ରାଜସ୍ବ ବାବଦରୁ କୋଟି କୋଟି ଟଙ୍କା ନେଉଛନ୍ତି କେନ୍ଦ୍ର ସରକାର। କିନ୍ତୁ ଓଡ଼ିଶାକୁ କେତେ ଦେଇଛନ୍ତି ବୋଲି ପଚାରିଛନ୍ତି କାର୍ତ୍ତିକ ପାଣ୍ଡିଆନ୍। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥିସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ଜାତୀୟ ରାଜପଥର ଦୂରାବସ୍ଥା, ଦରଦାମ ନିୟନ୍ତ୍ରଣରେ ବିଫଳତା, ୨ କୋଟି ରୋଜଗାରର ପ୍ରତିଶୃତି, ଗର୍ଭଗୃହ ଖୋଲିବା ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛନ୍ତି । । BJP ୧୦ ବର୍ଷ ହେଲା କେନ୍ଦ୍ରରେ କ୍ଷମତାରେ ଅଛି। ଚାଷୀଙ୍କ ସମସ୍ୟା ଦୂର କରିପାରିଲେନି । ୨୦୧୪ରେ ଯାହା ପ୍ରତିଶ୍ରୁତି ଦେଇଥିଲେ ହେଲେ କିଛି କଲେନି । ଧାନ MSP ଦୁଇଗୁଣା କରିବେ , ଚାଷୀଙ୍କ ଆୟ ଦୁଇଗୁଣା କରିବୁ କହିଥିଲେ , ହେଲେ ଏବେ ଯାଏଁ ହେଲାନି । ନିର୍ବାଚନ ୧୦ ଦିନ ଆଗରୁ ସେମାନ ଚାଷୀଙ୍କୁ ମନେ ପକାଇଲେ ।  ଏହା ଦୁର୍ଭାଗ୍ୟଜନକ କଥା ।  ୨୦୧୪ରେ କହିଥିଲେ ଦରଦାମ ବୃଦ୍ଧି କମ୍‌ କରିବୁ । ତେଲ, ଡାଲି, ପେଟ୍ରୋଲ, ଡିଜେଲ, ଏଲ୍‌ପିଜି ସିଲିଣ୍ଡର ଦର କମ କରିବୁ ବୋଲି କହିଥିଲେ କିଛି ହେଲାନି । 

ସେହିପରି ପ୍ରତିବର୍ଷ ୨ କୋଟି ରୋଜଗାର ଦେବେ କହିଥିଲେ, ତାହା ବି କଲେନି । ୨ କୋଟି କଣ ୨ ଲକ୍ଷ ରୋଜଗାର ବି ଦେଇନାହାନ୍ତି । ପ୍ରତିବର୍ଷ ୨ କୋଟି ଦେଇଥିଲେ ଓଡ଼ିଶା ଭାଗରେ ୮୦ ଲକ୍ଷ ପଡ଼ିଥାଆନ୍ତା । ୮୦ ଲକ୍ଷ ଦୂର କଥା ୮ ହଜାର ଲୋକଙ୍କୁ  ବି ଚାକିରି ଦେଲେନି । 

ପ୍ରତିବର୍ଷ କୋଇଲାରୁ ୨୭ ହଜାର କୋଟି ଟଙ୍କା ପାଉଛନ୍ତି MCL । ନାଲକୋ ୩ରୁ ୪ ହଜାର କୋଟି ଟଙ୍କା ପାଉଛନ୍ତି । ରେଲଓ୍ୱେରୁ ୨୦ରୁ ୨୫ ହଜାର କୋଟି ଟଙ୍କା ପାଉଛନ୍ତି । ସବୁ ମିଶିଲେ  ଓଡ଼ିଶାରୁ ପାଖାପାଖି ୬୦ରୁ ୭୦ ହଜାର କୋଟି ନେଉଛି କେନ୍ଦ୍ର । ହେଲେ ଦେଲା ବେଳକୁ ଦେଉଛନ୍ତି ୫ରୁ ୬ ହଜାର କୋଟି । ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ ନୀତି ଚାଲିଛି ।

ଏସବୁ ପ୍ରଶ୍ନ କଲେ ରତ୍ନଭଣ୍ଡାର କଥା କହିବେ, ପ୍ରସଙ୍ଗରୁ ଓହରିଯିବେ ।  ଅଶାଳୀନ ଭାଷାରେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ଓଡ଼ିଶାବାସୀ ଏସବୁ ଜାଣିଛନ୍ତି । ୧ ତାରିଖରେ ଉତ୍ତର ଦେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.