ରାଉରକେଲାରେ ପାଣ୍ଡିଆନ୍‌ଙ୍କ ଉଦ୍‌ବୋଧନ : ଜୁନ୍‌ ୯ରେ ଶପଥ ନେବେ ମୁଖ୍ୟମନ୍ତ୍ରୀ, ପ୍ରଥମ ଦସ୍ତଖତ ମାଗଣା ବିଜୁଳି ବିଲ୍‌

Published By : Prameya-News7 Bureau | May 15, 2024 IST

ରାଉରକେଲା ୧୫।୦୫ : ରାଉରକେଲାରେ ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ଉଦ୍‌ବୋଧନ । ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲାରେ ହକି ବିଶ୍ୱକପ୍‌ ସ୍ୱପ୍ନରୁ ବାହାରେ ଥିଲା । କଠିନ ପରିଶ୍ରମ କରି ହକି ବିଶ୍ୱକପ୍‌ ଆୟୋଜନ କରାଗଲା । ପୂର୍ବରୁ ରାଉରକେଲାରେ କଣ ଥିଲା , ଏବେ କଣ ଅଛି ? 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣଙ୍କ ଟିକେ ଭୁଲ୍‌, ରାଉରକେଲାକୁ ଆହୁର ପଛକୁ ନେଇଯିବ । ତେଣୁ ଭାବି ଚିନ୍ତି  ନିଷ୍ପତ୍ତି ନିଅନ୍ତୁ । ଆମ ମୁଖ୍ୟମନ୍ତ୍ରୀ ଆଗାମୀ ଦିନରେ ରାଉରକେଲା ଏବଂ ସୁନ୍ଦରଗଡ଼ ପାଇଁ ବଡ଼ ପ୍ଲାନ କରିଛନ୍ତି । ନିର୍ବାଚନ ସମୟରେ ବଡ଼ ବଡ଼ ନେତା ଆସୁଛନ୍ତି । ବଡ଼ କଥା କହୁଛନ୍ତି । ଆଉ ପ୍ରତିଶୃତି ଦେଇ ପଳାଉଛନ୍ତି । ଆମ ମୁଖ୍ୟମନ୍ତ୍ରୀ କଥା କମ୍‌, କାମ ବେଶୀ କରନ୍ତି । ତେଣୁ ମୁଁ ଆଉ ଥରେ କହି ରଖୁଛି । ଜୁନ୍‌ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଯାହାପରେ ପ୍ରଥମ ଦସ୍ତଖତ ବିଜୁଳି ବିଲ୍‌, ୨ୟ ଦସ୍ତଖତ BSKY ପାଇଁ କରିବେ । ଅଙ୍ଗନବାଡି, ଆଶା ଦିନ ଓ ସରକାରୀ କର୍ମଚାରୀ ପାଇବେ ସୁବିଧା । ୨୦ ବର୍ଷ ହବେ ଜଣେ ସାଂସଦଙ୍କ ପଠାଉଛନ୍ତି । ସେ ରାଉରକେଲା ପାଇଁ କଣ କରିଛନ୍ତି ।  ଯାହା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ କରିଛନ୍ତି । 

 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.