ରାଉରକେଲା ୧୧।୦୫ : ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପଲ୍ଲୀରେ ବିଜେଡି ନେତା ଭି.କେ ପାଣ୍ଡିଆନ୍ଙ୍କ ଜନସଭା । ଏହି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେଡିର ଇସ୍ତାହାରରେ ବିଜୁଳି ବିଲ୍ ମାଗଣା ଘୋଷଣା ପରେ ବିରୋଧୀଙ୍କୁ କରେଣ୍ଟ ଲାଗିଛି।
ରାଜ୍ୟରେ ବିଜେଡି ସରକାର ଆଉ ଥରେ ଆସିବ । ଏହାସହିତ ଜୁଲାଇରୁ ବିଜୁଳି ବିଲ ଆସିବନି । ଯଦି ପରିବର୍ତନର ହାୱା ଚାଲିଛି ତାହେଲେ ଆହ୍ୱାନକୁ ଗ୍ରହଣ କରନ୍ତୁ । ଏତେ ବଡ କେନ୍ଦ୍ରମନ୍ତ୍ରୀ ହୋଇ ଦମ ଦେଖାନ୍ତୁ । ଓଡ଼ିଶାରେ ନବୀନ ହାୱା ଚାଲୁଛି । ବାହାରୁ ଆସି ନେତା ଓଡିଶା ବିଜେପିର ମନୋବଳ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି । ବିଜେପି ନେତା ଗ୍ୟାରେଣ୍ଟି ଦେଇପାରିବେ କି ନିର୍ବାଚନ ପରେ ତେଲ ରେଟ ବଢିବନି ? ୨୦୧୪ ଦର ଅନୁସାରେ ଗ୍ୟାସ ରେଟ ଦେବେ ବୋଲି ?