ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ପରଦାକୁ ପୁଣି ଫେରୁଛନ୍ତି ପାଣ୍ଡେ ଜୀ, ଖୁବଶୀଘ୍ର ଆରମ୍ଭ ହେବ ‘ଦବଙ୍ଗ-୪’ର ସୁଟିଂ

8/07/2022 at 10:12 AM

ମୁମ୍ବାଇ ୦୮।୦୭: ବଲିଉଡ୍‌ର ଭାଇଜାନ୍ ତଥା ସୁପରଷ୍ଟାର୍ ସଲମାନ୍ ଖାନ୍‌ଙ୍କ ଆଗାମୀ ସିନେମା ଗୁଡ଼ିକର ଲମ୍ବା ଲାଇନ୍‌ରେ ରହିଛି । ସେହି ଲିଷ୍ଟ୍‌ରେ ସାମିଲ୍ ଅଛି ଟାଇଗର୍ ୩, ନୋ ଏଣ୍ଟ୍ରି ୨ ଓ କଭି ଇଦ୍ କଭି ଦିଓ୍ବାଲୀ ଭଳି ଇଣ୍ଟ୍ରେସ୍ଟିଙ୍ଗ୍ ସିନେମା। ଶୁଣିବାକୁ ମିଳୁଛି ବଜରଙ୍ଗୀ ଭାଇଜାନ୍ -୨ ମଧ୍ୟ ଆଗକୁ ଆସିବାର ଅଛି, ହେଲେ ଏ ନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ। କିନ୍ତୁ ଏ ସବୁ ଖବର ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିବା ପରେ ଫ୍ୟାନ୍ସମାନଙ୍କର ଏକ୍ସାଇଟମେଣ୍ଟର ସୀମା ନାହିଁ। ସେମାନେ ବି ପାଣ୍ଡେ ଜି ଙ୍କୁ ଖୁବ ଶୀଘ୍ର ଥାନାରେ ରାଜ କରୁଥିବାର ଦେଖିବାକୁ ଚାହାଁନ୍ତି।

ଆଜ୍ଞା ହଁ, ଭାଇଜାନ୍ ପୁଣିଥରେ ଚୁଲ୍‌ବୁଲ୍‌ ମୁଡ୍‌ରେ। ଦବଙ୍ଗ୍ ୪ ନେଇ ଆସୁଛନ୍ତି ଚୁଲ୍‌ବୁଲ୍‌ ପାଣ୍ଡେ। ଦବଙ୍ଗ୍ ପାର୍ଟ ଓ୍ବାନ୍‌ରେ ଦର୍ଶକଙ୍କୁ ଭରପୁର୍ ଏଣ୍ଟରଟେନ୍ କରିଥିଲେ ସଲମାନ୍। ରୋଚକ କାହାଣୀ ସାଙ୍ଗକୁ ଫିଲ୍ମଟିର ମ୍ୟୁଜିକ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଛି। ଆକ୍ସନ ଷ୍ଟାର୍ ସଲମାନଙ୍କର ଆକ୍ସନ୍ ସାଙ୍ଗକୁ ରୋମାଣ୍ଟିକ୍ ଲଭର୍ ଓ କମେଡି ଅନ୍ଦାଜ ଦର୍ଶକଙ୍କୁ ବହୁତ ଭଲ ଲାଗିଥିଲା। ଆଉ ଏବେ ଦବଙ୍ଗ୍ ୪ ରେ ନିଜର ପର୍ଫୋମାନ୍ସ ବଜାୟ ରଖିବାକୁ ପୁରା ପ୍ରସ୍ତୁତ ଅଛନ୍ତି ସଲମାନ୍। ଇ-ଟାଇମ୍ସର ରିପୋର୍ଟ ଅନୁଯାୟୀ ତିଗ୍ମାଂସୁ ଧୁଲିଆ ଏହି ସିନେମାର କାହାଣୀ ଲେଖୁଥିବାବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବ ମଧ୍ୟ ତୁଲାଇବେ।

ସଲମାନଙ୍କୁ ଅନେକଥର ପୋଲିସ ଭୂମିକାରେ ଦେଖିବାକୁ ମିଳିଛି। ଲୋକମାନଙ୍କୁ ଭର୍‌ପୁର ମନୋରଞ୍ଜନ ମଧ୍ୟ ଦେଇଛନ୍ତି। ହେଲେ ଦବଙ୍ଗ୍ ସିନେମାରେ ସଲମାନ୍ ଖାନ୍‌ଙ୍କ ପାଣ୍ଡେଜି ଭୂମିକାଟି ଦର୍ଶକଙ୍କ ମନ କିଣି ନେଇଥିଲା। ପରଫେକ୍ଟ୍ କମେଡି ଟାଇମିଙ୍ଗ୍ ସାଙ୍ଗକୁ ଦମଦାର ଆକ୍ସନ୍ ଓ କିଲର୍ ଲୁକ୍ ଦର୍ଶକଙ୍କୁ ଦିଓ୍ବାନା ବନେଇ ଦେଇଥିଲା। ଦବଙ୍ଗ ପାର୍ଟ -୧ ଓ ୨ ବକ୍ସ ଅଫିସରେ ଧୁମ ମଚେଇଥିବାବେଳେ ପାର୍ଟ ୩ ର କଲେକ୍ସନ ଟିକେ ଫିକା ପଡିଯାଇଥିଲା। ହେଲେ ଏବେ ଦବଙ୍ଗ୍ ୪ ର କାହାଣୀକୁ ନେଇ ସଲମାନ୍ ଖୁବ୍ ଖୁସିଥିବାବେଳେ ସିନେମାର ସକ୍ସେସ୍‌କୁ ନେଇ ବେଶ୍ ଆଶାବାଦୀ ଥିବାର ଜଣାପଡୁଛନ୍ତି। ଦର୍ଶକ ମଧ୍ୟ ସଲମାନ୍‌ଙ୍କୁ ପୁଣିଥରେ ଚୁଲ୍‌ବୁଲ୍‌ ପାଣ୍ଡେ ରୂପରେ ଦେଖିବାକୁ ବହୁତ ଏକ୍ସାଇଟେଡ୍ ଅଛନ୍ତି।

   Related Posts