ପଣ୍ଡା ଇନ୍ଫ୍ରା କମ୍ପାନୀକୁ ଧକ୍କା ! ଜଟଣୀ ଓଭରବ୍ରିଜ ନିମ୍ନମାନର କାମ ଅଭିଯୋଗରେ ଭିଜିଲାନ୍ସ ପାଖରେ ସିସିଟିଭି ଫୁଟେଜ ଦାଖଲ କଲା ଜଟଣୀ ବ୍ୟବସାୟୀ ମହାସଂଘ
8/05/2018 at 11:32 AM

ବମିଖାଲ ଓଭରବ୍ରିଜ୍ ପରେ ପଣ୍ଡା ଇନ୍ଫ୍ରା କମ୍ପାନୀକୁ ଧକ୍କା। ଜଟଣୀ ଓଭରବ୍ରିଜ ନିମ୍ନର ମାନର କାମ ଅଭିଯୋଗ ଅାଣି ଭିଜିଲାନ୍ସ ପାଖରେ କାମ ଅନିୟମିତତାର ସିସିଟିଭି ଫୁଟେଜ ଦାଖଲ କଲା ଜଟଣୀ ବ୍ୟବସାୟୀ ମହାସଂଘ। ସେପଟେ ବମିଖାଲ ଓଭର ବ୍ରିଜ ନିକଟରେ ଅାଜିଠୁ ରିଲେ ଧାରଣା ଅାନଶନ ଅାରମ୍ଭ କରିଛି ବିଜେପି।
ବମିଖାଲ ଓଭର ବ୍ରିଜ ଦୁର୍ଘଟଣା ଦୁଇ ଜଣଙ୍କ ମୃତ୍ୟୁ ଘଟିବା ପରେ ଓଭରବ୍ରିଜର କାମର ମାନ ନେଇ ପ୍ରଶ୍ପ ଉଠାଇଛି ବିଜେପି। ଓଭରବ୍ରିଜର କାମ ଅାଇଅାଇଟି ଚେନ୍ନାଇର ବିଶେଷଜ୍ଞ ମାନଙ୍କ ଦ୍ବାରା ଯାଞ୍ଚ କରିବା ଦାବିରେ ଅାଜି ଠାରୁ ରିଲେ ଅନଶନ ଚଳାଇଛି ବିଜେପି।ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି। ଓଭର ବ୍ରିଜରେ ବ୍ୟବହୃତ ସିମେଣ୍ଟ ଓ ଛଡର ମାନ ଯାଞ୍ଚ କରିବାକୁ ଦାବି କରାଯାଇଛି। ସେପଟେ ପଣ୍ଡା ଇନଫ୍ରା ପୋଖୀରିପୁଟରେ ଚାଲିଥିବା ରେଲଓ୍ବେ ଓଭର ବ୍ରିଜର କାମ ବିଳମ୍ବ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ୨୦୧୨ ମସିହାରେ ଭିତିପ୍ରସ୍ତର ସ୍ଥାପନ କରାଯାଇଥିବା ଲିଙ୍ଗରାଜ ରୋଡ ପୋଖରିପୁଟ ରେଲଓ୍ବେ ଓଭରବ୍ରିଜ କାମ ବିଳମ୍ବ ନେଇ ଅସନ୍ତୋଷ ଦେଖା ଦେଇଛି। ରେଲଓ୍ବେ ଓଭର ବ୍ରିଜି କାମ ସରୁ ନିଥିବାରୁ ଯିବା ଅାସିବା ପାଇ ଅସୁବିଧାର ସମୁଖୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ। ବାରମ୍ବାର ରେଲ ଫାଟକ ପଡୁଥିବାରୁ ଯାତାୟତରେ ଅସୁବିଧା ହେଉଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା।ସେପେଟ ବିଜେପି ଅାଣିଥିବା ଅଭିଯୋଗ ନେଇ ମତ ରଖିଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ପାରାଦ୍ବୀପ ଅାଓସିଏଲରେ ବହୁ ଶ୍ରମିକ ମୃତ୍ୟୁ ବରଣ କରୁଥିବା ବେଳେ ବିଜେପି କାହିକି ଚୁପ ରହିଛି ବୋଲି ବିଜେପି ଉପରେ ନିଶାନା ସାଜିଛନ୍ତି ପୂର୍ତ୍ତ ବିଭାଗ ମନ୍ତ୍ରୀ।
ସେପଟେ ନିର୍ମାଣାଧୀନ ଜଟଣୀ ଓଭରବ୍ରିଜ୍ କାର୍ଯ୍ୟର ଖୋଳତାଡ଼ ଆରମ୍ଭ କରିଛି ଭିଜିଲାନ୍ସ। ନିମ୍ନ ମାନର କାମ ଅଭିଯୋଗ ଅାଣି ଭିଜିଲାନ୍ସ ପାଖରେ କାମ ଅନିୟମିତତାର ସିସିଟିଭି ଫୁଟେଜ ଦାଖଲ କଲା ଜଟଣୀ ବ୍ୟବହାୟୀ ମହାସଂଘ। ଜଟଣୀ ବ୍ୟବସାୟୀ ସଂଘ ପକ୍ଷରୁ ଦାଖଳ କରାଯାଇଥିବା ଓ ସିଓିଟିଭିର ହାର୍ଡଡିସ୍କକୁ ଫରେନସିକ ଲାବକୁ ପଠାଯିବ ବୋଲି କହିଛନ୍ତି ଭିଜିଲାନ୍ସ ଡିଏସପି। ଏହା କାମର ମାନ ରାଉରକେଲା ଏନଅାଟିର ବିଶେଷଜ୍ଞ ମାନଙ୍କ ଦ୍ବାରା ଯାଞ୍ଚ କରାଯାଉଥିବା କହିଛନ୍ତି ଭିଜିଲାନ୍ସ ଡିଏସପି।
ଓଭର ବ୍ରିଜ ଦୁର୍ଘଟଣା ନେଇ ରାଜନୌତକି କାଦୁଅା ଫିଙ୍ଗା ଚାଲିଥିବାବେଳେ ଏବେ ଅପେକ୍ଷା ତଦନ୍ତ ରିପୋର୍ଟକୁ…