କୋଟିଆର ପଞ୍ଚାୟତିରାଜ ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା
28/07/2023 at 3:53 PM

ପଟାଙ୍ଗୀ ୨୮।୭: ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଲାଗିରହିଥିବା କୋଟିଆ ପଞ୍ଚାୟତରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ପଞ୍ଚାୟତିରାଜ ସଚିବ ଆଇଏଏସ୍ ସୁଶୀଲ କୁମାର ଲୋହାନି । ଶୁକ୍ରବାର ସେ କୋଟିଆ ପଞ୍ଚାୟତର କୁରୁଡ଼ିପଦର ଗ୍ରାମରେ ଓଡ଼ିଶା ଜୀବିକା ମିଶନରେ ହୋଇଥିବା ମହୁ ଚାଷକୁ ଦେଖିବା ସହ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମା’ ମାନଙ୍କ ସହ ଆଲୋଚନା କରିଥିଲେ ।

ଏହାପରେ ଉକ୍ତ ଗ୍ରାମର ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ଏବଂ ବିଜୁ ପକ୍କା ଘର ପାଇଥିବା ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ସେ କୋଟିଆ ଓରମାସ୍ ଦ୍ଵାରା କରାଯାଇଥିବା ଝାଡୁ ତିଆରି କେନ୍ଦ୍ର ଦେଖିଥିଲେ । ଝାଡୁ ତିଆରି କରୁଥିବା ରୂପା ହିମାରିକାର ୬ମାସ ଛୁଆର ମୁଣ୍ଡ ବଢୁଥିବା ଦେଖି ବିଜୁ ସ୍ଵାସ୍ଥ୍ୟ ଯୋଜନାରେ ଚିକିତ୍ସା କରିବା ନିମନ୍ତେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିକଟରେ ଥିବା ସୋଲାର ଚାଳିତ କୋଲ୍ଡ ଷ୍ଟୋରେଜକୁ ଦେଖିଥିଲେ ।

କୋଟିଆରେ ଓଡିଶା ସରକାରଙ୍କ ଦ୍ଵାରା ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ପିଡିଏସ୍ ଚାଉଳ, ଦୋକାନ ଗୃହ, ସ୍ଵାସ୍ଥ୍ୟକେନ୍ଦ୍ର ଥାନା ପରିଦର୍ଶନ କରି ମାଡକାରରେ ନିର୍ମାଣ ହେଉଥିବା ବ୍ରିଜ ଦେଖିଥିଲେ । ସେଠାରୁ ସେ ନୂଆଗାଁ ପଞ୍ଚାୟତର ରତାବାଲି ଜଳପ୍ରପାତ ପରିଦର୍ଶନ କରି କୋରାପୁଟ ଗସ୍ତ କରିଥିଲେ । ଉକ୍ତ ସମୟରେ ଡାଇରେକ୍ଟର ସ୍ପେସିଆଲ ପ୍ରୋଜେକ୍ଟର ଅରବିନ୍ଦମ୍ ଡାକୁଆ, ସ୍ପେଶିଆଲ୍ ସେକ୍ରେଟାରୀ ମହେଶ୍ବର ସ୍ଵାଇଁ, କୋରାପୁଟ ଜିଲ୍ଲାପାଳ ଅବଦଲ ଅହମ୍ମଦ ଅକ୍ତର୍ ଏବଂ ଜିଲ୍ଲା ଓ ବ୍ଲକ ଅଧିକାରୀ ଉପସ୍ଥିତ ରହିଥିଲେ ।
You Can Read :