oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଥମିନି ପଞ୍ଚାୟତ ରାଜନୀତି : ୧୧ରେ ନାଏବ ସରପଞ୍ଚ, ୧୨ରେ ବ୍ଲକ ଅଧ୍ୟକ୍ଷ ଓ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ

10/03/2022 at 1:48 PM

ଭୁବନେଶ୍ୱର ୧୦।୦୩: ସରିଲାଣି ପଞ୍ଚାୟତ ନିର୍ବାଚନ । ତଥାପି ଥମିନି ରାଜନୀତି । ଏବେ ବି ମୈଦାନ ସରଗରମ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାରଠୁ ଆରମ୍ଭ ହେବ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା ।ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।  

ଖବର ଅନୁଯାୟୀ, ଶୁକ୍ରବାର ନାଏବ ସରପଞ୍ଚ ପଦ ପାଇଁ  ନିର୍ବାଚନ ହେବାକୁ ଥିବା ବେଳେ ୧୨ ତାରିଖରେ ବ୍ଲକ ଅଧ୍ୟକ୍ଷଙ୍କ ଲାଗି ହେବ ନିର୍ବାଚନ। ଏହାପରେ ୧୩ ତାରିଖରେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପାଇଁ ନିର୍ବାଚନ ହେବ । ଯେଉଁ ଗ୍ରାମପଞ୍ଚାୟତରେ ସରପଞ୍ଚ ଏବଂ ଅଧାରୁ ଅଧିକ ୱାର୍ଡ ମେମ୍ବର ନିର୍ବାଚିତ ହୋଇଛନ୍ତି। ସେହି ଠାରେ ନାଏବ ସରପଞ୍ଚ  ନିର୍ବାଚନ ହେବ । ଏହି ନିର୍ବାଚନ ପ୍ରକ୍ରିୟାରେ କୋରମର ବ୍ୟବସ୍ଥା ରହିଛି । ନାଏବ ସରପଞ୍ଚ ପାଇଁ ଦିନ୧୦ ଟାରୁ ୧୧ଟା ଭିତରେ  ପ୍ରାର୍ଥୀପତ୍ର ଦଖଲ କରିବେ। ଜଣେ ସରପଞ୍ଚ ପୁରୁଷ ଥିଲେ  ନାଏବ ସରପଞ୍ଚ ମହିଳା ହେବେ। କିନ୍ତୁ ସରପଞ୍ଚ ମହିଳା ଥିଲେ ନାଏବ ସରପଞ୍ଚ ମହିଳା ରହିପାରିବେ।

ସେହିପରି  ବ୍ଲକ ଅଧକ୍ଷ ପାଇଁ ପ୍ରାର୍ଥୀପତ୍ର ୧୦.୩୦ ରୁ ୧୧.୩୦ ଭିତରେ ଦାଖଲ କରିବେ।  ୧୧.୩୦ରୁ ୧୨.୩୦ ଭିତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ। ଏହାପରେ ୧୨.୩୦ ରେ ଭୋଟଗ୍ରହଣ ହେବ। ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ବେଳେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ ।

   Related Posts