ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଅସହ୍ୟ କଲାଣି କୁକୁଡା ଫାର୍ମ, ସ୍ଥାନାନ୍ତର ଦାବିରେ ଘେରାଓ ସହ ପଞ୍ଚାୟତବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

30/06/2022 at 2:35 PM

ଢେଙ୍କାନାଳ ୩୦।୬: ଜନବସତି ନିକଟରେ ବଡ଼ ଧରଣର କୁକୁଡା ଫାର୍ମକୁ ନେଇ ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନଠୁଆ ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ନାଠୁଆ ଓ ଚାଉଳିଆ ପଞ୍ଚାୟତର ଲୋକମାନେ ଗୁରୁବାର ଏହି କୁକୁଡ଼ା ଫାର୍ମକୁ ଘେରାଓ କରିଛନ୍ତି । ଫାର୍ମ ସମ୍ମୁଖରେ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ଗଣଧାରଣରେ ବସିଛନ୍ତି ପଞ୍ଚାୟତବାସୀ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । 

ସୂଚନାଯୋଗ୍ୟ ଯେ, ନାଠୁଆ ପଞ୍ଚାୟତର ଜନବସତି ନିକଟରେ ହାଇଟେକ ନାମକ ଏକ ବଡ ଧରଣର କୁକୁଡ଼ା ଫାର୍ମ ଗଢି ଉଠିଛି । ଏହି ଫାର୍ମରୁ ନିର୍ଗତ ଦୁର୍ଗନ୍ଧ ଓ ଆବର୍ଜନ ଯୋଗୁଁ  ନାଠୁଆ ପଞ୍ଚାୟତର ନାଠୁଆ, ଖଣ୍ଡିଆବନ୍ଧ, ପାରିଖେଦା ଓ ଚାଉଳିଆ ପଞ୍ଚାୟଟର୍ବୀ ହିଂନ ଗ୍ରାମବାସୀ ପ୍ରଭାବିତ ହେଉଛନ୍ତି । ଏ ସମ୍ପର୍କରେ ପଞ୍ଚାୟତବାସୀ ବାରମ୍ବାର ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଗୁହାରି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।  ଯାହା ଫଳରେ ଏହି କୁକୁଡ଼ା ଫାର୍ମ ସ୍ଥାନୀୟ ପଞ୍ଚାୟତବାସୀଙ୍କୁ ଅନାନିଶ୍ବାସୀ କରି ସାରିଲାଣି । ଫାର୍ମରୁ ବାହାରୁଥିବା ଦୁର୍ଗନ୍ଧ ଓ ପରିବେଶ ପ୍ରଦୂଷଣ ଯୋଗୁଁ ନାହିଁ ନଥିବା ସମସ୍ୟା ଉପୁଜୁଥିବା ସ୍ଥାନୀୟ ପଞ୍ଚାୟତବାସୀ ଅଭିଯୋଗ ଉଠାଇଛନ୍ତି ।

   Related Posts