ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ପଂଚାୟତ ନିର୍ବାହୀ ଅଧିକାରୀଙ୍କ କଳାକାରନାମା, ବଞ୍ଚି ଥାଉ ଥାଉ ମାରିଦେଲେ

31/01/2023 at 12:57 PM

ନୀଳଗିରି,୩୧/୧ : ସବୁସୀମା ଟପିଗଲେ ପଂଚାୟତ ନିର୍ବାହୀ ଅଧିକାରୀ । ଜଣେ ଜୀବନ୍ତ ଲୋକଙ୍କୁ ସେ କାଗଜ କଲମରେ ମାରିଦେବାକୁ ପଛାଇ ନାହାନ୍ତି । କଥାଟା ଅଡ଼ୁଆ ଲାଗୁଛି ହେଲେ ଏହା ନିରାଟ ସତ୍ୟ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରମପୁର ପଞ୍ଚାୟତରେ ଘଟିଛି। ଘଟଣାଟି ଥିଲା ଏମିତି ।

ସୂଚନାଯୋଗ୍ୟ ନୀଳଗିରି ବ୍ଲକ ବରମପୁର ପଞ୍ଚାୟତ ଅଧିନ ବରମପୁର ଗାଁର ନାରାୟଣ ପାଣିଙ୍କ ବୟସ ୮୩ ବର୍ଷ । ସରକାରୀ ଯୋଜନାରେ ସେ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ। ତେବେ ତିନିମାସ ହେବ ଆଉ ଆକାଉଣ୍ଟକୁ ଟଙ୍କା ଆସିନଥିଲା । ଯାହା ୨୦୨୧ ମସିହା ଅକ୍ଟୋବର ମାସ ୩ ତାରିଖରେ ଏକାଉଣ୍ଟକୁ ଭତ୍ତା ଟଙ୍କା ଆସିଥିଲା । ତେବେ ଘଟଣାକୁ ନେଇ ବ୍ଲକ ଭତ୍ତା ପ୍ରଦାନ ବିଭାଗର କାଗଜପତ୍ର ଖୋଲତାଡ଼ ପରେ ଯାହା ଲେଖାଯାଇଥିଲା ତାହା ସହଜରେ ବିଶ୍ୱାସ କରିହେବନି ।

ତିନିମାସ ପୂର୍ବରୁ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରିଣୀ ଶାନ୍ତିଲତା ନାୟକ ତାଙ୍କୁ ମୃତ ବୋଲି ବ୍ଲକକୁ ରିପୋର୍ଟ ପ୍ରଦାନ କରିଥିବା ବେଳେ ତାଙ୍କର ଭତ୍ତା କଟି ଯାଇଥିବା ଜଣାପଡିଛି । ତେବେ ଘଟଣାକୁ ନେଇ ହିତାଧିକାରୀଙ୍କ ସମେତ ପରିବାର ଓ ଅଞ୍ଚଳବାସୀ ଘଟଣାକୁ ନିନ୍ଦା କରିବା ସହିତ ଅଧିକାରିଣୀ ଜଣକ ଜାଣିଶୁଣି ଏଭଳି କରିଥିବା ଅଭିଯୋଗ ଉଠିଛି ।

ପୂର୍ବରୁ ଶାନ୍ତିଲତା ମାଟିଆଳି ପଂଚାୟତରେ ପଞ୍ଚାୟତ ଅଧିକାରୀ ଥିବାବେଳେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନଜରକୁ ଆସିଥିଲା । ପୁଣି ବଞ୍ଚିବା ଲୋକଙ୍କୁ କିଛି ରାଜନୈତିକ ବ୍ୟକ୍ତିଙ୍କ ଚାପରେ ଏଭଳି କରିଥିବା ବେଳେ ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏଭଳି ଘଟଣାର ତଦନ୍ତ ହୋଇ କାର୍ଯ୍ୟନୁଷ୍ଠାନ କରିଛନ୍ତି ବୁଦ୍ଧିଜୀବି। ତେବେ ଅଧିକାରିଣୀ ଜଣକ ଏହା ଭୁଲରେ ହୋଇଥିବା କହିଛନ୍ତି । ସେପଟେ ସାମାଜିକ ସୁରକ୍ଷା ଅଧିକାରୀ ଘଟଣା ବିଷୟରେ ବିଡ଼ିଓଙ୍କୁ ଅବଗତ କରାଯାଇଥିବା କହିଥିବା ବେଳେ ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।

   Related Posts