scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେନ୍ଦ୍ରାପଡା ରାଜନଗରରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ ଅଭିଯୋଗ

23/09/2018 at 8:59 AM

କେନ୍ଦ୍ରାପଡା ୨୩|୯: ସରକାରୀ କର୍ମଚାରୀଙ୍କୁ ମାଡ ଅଭିଯୋଗ ହୋଇଛି । ଡ୍ୟୁଟିରେ ଥିବା ଜଣେ ସରକାରୀ କର୍ମଚାରୀଙ୍କୁ କିଭଳି ଭାବେ ନିର୍ଯ୍ୟାତନା ଦିଆଯାଇପାରେ ତାହାର ଏକ ନଗ୍ନଚିତ୍ର ଦେଖିବାକୁ ମିଳିଛି ରାଜନଗର ବ୍ଲକରେ । ରାଜନଗର ବ୍ଲକ୍ ଅନ୍ତର୍ଗତ ସାନବଡ ଗୋପାଳପୁରର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀ ବଡଓଲରା ଗାଁକୁ ରାସନକାର୍ଡ ଯାଚଂ କରିବାକୁ ଯାଇଥିବା ବଳେ ଗୋବିନ୍ଦପୁର ଗଁ। ର ଗୁରୁଚରଣ ବଳ ନାମକ ଜଣ ବ୍ୟକ୍ତି ଆଉ ଜଣେ ଧନୀ ଲୋକଙ୍କ ଯିଏକି ରାସନକାର୍ଡ ପାଇବା ପାଇଁ ଯୋଗ୍ୟ ନୁହଁନ୍ତି ତାଙ୍କ ନାଁ ରାସନକାର୍ଡରେ ଅନ୍ତର୍ଭୁକ୍ତ କରିବାକୁ ବାଧ୍ୟ କରିଥିଲେ । ତବେ କାର୍ଯ୍ୟନିର୍ବ।ହୀ ଅଧିକାରୀ ରାଜି ନହେବାରୁ ଗୁରୁଚରଣ କ୍ରୋଧାନ୍ବିତ ହୋଇ ତଣ୍ଟି ଚିପି ସର୍ବସମ୍ମୁଖରେ ମାଡ ମାରିଥିଲେ । ତବେ ସରକାରୀ ବାବୁ ଜଣକ କିଛି ଉପାୟ ନପାଇ ସେଠୁ ଖସିଯିବାକୁ ଚେଷ୍ଟା କରିଥିଲେ ଏବଂ ଗାଁ ଲୋକେ ସମସ୍ତେ ନୀରବଦ୍ରଷ୍ଟା ସାଜିଥିଲେ । ତବେ ଏନେଇ ରାଜନଗର ଥାନାରେ ବିବେକାନନ୍ଦ ଲିଖିତ ଅଭିଯୋଗ କଲାପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ରାଜନଗର ଥାନା ପୋଲିସ ।

   Related Posts