oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ପଞ୍ଚାୟତ ନିର୍ବାଚନ ପରିଚାଳନା, ଆଜି ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ସହ ରାଜ୍ୟ ନିର୍ବାଚନ କମିଶନଙ୍କ ଆଲୋଚନା

15/01/2022 at 7:35 AM

ଭୁବନେଶ୍ୱର ୧୫।୦୧: ନିର୍ବାଚନ ସୁପରିଚାଳନା ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ସହ ଜିଲ୍ଲାପାଳ ଓ ଏସ୍ ପିଙ୍କ ଆଲୋଚନା । ଦିନ ୧୦.୩୦ରେ ଭର୍ଚୁଆଲ୍ ମାଧ୍ୟମରେ ଆଲୋଚନା କାର୍ଯ୍ୟକ୍ରମ ରହିଛି। ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ/ପୋଲିସ୍ ଡେପୁଟୀ କମିଶନର, ରାଜସ୍ୱ କମିଶନର, ରେଞ୍ଜ ଆଇଜି/ଡିଆଇଜିମାନଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ଆଲୋଚନା କରିବେ।

ନିର୍ବାଚନ କମିଶନରଙ୍କ ଓସ୍ ୱାନ୍ ସମ୍ମିଳନୀ କକ୍ଷରେ ନିର୍ବାଚନ କମିଶନରଙ୍କ ସହ ମୁଖ୍ୟ ଶାସନ ସଚିବ, ପୋଲିସ୍ ଡିଜି, ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର, ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ପଞ୍ଚାୟତିରାଜ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ରହିବେ । ସେହିପରି ଜିଲ୍ଲା ଓସ୍ ୱାନ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଡିସିପି, ରାଜସ୍ୱ କମିଶନର, ରେଞ୍ଜ ଆଇଜି/ଡିଆଇଜି ପ୍ରମୁଖ ଉପସ୍ଥିତ ରହିବେ । ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରାପଦ କରିବା, ସୁରୁଖୁରୁରେ ନିର୍ବାଚନ ପରିଚାଳନା, ନିର୍ବାଚନ ବେଳେ ଆଇନଶୃଙ୍ଖଳା ରକ୍ଷା ଉପରେ ଏହି ବୈଠକରେ ଗୁରୁତ୍ବ ଦିଆଯିବ । କରୋନା ସମୟରେ କିପରି ନିରାପଦ ନିର୍ବାଚନ ହୋଇପାରିବ ସେ ସଂପର୍କରେ ଆଲୋଚନା କରିବେ ରାଜ୍ୟ ନିର୍ବାଚନ ଆୟୋଗ।

   Related Posts