ପଞ୍ଚଲିଙ୍ଗେଶ୍ୱର ଶୈବପୀଠର ଛବି ମଳିନ, ଅଶ୍ଳୀଳ ଭିଡିଓ କରି ପର୍ଣ୍ଣ ସାଇଡ଼ରେ ଅପଲୋଡ଼

Published By : Prameya-News7 Bureau | December 16, 2022 IST

ନୀଳଗିରି ୧୬/୧୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ପଞ୍ଚ ଲିଙ୍ଗେଶ୍ୱର ଶୈବପୀଠର ଛବି ହେଲା ମଳିନ । କିଛି ନ୍ୟସ୍ତ ସ୍ୱାର୍ଥବ୍ୟକ୍ତିଙ୍କ ପାଇଁ ଆଜି ଏଭଳି ହୋଇଥିବା ସୂଚନା ମିଳିଛି । ଏହି ଅଞ୍ଚଳରେ କିଛି ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ସଟ ଫିଲ୍ମ ବନାଇ ପର୍ଣ୍ଣ ସାଇଡ଼ରେ ଅପଲୋଡ଼ ହୋଇଥିବା ଜଣାପଡିଛି । ଏଭଳି ଘଟଣା ଜଣାପଡିବା ପରେ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି ।

ନୀଳଗିରି ଦେବଗିରି ପାହାଡ଼ କୁଲଡିହା ଅଭୟାରଣ୍ୟ ସୀମାନ୍ତରେ ଅବସ୍ଥିତ ବାବା ପଞ୍ଚଲିଙ୍ଗେଶ୍ୱର । ହଜାର ହଜାର ପର୍ଯ୍ୟଟକ ଏହି ଅଞ୍ଚଳକୁ ଦୈନନ୍ଦିନ ଆସିଥାନ୍ତି । ପରିଚାଳନା ପାଇଁ ଏକ ଟ୍ରଷ୍ଟବୋର୍ଡ ରହିଛି। ଉପଜିଲ୍ଲାପାଳ ନିଜେ ଏହାର ତଦାରଖ ଦାୟିତ୍ୱରେ ଅଛନ୍ତି।ହେଲେ ଏହି ପବିତ୍ର ପୀଠକୁ ଏବେ ଅସାମାଜିକ ବ୍ୟକ୍ତି ମାନଙ୍କର ଆଡ୍ଡା ସ୍ଥଳୀ ପାଲଟିଲାଣି । ଫାଣ୍ଡି ନଥିବା କାରଣରୁ ହୁଗୁଳା ସୁରକ୍ଷା ବ୍ୟବସ୍ଥା କାରଣରୁ ଚୋରି ଛିନତାୟୀ ବୃଦ୍ଧି ପାଇଛି ।

ପ୍ରେମୀଯୁଗଳ ମାନେ ଆସି ଆସାମାଜିକ ବ୍ୟକ୍ତିଙ୍କ ହାବୁଡ଼ରେ ପଡି ହରଡ଼ ଘଣାରେ ପଡିଛନ୍ତି।ଯୁବତୀ ମାନେ ମଧ୍ୟ ଦୁଷ୍କର୍ମର ଶିକାର ହୋଇ ଲୋକଲଜ୍ୟା ପାଇଁ ଆଇନର ଆଶ୍ରୟ ନନେଇ ଘରକୁ ଫେରିଥାନ୍ତି । ଶୈବପୀଠର କିଛି ହୋଟେଲ ଖୋଲାଖୋଲି ଦେହ ବେପାର ଚାଲିଛି । ବିଭିନ୍ନ ଆଡୁ ଝିଅ ପୁଅ ମାନେ ମଧ୍ୟ ଆସି ହୋଟେଲରେ ରହି ନିଜର ଯୌନ ଲାଳସା ମେଣ୍ଟାଇଥାନ୍ତି । ହେଲେ ଏଭଳି ଏକ ଘଟଣା ପର୍ଣ୍ଣ ସାଇଡ଼ରୁ ସୂଚନା ମିଳିଛି ଯାହାକି ଅଞ୍ଚଳର ଛବି ମଳିନ ପଡିଛି ।

ପଞ୍ଚଲିଙ୍ଗେଶ୍ୱର ଜଙ୍ଗଲ ରୁ ଜଣେ ମହିଳା ଓ ପୁରୁଷ ନିଜର ଯୌନ କ୍ଷୁଧା ମେଣ୍ଟାଇ ପାନଥନିବାସ ଭିତରକୁ ପ୍ରବେଶ କରନ୍ତି।ପରେ ଯୁବକ ଜଣକ ଏକ ଚେୟାରରେ ବସି ଗୋଡ଼ ହଲାଇବା ପରେ ଆଉ ଜଣେ ଯୁବକ ଆସି ତାଙ୍କର ଗୋଡ଼ ଘସିଥାନ୍ତି । ପରେ ଦୁଇ ମହିଳା ଚାଲିଚାଲି ଆସିବା ପରେ ଜଣେ ମହିଳା ପାନ୍ଥନିବାସ ଭିତରେ ଥିବା ଏକ ରୁମରେ ପ୍ରବେଶ କରିଥାନ୍ତି ।

ପୂର୍ବରୁ ଜଣେ ଯୁବକ ରୁମ ଭିତରେ ଥିବା ବେଳେ ଉଭୟ ନିଜର ଯୌନ କ୍ଷୁଦା ମେଣ୍ଟାନ୍ତି । ମହିଳା ଜଣକ କିଏ ତମେ ବାବୁ ମୁଁ ପାହାଡିଆ ଝିଅ କହିବା ସହ ଏହାଠିକ ନୁହଁ ବୋଲି ହିନ୍ଦୀରେ କହୁଥିଲେ। ଏହାକୁ ଆଉଜଣେ କେହି କ୍ୟାମେରାରେ କଏଦ କରୁଥିଲେ।ଯାହା ଜଣାପଡୁଥିଲା ପାହାଡିଆ ଅଞ୍ଚଳକୁ ବୁଲିବାକୁ ଆସି ସହରୀବାବୁ ହୋଇ ଜଣେ ଝିଅ ସହିତ ଦେଖା ହେବା ଓ ପରେ ଉଭୟ ଶାରୀରିକ ସମ୍ପର୍କ ରଖିବାର ବିଷୟକୁ ନେଇ ସର୍ଟଫିଲ୍ମ ନିର୍ମାଣ କରି ପର୍ଣ୍ଣ ସାଇଡ଼ରେ ଛାଡିବା ତାଙ୍କର ଅସଲ ଉଦ୍ୟେସ୍ୟ ଥିଲା ।

ପାନ୍ଥନିବାସକୁ ବ୍ୟବହାର କରାଯିବା ପରେ ସରକାରୀ ଭବନ କିପରି ଓ କିଏ ଅନୁମତି ଦେଲା ଏନେଇ ପ୍ରଶ୍ନ ଉଠିଛି।ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖିଲେ ଯାହା ଜଣାପଡୁଛି ଏହା ବର୍ଷାଦିନର।ଆମ୍ବ ପଡିବା ଓ ପାଚେରୀ ପୁରୁଣା ଥିବାର ଦେଖାଯାଇଛି । ଏବେ ପାନ୍ଥନିବାସ ଘରୋଇକରଣ ଲିଜ ସୂତ୍ରରୁ ଦିଆଯାଇଥିବା ବେଳେ ନବକଳେବର ହୋଇ ସାରିଛି । ପୂର୍ବରୁ ଯଦି ଏହା ହୋଇଥାଏ ତାହାଲେ କେଉଁ ମ୍ୟାନେଜର ସମୟରେ ଏହା ହୋଇଥିଲା । ମଝିରେ କୋଭିଡ ପାଇଁ ପାନଥନିବାସ ବନ୍ଦ ଥିବାବେଳେ କଣ ଏହା ସୁଟିଂ ହୋଇଥିଲା। ଏଭଳି ଅନେକ ପ୍ରଶ୍ନ ଉଠିଛି ।

ପର୍ଣ୍ଣ ସାଇଡ଼ରେ ଅପଲୋଡ଼ ହେବା ପରେ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ମଳିନ ହେବାନେଇ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛି ହୋଟେଲରେ ଏଭଳି ଘଟଣା ହେଉଥିବା ବେଳେ ପାନ୍ଥନିବାସ ଭଳି ସ୍ଥାନରେ ହେବା ନେଇ କିଭଳି ପ୍ରଶାସନ ଜାଣିପାରିଲା ନାହିଁ ଏନେଇ ଅସନ୍ତୋଷ ଘାରିଛି । ଏଠାକୁ ନେତା ଠାରୁ ମନ୍ତ୍ରୀ,ଜିଲ୍ଲାପାଳ,ଉପଜିଲ୍ଲାପାଳ, ପୋଲିସ ଅନ୍ୟ ପ୍ରଶାସନିକ ଅଧିକାରୀ,ପରିବାର ନେଇ ପର୍ଯ୍ୟଟକ ମାନେ ଆସୁଥିବାରୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିବା ପରେ ଅନେକ ଏହି ସ୍ଥାନକୁ ଆସିବାକୁ ସଂକୋଚ କରିବେ ।

ତେବେ ପାନ୍ଥନିବାସର ନବକଳେବର ହୋଇ ଲୋକପ୍ରିୟତା ହାସଲ କରୁଥିବାରୁ ଏହାକୁ ହଜମ କରି ପାରୁନାହାନ୍ତି କିଛି ହୋଟେଲ ମାଲିକ।ତେଣୁ ପୁରୁଣା ବେଳର ଅଘଟଣ କୁ ଚାରିଆଡ଼େ ପ୍ରଘଟ କରି ପାନ୍ଥନିବାସ ଛବିକୁ ମଳିନ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି ଲିଜ ସୂତ୍ରରେ ନେଇଥିବା ସଂସ୍ଥାର ମାଲିକ। ତେବେ ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟସରକାର ଗୁରୁତ୍ୱ ଦେଉଥିବା ବେଳେ ଜିଲ୍ଲାପାଳ ଏଭଳି ଏକ ସମ୍ବେଦନ ଶୀଳ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପୁର୍ବକ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.