ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ସୋମବାର ଆରମ୍ଭ ହେବାକୁ ଯାଉଛି ପଞ୍ଚକ, ଜାଣନ୍ତୁ ରାଜ ପଞ୍ଚକରେ କରିବେ କ’ଣ ?

27/06/2021 at 3:26 PM

ପଞ୍ଚାଙ୍ଗ ଅନୁସାରେ ୨୮ ଜୁନ ସୋମବାର ଆଷାଢ଼ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥି। ଚଳିତମାସରେ ଏହି ଦିନରୁ ଆରମ୍ଭ ହେଉଛି ପଞ୍ଚକ। ପଞ୍ଚକରେ ଶୁଭ କାର୍ଯ୍ୟ ବର୍ଜିତ। ଆଷାଢ ମାସ ପଞ୍ଚକର ବିଶେଷ ମାନ୍ୟତା ରହିଛି।  ପଞ୍ଚକରେ କିଛି କାର୍ଯ୍ୟ ବର୍ଜିତ ଥାଏ। ତେବେ ଏଥର ପଞ୍ଚକ ସୋମବାର ଆରମ୍ଭ ହେଉଛି। ସୋମବାର ପଞ୍ଚକକୁ ରାଜ ପଞ୍ଚକ କୁହାଯାଏ।  ଏଣୁ କେତେକ କାର୍ଯ୍ୟ ଲାଗି ଏହି ପଞ୍ଚକ ବେଶ ଶୁଭପ୍ରଦ ବୋଲି କୁହାଯାଉଛି।

ପଞ୍ଚାଙ୍ଗ ଅନୁସାରେ ୨୮ ଜୁନ ୨୦୨୧ରେ ପଞ୍ଚକ ଆରମ୍ଭ ହେଉଥିବା ବେଳେ ୩ ଜୁଲାଇ ୨୦୨୧ରେ ସରିବ। ପଞ୍ଚକ ୫ଟି ନକ୍ଷତ୍ର ସଂଯୋଗରୁ ହୋଇଥାଏ। ମାନ୍ୟତା ଅନୁସାରେ ଚନ୍ଦ୍ର ମୀନ ଓ କୁମ୍ଭ ରାଶି ଦେଇ ଗତି କରିବା ବେଳେ ପଞ୍ଚକ ସୃଷ୍ଟି ହୋଇଥାଏ। ଏହି ଦୁଇ ରାଶିଙ୍କୁ ପଞ୍ଚକର ସ୍ୱାମୀ ବୋଲି ମଧ୍ୟ କୁହାଯାଏ। ସୋମବାର ଆରମ୍ଭ ହେଉଥିବା ରାଜ ପଞ୍ଚକକୁ ଶୁଭ ମନେ କରାଯାଏ। ଏହି ପଞ୍ଚକ ପାଞ୍ଚଦିନରେ କରାଯାଉଥିବା କାର୍ଯ୍ୟରୁ ପୂର୍ଣ୍ଣ ସଫଳତା ଆଶା କରାଯାଇପାରେ।

ଏଣୁ ଏହି ସମୟରେ ସମ୍ପତ୍ତି ସମ୍ପର୍କିତ କାର୍ଯ୍ୟ କରାଯାଇପାରେ। ରାଜପଞ୍ଚକରେ ବିଶେଷ କରି ସରକାରୀ କାର୍ଯ୍ୟରେ ବିଶେଷ ଶୁଭ ଫଳ ମିଳିଥାଏ। ତେବେ ପଞ୍ଚକ ଧନିଷ୍ଠା ନକ୍ଷତ୍ରରୁ ଆରମ୍ଭ ହେଉଥିବାରୁ ଅଗ୍ନି ଭୟ ରହିବ ବୋଲି ଆଶଙ୍କା କରାଯାଏ। ତେବେ ଏହି ପଞ୍ଚକକୁ ବିଶେଷ ଶୁଭ ମନେ କରାଯାଉଛି।

   Related Posts