scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାରମ୍ୱାର ଦାବି ପରେ ଶୁଣିଲାନି ପ୍ରଶାସନ, ମନମୁଣ୍ଡା ପଞ୍ଚାୟତରେ ତାଲା ପକାଇଲେ ଲୋକେ

7/11/2022 at 2:01 PM

ବୌଦ୍ଧ ୦୭/୧୧: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ଗ୍ରାମ ପଂଚାୟତରେ ପଡିଲା ତାଲା । ଅନେକ ମହିଳା-ପୁରୁଷ ଏକତ୍ରିତ ହୋଇ ସରପଞ୍ଚ ଓ ତାଙ୍କ ସହଯୋଗୀଙ୍କୁ ତାଲା ପକାଇଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ବାରମ୍ବାର ଅଭିଯୋଗ ସରପଞ୍ଚଙ୍କ ଠାରେ ଆଜକୁ ୬ ମାସ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇ ପାରିଲା ନାହିଁ । ତେବେ ଏ ନେଇ ଆଜି ମନମୁଣ୍ଡା ପଞ୍ଚାୟତର ବହୁ ପୁରୁଷ ମହିଳା ଏକତ୍ରିତ ହୋଇ ପଞ୍ଚାୟତ ଅଫିସ୍‌ରେ ତାଲା ପକାଇଥିବା ବେଳେ ସରପଞ୍ଚ ଏବଂ ପଞ୍ଚାୟତର କିଛି କର୍ମଚାରୀଙ୍କୁ ଭିତରେ ବନ୍ଦ୍ କରି ବାହାରୁ ତାଲା ପକାଇଥିଲେ ।

ଘଟଣା ସ୍ଥଳରେ ମନମୁଣ୍ଡା ଥାନାା ଅଧିକାରୀ ପହଞ୍ଚି ଆନ୍ଦୋଳନରତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ୭ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପରେ ମହିଳା ମାନେ ତାଲା ଖୋଲିଥିଲେ । ତେବେ ୭ ଦିନ ମଧ୍ୟରେ ଉକ୍ତ ସମସ୍ୟାର ସମାଧାନ ନହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

   Related Posts