ପାନାମାରେ ଭୟଙ୍କର ଭୂମିକମ୍ପ: ୬.୩ ତୀବ୍ରତାର ଥରିଲା ଦେଶ
5/04/2023 at 8:53 AM

ବୋକା ଚିକା: ପାନାମାରେ ଭୟଙ୍କର ଭୂମିକମ୍ପ। ମଙ୍ଗଳବାର ଉପକୂଳବର୍ତ୍ତି ଏରିଆ ‘ବୋକା ଚିକା’ରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ଆମେରିକୀୟ ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ଏହି ସୂଚନା ଦେଇଛି। ସ୍ଥାନୀୟ ସମୟ ୫.୨୮ ବେଳେ ଏହି ଭୂମିକମ୍ପ ହୋଇଥିଲା ବୋଲି ସଂସ୍ଥା କହିଛି।
ସୂଚନା ଅନୁସାରେ, ବୋକା ଚିକାରୁ ଦକ୍ଷିଣରୁ ୭୧ କିମି ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳର ରହିଥିଲା। ୮ କିମି ଗଭୀରରେ ଏହା ସଂଗଠିତ ହୋଇଥିଲା ବୋଲି ଆମେରିକୀୟ ଭୂବିଜ୍ଞାନ ସର୍ବେକ୍ଷଣ ସଂସ୍ଥା ସୂଚନା ଦେଇଛି।
ତେବେ ସୌଭଗ୍ୟର କଥା ହେଲା ଏତେବଡ଼ ଭୂମିକମ୍ପ ହୋଇବି କୌଣସି କ୍ଷୟକ୍ଷତି ହୋଇ ନାହିଁ। ପାନାମା ସିଭିଲ୍ ଡିଫେନ୍ସ ଅଫିସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। କିନ୍ତୁ ଏହି ଭୂମିକମ୍ପଟି କୋଇବା ଆଇଜଲାଣ୍ଡ ପାଖରେ ହୋଇଥିବା ଡିଫେନ୍ସ ଅଫିସ୍ ପକ୍ଷରୁ କୁହାଯାଇଛି।
ଜାତୀୟ ନାଗରିକ ସୁରକ୍ଷା ନିର୍ଦ୍ଦେଶକ କାର୍ଲୋସ ରୁମ୍ବୋ ଭୂମିକମ୍ପ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ତାଙ୍କ କାର୍ଯ୍ୟାଳୟକୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ଖବର ଆସି ନାହିଁ। କିନ୍ତୁ ବଡ଼ ଭୂମିକମ୍ପ ହୋଇଥିବାରୁ ଆଶଙ୍କାୟିତ ବିପଦକୁ ଆଖି ଆଗରେ ରଖି ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି କାର୍ଲୋସ ରୁମ୍ବୋ କହିଛନ୍ତି।