ଦଳିତ ଛାତ୍ରଙ୍କୁ ପିଟିପିଟି ହତ୍ୟା ଘଟଣା, କଂଗ୍ରେସ ବିଧାୟକଙ୍କ ଇସ୍ତଫା, କହିଲେ-ରାଜ୍ୟରେ ପଛୁଆ ବର୍ଗ ନିର୍ଯାତିତ

Published By : Prameya-News7 Bureau | August 15, 2022 IST

ଜୟପୁର: ରାଜସ୍ଥାନ ବାରନରୁ କଂଗ୍ରେସ ବିଧାୟକ ପାନାଚନ୍ଦ ମେଘୱାଲ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ବିଧାୟକ କହିଛନ୍ତି, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପରେ ରାଜ୍ୟର ଦଳିତ ପଛୁଆ ବର୍ଗଙ୍କ ଉପରେ ହେଉଥିବା ଅତ୍ୟାଚାରରେ ମୁଁ ବ୍ୟଥିତ ହୋଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ନିଜର ବିଧାୟକ ପଦରୁ ଇସ୍ତଫା ପତ୍ର ପଠାଇଛି।  

ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ନିଜ ଇସ୍ତଫାରେ ବିଧାୟକ ଲେଖିଛନ୍ତି, 'ଦେଶ ନିଜ ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି । ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବକୁ ବେଶ ଉତ୍ସାହର ସହ ପାଳନ କରୁଛି । ଦେଶବାସୀଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଉଛି, କିନ୍ତୁ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ରାଜ୍ୟରେ ଦଳିତ ଏବଂ ପଛୁଆ ବର୍ଗର ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ମୋର ମନକୁ ଆଘାତ ଦେଇଛି । ମୋର ସମାଜ ଆଜି ଯେଉଁ ପ୍ରକାର ନିର୍ଯାତନା ସହୁଛନ୍ତି ତାରା ଶବ୍ଦରେ ପ୍ରକାଶ କରି ହେବ ନାହିଁ '।

ପାନାଚନ୍ଦ ମେଘୱାଲ କହିଛନ୍ତି, 'ରାଜ୍ୟରେ ଦଳିତ ଏବଂ ପଛୁଆ ବର୍ଗର ଲୋକଙ୍କୁ ମାଠିଆରୁ ପାଣି ପିଇବା ଯୋଗୁଁ ପିଟିପିଟି ମାରି ଦିଆଯାଉଛି ତ ନିଶ ରଖିଲେ ଘୋର ନିର୍ଯାତନା ଦିଆଯାଉଛି । ତଦନ୍ତ ନାଁରେ ଫାଇଲ ଗୁଡିକର ସ୍ଥାନ ପରିବର୍ତ୍ତନ କରି ନ୍ୟାୟିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରାଯାଇଛି । ସେ କହିଛନ୍ତି, ଯେତେବେଳେ ଆମ ସମାଜ ରକ୍ଷା ପାଇଁ ସେମାନଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି ସେତେବେଳେ ଏହି ପଦରେ ରହିବାର କୌଣସି ଅଧିକାର ନାହିଁ । ମୁଁ ମୋର ଆତ୍ମର କଥା ଶୁଣି ବିଧାୟକ ପଦରୁ ଇସ୍ତଫା ଦେଉଛି । ଏବେ ବିନା କୌଣସି ପଦରେ ସମାଜର ପଛୁଆ ଏବଂ ଶୋଷିତ ବର୍ଗର ସେବା କରିବି'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.