LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୩୧ଅଗଷ୍ଟ ଯାଏଁ ଏହା ନକଲେ ବେକାର ହୋଇଯିବ ଆପଣଙ୍କ ପ୍ୟାନ କାର୍ଡ଼

9/07/2019 at 6:46 PM

ନୂଆଦିଲ୍ଲୀ ୯/୭: ଆୟକର ରିଟର୍ଣ୍ଣ ଭରିବା ହେଉ କିମ୍ବା ଖାତା ଖୋଲିବା ହେଉ,ସବୁ ପ୍ରକାର ଆର୍ଥିକ ଦେଣଦେଣ ପାଇଁ ପ୍ୟାନ କାର୍ଡ଼ ଜରୁରୀ। କିନ୍ତୁ ଆପଣଙ୍କ ପ୍ୟାନ କାର୍ଡ଼ ବେକାର ହୋଇଗଲେ ଆପଣ କ’ଣ କରିବେ। ପ୍ରକୃତରେ ସରକାର ଇନକମ ଟ୍ୟାକ୍ସ ଆଇନର ସେକ୍ସନ ୧୩୯ ଏଏ ରେ ଏକ ଉପଧାରା ଯୋଡ଼ି ବ୍ୟବସ୍ଥା କରିଛନ୍ତି ଯେ ଯଦି ବ୍ୟକ୍ତି ୨୦୧୯ ଅଗଷ୍ଟ ୩୧ଯାଏଁ ପ୍ୟାନ କାର୍ଡ଼କୁ ଆଧାର ସଂଖ୍ୟା ସହ ଯୋଡ଼ୁନାହିଁ ତେବେ ୨୦୧୯ ସେପ୍ଟେମ୍ବର ୧ ତାରିଖରୁ ତାଙ୍କର ପ୍ୟାନ କାର୍ଡ଼ ଅଚଳ ହୋଇଯିବ। ଥରେ ପ୍ୟାନ କାର୍ଡ଼ ଅଚଳ ହୋଇଗଲେ ଆୟକର ବିଭାଗ ଡାଟା ବେସରୁ ହଟିଯିବ ଏବଂ ଏହାର ଉପଯୋଗ ବ୍ୟାଙ୍କିଙ୍ଗ ଗତିବିଧି କିମ୍ବା ଅନ୍ୟ ସ୍ଥାନରେ ହୋଇପାରିବ ନାହିଁ।

ଆୟକର ବିଭାଗକୁ ଏପରି ସୂଚନା ମିଳିଛି ଯେ ପ୍ୟାନ କାର୍ଡ଼ କରି ଏହାର ବ୍ୟବହାର ବ୍ୟାଙ୍କରୁ ଲୋନ୍ ଆଣିବା କିମ୍ବା କ୍ରେଡିଟ କାର୍ଡ଼ କରିବାରେ ହୋଇପାରୁଛି। ଏପରି କ୍ଷେତ୍ରରେ ବ୍ୟକ୍ତି ପ୍ୟାନ କାର୍ଡ଼ ସହାୟତାରେ ବ୍ୟାଙ୍କରୁ ବଡ଼ ରକମ କିମ୍ବା ଜମା କରିବା କାମ କରି ପାରୁଛି କିନ୍ତୁ ରିଟର୍ଣ୍ଣ ଫର୍ମ ପୂରଣ କରିବା ଆରମ୍ଭ କରିନାହିଁ। କିଛି ଲୋକ ପରିଚୟ ପତ୍ର ଭାବେ ଏହାର ଉପଯୋଗ କରୁଛନ୍ତି,ତ କେହି ନେପାଳ ଏବଂ ଭୁଟାନରେ ଭାରତୀୟ ନାଗରିକତାର ପ୍ରମାଣ ଭାବେ ଏହାକୁ ଦେଖାନ୍ତି। ଏଗୁଡ଼ିକ ବନ୍ଦ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।

   Related Posts