ମୋଦିଙ୍କ ବଡ ଘୋଷଣା :ଏହି ତାରିଖରୁ ବନ୍ଦ ହୋଇଯିବ ଆପଣଙ୍କ ପାନ୍‌ କାର୍ଡ

Published By : Prameya-News7 Bureau | January 22, 2019 IST

ଦିଲ୍ଲୀ ୨୨/୧ : ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବା ବାଧ୍ୟତାମୂଳକ ହୋଇଯାଇଛି | ଯଦି ଆପଣ ଆପଣଙ୍କ ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିନାହାନ୍ତି ତାହେଲେ ଆପଣଙ୍କ ପାନ କାର୍ଡ ବନ୍ଦ ହୋଇଯାଇପାରେ | ପୁରୁଣା ପାନ କାର୍ଡ ଅଚଳ ହୋଇଗଲେ ପୁଣି ନୂଆ ପାନ କାର୍ଡ ତିଆରି କରିବା କଷ୍ଟସାଧ୍ୟ ହୋଇଥାଏ | ଏଥିପାଇଁ ନିର୍ଧାରିତ ଶେଷ ତାରିଖ ପୂର୍ବରୁ ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିପକାନ୍ତୁ | ଏଥିପାଇଁ ଶେଷ ତାରିଖ ହେଉଛି ମାର୍ଚ୍ଚ ୩୧ ତାରିଖ |


ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ ନକଲେ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି | ଆପଣ ଅନଲାଇନ ଆୟକର ରିଟର୍ନ ଫାଇଲ କରିପାରିବେନାହିଁ | ରିଟର୍ନ ଫାଇଲ ନକରିବା ଯୋଗୁଁ ଆପଣଙ୍କ ଟ୍ୟାକ୍ସ ରିଟର୍ନ ମଧ୍ୟ ଅଟକି ଯାଇପାରେ | ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବା ପାଇଁ ଶେଷ ତାରିଖ ୨୦୧୮ ମସିହା ଜୁନ ୩୦ ତାରିଖ ଥିଲା | କିନ୍ତୁ ଏହି ଅବଧିକୁ ବଢ଼ାଇ ଏବେ ୨୦୧୯ ମାର୍ଚ୍ଚକୁ କରାଯାଇଛି | ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବା ବହୁତ ସହଜ | ତଳେ ଦିଆଯାଇଥିବା ସରଳ ଉପାୟରେ ଆପଣ ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିପାରିବେ |

{"id":76943,"width":586,"height":316}


୧. ପ୍ରଥମେ ଇ-ଫାଇଲିଂ ୱେବସାଇଟକୁ ଯିବେ | ୱେବସାଇଟରେ ଆପଣଙ୍କୁ ନିଜର ପାନ କାର୍ଡ ଏବଂ ଠିକଣାର ସମ୍ପୂର୍ଣ ତଥ୍ୟ ଦେଇ ରେଜିଷ୍ଟର କରିବାକୁ ପଡିବ |


୨. ଯଦି ଆପଣଙ୍କ ପାଖରେ ପୂର୍ବରୁ ହିଁ ଆକାଉଣ୍ଟ ରହିଛି ତାହେଲେ Login Here ରେ ଯାଇ କ୍ଲିକ କରିବେ | ଏହାପରେ ୟୁଜର ଆଇଡିରେ ଆପଣ ନିଜର ପାନ ନମ୍ବର ଲେଖିବେ | ଏହାପରେ କେପଚା କୋରଡ଼ ଏବଂ ପାସୱାର୍ଡ଼ ଦେଇ ଲଗିନ କରିବେ |


୩. ଏହାପରେ ଏକ ପପଅପ ଉଇଣ୍ଡୋ ସ୍କ୍ରିନରେ ଦେଖାଯିବ | ଯେଉଁଥିରେ ଆପଣଙ୍କୁ ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବା ପାଇଁ ନିର୍ଦେଶ ଦେଇଥିବା | ସେହି ବକ୍ସରେ ଆଧାର ନମ୍ବର ଦେଇ Link Now ରେ କ୍ଲିକ କରିଦେବେ |


୪. ଯଦି ଆପଣଙ୍କୁ ପପଅପ ଉଇଣ୍ଡୋ ଦେଖା ନଯାଏ ତାହେଲେ ନିଜ ପ୍ରୋଫାଇଲ ସେଟିଙ୍ଗକୁ ଯାଇ ସେଠାରୁ ଆଧାର କାର୍ଡ ସହ ଲିଙ୍କ କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.