ପାନ କାର୍ଡ ନଥିଲେ ଆଧାର କାର୍ଡ ଜରିଆରେ କରି ପାରିବେ ଆୟକର ରିଟର୍ଣ୍ଣ

Published By : Prameya-News7 Bureau | July 05, 2019 IST

୧. ୪୫ ଲକ୍ଷ ପର୍ଯ୍ୟନ୍ତ ଘର ଋଣ ସୁଧରେ ଆୟକର ଛାଡ ସୀମା ବଢାଇ ୩.୫ ଲକ୍ଷ ଟଙ୍କା  ରଖାଯାଇଛି । ପୁର୍ବରୁ ଏହା ୨ ଲକ୍ଷ ଟଙ୍କା ଥିଲା ।

୨. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ୧୨୦ ରୁ ଅଧିକ ଲୋକଙ୍କ ପାଖରେ ଆଧାର କାର୍ଡ ଅଛି । ଯାହା ପାଖରେ ପାନ କାର୍ଡ ନାହିଁ, ସେ ଆଧାର କାର୍ଡ ଜରିଆରେ ଆୟକର ଟ୍ୟାକ୍ସ ରିଟର୍ଣ୍ଣ ଭରି ପାରିବେ ।

୩. ଗୋଟିଏ ବ୍ୟାଙ୍କ ଖାତାରୁ ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ଟଙ୍କା ଉଠାଇଲେ ୨ ପ୍ରତିଶତ ଟ୍ୟାକ୍ସ ପକାଇବା ପାଇଁ ପ୍ରସ୍ତାବ

୪. ଇଲେକ୍ଟ୍ରିକ ଯାନବାହାନ କିଣିବା ପାଇଁ ଯଦି ଋଣ କରିଛନ୍ତି ତାହେଲେ ତାର ସୁଧ ଦେଲେ ଆୟକରରେ ୧.୫ ଲକ୍ଷ ଟଙ୍କା ଅତିରିକ୍ତ ଛାଡ ମିଳିବ ।

୫. ବାର୍ଷିକ ୪୦୦ କୋଟି ଟଙ୍କା ଟର୍ଣ୍ଣ ଓଭର ଥିବା କମ୍ପାନୀଗୁଡିକୁ ୨୫ ପ୍ରତିଶତ କର୍ପୋରେଟ ଟ୍ୟାକ୍ସ ଦେବାକୁ ହେବ ।

୬.  ବର୍ତ୍ତମାନ ବାର୍ଷିକ ୨୫୦ କୋଟି ଟଙ୍କା ଟର୍ଣ୍ଣ ଓଭର ଥିବା କମ୍ପାନୀ ପାଇଁ କର୍ପୋରେଟ ଟ୍ୟାକ୍ସ ୨୫ ପ୍ରତିଶତ ରହିଛି ।

୭. ଅର୍ଥମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ୯୯.୩ ପ୍ରତିଶତ କମ୍ପାନୀ ୨୫ ପ୍ରତିଶତ କର୍ପୋରେଟ ଟ୍ୟାକ୍ସ ସୀମାରେ ରହିବେ । ମାତ୍ର ୦.୭ ପ୍ରତିଶତ କମ୍ପାନୀ ଏହି ସୀମା ବାହାରେ ରହିବେ ।

୮. ମିଡିଆ, ଏଭିଏସନ, ବୀମା ସେକ୍ଟରରେ ଏଫଡିଆଇ ଖୋଲିବା ପ୍ରସ୍ତାବ ଉପରେ ବିଚାର, ସିଙ୍ଗଲ ବ୍ରାଣ୍ଡ ରିଟେଲରେ ଲୋକାଲ ସର୍ଭିସ୍ ନିୟମ ସହଜ କରିଦିଆଯିବ ।

୯. ୨୦୨୨ ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ଘରକୁ ବିଜୁଳି ଓ ଏଲପିଜି ଯୋଗେଇ ଦିଆଯିବ । ଜଳ ଶକ୍ତି ମନ୍ତ୍ରାଳୟ ସୁନିଶ୍ଚିତ କରିବ ଯେ ୨୦୨୪ ମସିହା ସୁଦ୍ଧା ପ୍ରତ୍ୟେକ ଘରକୁ ପାଣି ମିଳିବ । ୧୦. ସୋଶାଲ ଷ୍ଟକ୍ ଏକ୍ସଚେଞ୍ଜ ତିଆରି କରିବା ପ୍ରସ୍ତାବ । ଏହା ଦ୍ୱାରା ସାମାଜିକ କଲ୍ୟାଣ କ୍ଷେତ୍ରରେ କାମ କରୁଥିବା ଉଦ୍ୟମ ଓ ସଂଗଠନ ପୁଞ୍ଜି ଯୋଗାଡ କରିପାରିବେ । ଏହି ଷ୍ଟକ୍ ଏକ୍ସଚେଞ୍ଜ ସେବି ଭଳି କାମ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.