ପାନ୍ ଓ ଆଧାର କାର୍ଡ ସଂଯୋଗ ବାଧ୍ୟତାମୂଳକ, ମାର୍ଚ୍ଚ ୩୧ ସୁଦ୍ଧା ଡେଡ୍ଲାଇନ ଜାରି, ନିୟମ ନମାନିଲେ ଅଚଳ ହେବ କାର୍ଡ
25/12/2022 at 2:56 PM

ନୂଆଦିଲ୍ଲୀ: ପାନ କାର୍ଡ ଓ ଆଧାର କାର୍ଡ ସଂଯୋଗ ଅନିବାର୍ଯ୍ୟ । ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପାନ୍ -ଆଧାର ସଂଯୋଗ କରିବା ଜରୁରୀ । ପାନ୍ କାର୍ଡଧାରୀଙ୍କୁ ଏହା ପୂର୍ବରୁ ଲିଙ୍କ୍ କରିବାକୁ ଆୟକର ବିଭାଗ ପରାମର୍ଶ ଦେଇଛି । ଆୟକର ଅଧିନିୟମ ୧୯୬୧ ଅନୁସାରେ ଲିଙ୍କ୍ ନକଲେ ରିହାତି ସୁବିଧାରୁ ବଞ୍ଚିତ ହେବେ କାର୍ଡ ହୋଲ୍ଡର ।
ପାନ-ଆଧାର ସଂଯୋଗ କରିବା ବାଧ୍ୟତାମୂଳକ । ଏନେଇ ଶନିବାର ଆଇଟି ବିଭାଗ ଏକ ନିର୍ଦ୍ଦେଶନାମା ଜାରି କରିଛି । ଏଥିରେ ବିଳମ୍ବ ନକରିବାକୁ କୁହାଯାଇଛି । ଶେଷ ତାରିଖ ପୂର୍ବରୁ ତଥା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ସଂଯୋଗ କରିବାକୁ ବିଭାଗ ପରାମର୍ଶ ଦେଇଛି । ଅନଲାଇନ ମାଧ୍ୟମରେ ମଧ୍ୟ ସଂଯୋଗ କରିପାରିବେ । ଏଥିପାଇଁ ପ୍ରଥମେ ଆୟକର ବିଭାଗ ଅଫିସିଆଲ୍ ଓ୍ହେବ୍ ସାଇଟକୁ ଯିବାକୁ ପଡ଼ିବ । ଏହା ପରେ ଆଧାର ଲିଙ୍କ୍ ଅପରେସନକୁ ଯାଇ ସଂଯୋଗ କରିବାକୁ ହେବ । ପାନ୍ ସହିତ ଆଧାର ଲିଙ୍କ୍ ନକଲେ ପାନ୍ କାର୍ଡ ଅଚଳ ହୋଇଯିବ ବୋଲି କୁହାଯାଇଛି । ଫଳର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଭରିବାରେ ସମସ୍ୟା ସୃଷ୍ଟି ହେବ ।