ଯଥାଶୀଘ୍ର ଆଧାର ସହ ପାନ୍ କାର୍ଡକୁ ଲିଙ୍କ୍ କରନ୍ତୁ, ନଚେତ୍ ଭୋଗିପାରନ୍ତି ଅସୁବିଧା !

Published By : Prameya-News7 Bureau | January 11, 2022 IST

ନୂଆଦିଲ୍ଲୀ ୧୧/୦୧: ଯଦି ଆପଣଙ୍କର ପାନ୍ କାର୍ଡ ଅଛି ତେବେ ଏହି ଖବରଟି ଆପଣଙ୍କ ପାଇଁ । ମାର୍ଚ୍ଚ ୩୧ ୨୦୨୨ ପୂର୍ବରୁ ପାନ୍ କାର୍ଡ ଧାରକମାନେ ଆଧାର ସହିତ ଲିଙ୍କ୍ କରିବା ଏବେ ଜରୁରୀ ହୋଇପଡିଛି । ଯଦି ଆପଣ ଆଧାରକୁ ଠିକ୍ ସମୟରେ ଆପଣଙ୍କର ପାନ୍ ସହିତ ଲିଙ୍କ୍ କରୁନାହାଁନ୍ତି, ତେବେ ଆପଣ ଅନେକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ।

ସବୁଠୁ ବଡ ଅସୁବିଧା ହେଉଛି ଆପଣଙ୍କର ପାନ୍ କାର୍ଡ ଅବୈଧ ହୋଇପାରେ । ମାର୍ଚ୍ଚ ୩୧, ୨୦୨୨ ପରେ ମଧ୍ୟ ପାନ୍ କାର୍ଡ ଆଧାର ସହିତ ଲିଙ୍କ୍ ହୋଇପାରେ । କିନ୍ତୁ ଏହି ତାରିଖ ପରେ ଯଦି ଆପଣ ଆପଣଙ୍କର ପାନକୁ ଆଧାର ସହିତ ଲିଙ୍କ୍ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ବିଳମ୍ବିତ ଫି ଅର୍ଥାତ୍ ଫାଇନ ଆକାରରେ ୧୦୦୦ ଦେବାକୁ ପଡିବ । ୨୦୨୧ର ବଜେଟ୍ ଅଧିବେଶନରେ ଆୟକର ବିଭାଗର ୨୩୪Hରେ ୧୦୦୦ ଟଙ୍କା ବିଳମ୍ବ ଶୁଳ୍କର ବ୍ୟବସ୍ଥା କରିଛନ୍ତି ।
ପ୍ୟାନ୍-ଆଧାରକୁ ଲିଙ୍କ ନହେଲେ କ’ଣ ଅସୁବିଧା ହେବ
ଯଦି PAN- ଆଧାର ଲିଙ୍କ୍ ହୋଇନଥାଏ ତେବେ ଆପଣଙ୍କର ପାନ୍ କାର୍ଡ ଅବୈଧ ହେବ । ଏହାର ଅର୍ଥ ହେଉଛି ଆପଣ ମ୍ୟୁଚୁଆଲ୍ ଫଣ୍ଡ ଏବଂ ଷ୍ଟକ୍ ମାର୍କଟରେ ବିନିଯୋଗ କରିବାକୁ ସମର୍ଥ ହେବେ ନାହିଁ । ଆପଣ କୌଣସି ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ସମର୍ଥ ହେବେ ନାହିଁ । ଏହି ସମସ୍ତ କାର୍ଯ୍ୟ ପାଇଁ ଏକ ପାନ୍ କାର୍ଡ ରହିବା ଆବଶ୍ୟକ ।
ଲାଗିପାରେ ୧୦,୦୦୦ ଟଙ୍କାର ଜରିମାନା
ଆୟକର ଅଧିନିୟମର ସେକ୍ଟର 272 ବି ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ଏକ ଅବୈଧ ପାନ୍ କାର୍ଡ ଦିଅନ୍ତି, ତେବେ ମୂଲ୍ୟାଙ୍କନ ଅଧିକାରୀ ସେହି ବ୍ୟକ୍ତିଙ୍କୁ ୧୦,୦୦୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇପାରିବେ । ଆହୁରି ମଧ୍ୟ, ଏକ ଅବୈଧ ପାନ୍ କାର୍ଡ ଧାରକ ଇନକମ୍ ଟ୍ୟାକ୍ସ ରିଟର୍ନ (ITR) ଫାଇଲ୍ କରିବାକୁ ସମର୍ଥ ହେବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.