suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର

28/03/2023 at 4:06 PM

Pan Aadhar Link

ନୂଆଦିଲ୍ଲୀ, ୨୮/୦୩: ପୁଣି ବଢ଼ିଲା ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ୍ ଅବଧି। ଏବେ ପାନ୍ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବାର ଶେଷ ତାରିଖ ୩୦ ଜୁନ୍ ୨୦୨୩ କରାଯାଇଛି। ପୂର୍ବରୁ ଏହାର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୩ ଥିଲା। ତେବେ ବର୍ତ୍ତମାନେ କରଦାତା ୩୦ ଜୁନ୍ ମଧ୍ୟରେ ପାନ୍‌-ଆଧାର ଲିଙ୍କ୍ କରିପାରିବେ। ତେବେ ଏହି ଲିଙ୍କ୍ ପାଇଁ ୧୦୦୦ ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ। ସୂଚନାଯୋଗ୍ୟ, ପଞ୍ଚମ ଥର ପାଇଁ ଏହି ଅବଧି ବଢ଼ାଯାଇଛି।

ଯଦି ୩୦ ଜୁନ୍‌ ମଧ୍ୟରେ ପାନ୍ କାର୍ଡ ସହ ଆଧାର ଲିଙ୍କ୍ କରୁନାହାନ୍ତି ତେବେ​‌ ଏହାପରେ ଆପଣଙ୍କ ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ। ଫଳରେ ଆପଣ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିପାରିବେ ନାହିଁ। ଏହା ସହ ଆପଣ କୌଣସି ବ୍ୟାଙ୍କ୍‌ ସମ୍ବନ୍ଧୀୟ କାରବାର ମଧ୍ୟ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ତେଣୁ ଯଥାଶୀଘ୍ର ପାନ୍-ଆଧାର ଲିଙ୍କ୍ କରାଇନିଅନ୍ତୁ।

ଏମିତି କରନ୍ତୁ ଚେକ୍:

ଆପଣ ଅନ୍‌ଲାଇନ୍‌ରେ ଅତି ସହଜରେ ପାନ୍-ଆଧାର ଲିଙ୍କ୍ ଏବଂ ଏହାର ଷ୍ଟାଟସ୍‌ ଜାଣିପାରିବେ

ତେବେ ଆପଣଙ୍କ ପାନ୍ ଆଧାର ଲିଙ୍କ୍ ହୋଇଛି କିମ୍ବା ଜାଣିବା ପାଇଁ ପ୍ରଥମେ ଇନକମ୍ ଟ୍ୟାକ୍ସ ଇ-ଫାଇଲିଙ୍ଗ୍‌ ପୋର୍ଟାଲ୍‌ରେ ଲଗ୍ ଇନ୍ କରି ଏସବୁ ଅତି ସହଜରେ କରିପାରିବେ।

  • ପ୍ରଥମେ ଓ୍ବେବସାଇଟ୍‌ରେ ଲଗ୍‌ ଇନ୍ କରିବା ପରେ ଆପଣଙ୍କୁ ହୋମ୍‌ପେଜ୍‌ରେ ହିଁ ଆପଣଙ୍କୁ ‘କ୍ବିକ୍ ଲିଙ୍କ୍ସ’ ରେ ଆପଣଙ୍କୁ ଲିଙ୍କ୍‌ ଆଧାର ଷ୍ଟାଟସ୍‌ ମିଳିଯିବ
  • ଏହାକୁ କ୍ଲିକ୍ କରିବା ପରେ ଏଥିରେ ଆପଣଙ୍କ ଦୁଇଟି ବକ୍ସ ମିଳିବ ଯେଉଁଥିରେ ଆଧାର ନମ୍ବର ଏବଂ ପାନ୍ ନମ୍ବର ଦେବାକୁ ହେବ। ଏହାପରେ ଆପଣ ଜାଣିପାରିବେ ଆପଣଙ୍କ ପାନ୍ ଆଧାର ଲିଙ୍କ୍ ହୋଇଛି କି ନାହିଁ?

ଏମିତି କରନ୍ତୁ ଲିଙ୍କ୍

  • ଯଦି ଆପଣଙ୍କ ପାନ୍ ଆଧାର ଲିଙ୍କ୍ ହୋଇନାହିଁ।
  • ତେବେ ପ୍ରଥମେ ଆପଣ ଆୟକର ବିଭାଗର ଓ୍ବେବସାଇଟ୍‌ରେ କୁ ଲଗ୍‌ ଇନ୍ କରନ୍ତୁ ଏହା ପରେ
  • ଆପଣଙ୍କୁ ହୋମ୍‌ପେଜ୍‌ରେ ହିଁ କ୍ବିକ୍ ଲିଙ୍କ୍ସରେ ’Link Aadhar’ ଅପ୍ସନରେ ମିଳିଯିବ ଯେଉଁଠାରେ ଆପଣ ଆଧାର ପାନ୍ ନମ୍ବର ଦେଇ ଭାଇଡେଟ୍‌ କରିବାକୁ ହେବ। ଏହାପରେ ଆପଣଙ୍କ ପାନ୍ ଆଧାର ଲିଙ୍କ୍ ହୋଇଯିବ।

ମୋବଇଲ୍‌ରୁ ମେସେଜ୍ ମାଧ୍ୟମରେ ଏମିତି କରନ୍ତୁ ପାନ୍‌କୁ ଆଧାର ସହ ଲିଙ୍କ୍

ପାନ୍‌କୁ ଆଧାର ସହ ଯୋଡ଼ିବା ପାଇଁ ରେଜିଷ୍ଟର୍ଡ ମୋବାଇଲରୁ ୫୬୭୬୭୮ କିମ୍ବା ୫୬୧୬୧ ରେ ଏସଏମଏସ ପଠାଇବାକୁ ହେବ। ଏଥିପାଇଁ UIDPAN ସ୍ପେଶ ୧୨ ନମ୍ବର ବିଶିଷ୍ଟ ଆଧାର କାର୍ଡ ନମ୍ବର ସ୍ପେଶ ୧୦ ନମ୍ବର ବିଶିଷ୍ଟ ପାନ୍ ନମ୍ବର ଏବଂ ଏହାକୁ ୫୬୭୬୭୮ କିମ୍ବା ୫୬୧୬୧ କୁ ପଠାଇଦିଅନ୍ତୁ।

   Related Posts