ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ମାତ୍ର ୧୨ ଦିନରେ ଭାଙ୍ଗିଲା ସମ୍ପର୍କ: ଜୀବନ ସାଥି ପାଇଁ କୋଟି କୋଟି ଟଙ୍କାର ସମ୍ପତ୍ତି ୱିଲ୍ କରିଦେଲେ ଫିଲ୍ମ ପ୍ରଯୋଜକ

28/01/2023 at 5:56 PM

ଓଟ୍ଟାୱା: ମାତ୍ର ୧୨ ଦିନର ସମ୍ପର୍କ ପାଇଁ ଜୀବନ ସାଥି ନାଁରେ କୋଟି କୋଟି ଟଙ୍କାର ସମ୍ପତ୍ତି ୱିଲ୍ କରିଦେଲେ ହଲିଉଡ୍‌ ଫିଲ୍ମ ପ୍ରଯୋଜକ ଜନ ପିଟର। ଜନ ପାମେଲା ଆଣ୍ଡର୍ସନଙ୍କୁ ୨୦୨୦ରେ ବିବାହ କରିଥିଲେ। ହେଲେ ମାତ୍ର ୧୨ ଦିନ ପରେ ଉଭୟ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ତେବେ ଅଲଗା ହେବା ପୂର୍ବରୁ ଜନ ପାମେଲାଙ୍କ ନାଁରେ ୧୦ ମିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ୱିଲ୍ କରିଦେଇଛନ୍ତି। ଏକଥା ସେ ନିଜେ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି।

Pamela Anderson's Short-Lived Husband Jon Peters Leaves Her $10 Million In  Will

ପାମେଲା ଜନଙ୍କ ଠାରୁ ଅଲଗା ହେବା ପରେ ସୋସିଆଲ୍ ମିଡିଆରେ ଏନେଇ ସୂଚନା ଦେଇଥିଲେ। ସେ ଜନଙ୍କୁ ଆଇନ ଅନୁସାରେ ବିବାହ କରିନଥିଲେ। ସେମାନଙ୍କ ମଧ୍ୟରେ ସେମିତି କୌଣସି ଗଭୀର ସମ୍ପର୍କ ବି ନଥିଲା ବୋଲି ପାମେଲା ସ୍ପଷ୍ଟ କହି ଦେଇଥିଲେ। କିନ୍ତୁ ଏକ ଇଣ୍ଟରଭ୍ୟୁରେ ଜନଙ୍କ ପ୍ରତି ଥିବା ପାମେଲାଙ୍କ ପ୍ରେମ ସ୍ପଷ୍ଟ ଝଲସି ଥିଲା। ଜନ ତାଙ୍କ ଜୀବନରେ ଏକ ଗଭୀର ଛାପ ଛାଡ଼ିଯାଇଛନ୍ତି। ସେ ତାଙ୍କୁ ଆଜୀବନ ଭଲପାଇବେ ବୋଲି ପାମେଲାଙ୍କ କହିଥିଲେ।  

ବାଟମ୍ୟାନ, ଏ ଷ୍ଟାର ବର୍ଣ୍ଣ, ଏବଂ ମ୍ୟାନ୍ ଅପ୍ ଷ୍ଟୀଲ୍ ଫିଲ୍ମର ପ୍ରଯୋଜକ ଜନ ପିଟର ମଧ୍ୟ ପାମେଲାଙ୍କ ପ୍ରତି ଥିବା ତାଙ୍କର ଫିଲିଙ୍ଗ୍ସ ଶେୟାର କରିଛନ୍ତି। ନିକଟରେ ଏକ ଟିଭି ସାକ୍ଷତ୍‌କାରେ ସେ ଏମିତି ଏକ ଖୁଲାସ କରିଥିଲେ ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା। ଜନ ପାମେଲାଙ୍କ ନାଁରେ ୧୦ ମିଲିୟନ ଆମେରକୀୟ ଡଲାର ୱିଲ୍ କରିଦେଇଛନ୍ତି ବୋଲି କହିଛନ୍ତି।

Pamela Anderson's ex Jon Peters claims he paid her debts

ଇଣ୍ଟରଭ୍ୟୁରେ ଜନ କହିଛନ୍ତି “ ମୁଁ ସବୁବେଳେ ପାମେଲାଙ୍କ ଭଲ ପାଉଥିବି। ସେ ସବୁବେଳେ ମୋ ହୃଦୟରେ ରହିଥିବେ। ତେବେ ବାସ୍ତବ କଥା ହେଲା ମୁଁ ତାଙ୍କ ନାଁରେ ୧୦ ମିଲିୟନ ସମ୍ପତ୍ତି ଲେଖି ଦେଇଛି। ଏକଥା ସେ ନିଜେ ବି ଜାଣି ନାହାନ୍ତି। କେବଳ ସେ ନୁହେଁ ଏକଥା କେହି ଜାଣି ନାହାନ୍ତି। ମୁଁ ପ୍ରଥମ ଥର ପାଇଁ ଆପଣଙ୍କୁ କହିଲି। ବୋଧହୁଏ ଏହା ମୋତେ କହିବାର ନଥିଲା। କାରଣ ଏହା ତାଙ୍କର ସେ ଏହାକୁ ବ୍ୟବହାର କରନ୍ତୁ ବା ନ କରନ୍ତୁ।”

ଜନ ପିଟରଙ୍କ ପୂର୍ବରୁ ପାମେଲା ରିକ ସାଲୋମୋନ, କିଡ୍ ରକ ଓ ଟମ୍ମ ଲୀଙ୍କୁ ବିବାହ କରି ଡିଭୋର୍ସ ଦେଇସାରିଛନ୍ତି। ଟମି ଲୀଙ୍କ ସହ ପାମେଲଙ୍କ ସମ୍ପର୍କକୁ ନେଇ ଏକ ୱେବ୍‌ ସିରିଜ୍ ନିର୍ମାଣ କରାଯାଇଥିଲା। ଏଥିରେ ପାମେଲାଙ୍କ ଭୂମିକାରେ ଲିଲ୍ଲୀ ଜେମ୍ସ ଓ ସେବାସ୍ତିଆନ ଷ୍ଟାନ ଟମ୍ମି ଲୀଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ୱେବ୍‌ସିରିଜ୍‌ ୧୦ଟି ପ୍ରତିଷ୍ଠିତ ଇମ୍ମି ପୁରସ୍କାର ଜିତିଥିଲା। ଯାହାକୁ ନେଇ ବିରୋଧ କରିଥିଲେ ପାମେଲ। ତାଙ୍କ ଜୀବନ କାହାଣୀକୁ ନେଇ ବ୍ୟବସାୟ କରାଯାଇଛି। ଏହା ତାଙ୍କୁ ଖୁବ୍ ବାଧିଛି ବୋଲି ପାମେଲା କହିଥିଲେ। ସୂଚନା ଥାଉକି, ପାମେଲା ନିକଟରେ ଏକ ନେଟ୍‌ଫ୍ଲିକ୍ସ ଡକ୍ୟୁମେଣ୍ଟାରୀରେ କାମ କରିବେ। ଯାହା ତାଙ୍କ ଜୀବନ କାହାଣୀକୁ ନେଇ ତିଆରି ହେବ। ଏହି ୱେବ୍‌ ସିରିଜ୍‌ର ନା ରହିଛି ପାମେଲା ଏ ଲଭ୍ ଷ୍ଟୋରୀ।

   Related Posts