ଏହି ବିଗ୍‌ବସ୍‌ ପ୍ରତିଯୋଗୀ ବିବାହର ୧୨ ଦିନ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ…୫ଥର କରିସାରିଛନ୍ତି ମ୍ୟାରେଜ୍

Published By : Prameya-News7 Bureau | February 03, 2020 IST

ମୁମ୍ବାଇ୩|୨: ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପାମେଲା ଏଣ୍ଡର୍ସନ ଜାନୁଆରୀ ମାସ ୨୦ ତାରିଖରେ ପ୍ରଯୋଜକ ଜନ୍‌ ପିଟର୍ସଙ୍କୁ ବିବାହ କରିଥିଲେ। ଏହା ପାମେଲାଙ୍କର ପଞ୍ଚମ ବିବାହ ଥିଲା। ଏହା ପୂର୍ବରୁ ସେ ୪ଥର ବିବାହ କରି ସ୍ବାମୀମାନଙ୍କଠାରୁ ଅଲଗା ହୋଇଥିଲେ। ହେଲେ ଏଥର ମଧ୍ୟ ୫ ଦିନ ପରେ ତାଙ୍କ ବିବାହ ବିଚ୍ଛେଦ ହୋଇଥିଲା। ବିବାହର ୧୨ ଦିନ ପରେ ସେ ନିଜ ସ୍ବାମୀ ଜନ୍‌ଙ୍କଠାରୁ ଅଲଗା ହୋଇଥିଲେ।

{"id":219546,"sizeSlug":"large"}

ରିପୋର୍ଟ ଅନୁସାରେ ପାମେଲା କିଛି ଦିନ କାମଠୁ ବ୍ରେକ୍‌ ନେଇ ୧୨ ଦିନ ପୂର୍ବରୁ ବିବାହ କରିଥିଲେ। ସେ ବହୁତ ଖୁସି ଥିଲେ। ହେଲେ ଏବେ ସେ ଏହି ସମ୍ପର୍କକୁ ନେଇ କୌଣସି ନିଷ୍ପତ୍ତି ନେବାକୁ ଚାହାନ୍ତି ନାହିଁ। ସେଥିପାଇଁ ଉଭୟ କିଛି ଦିନ ପାଇଁ ପରସ୍ପରଙ୍କଠାରୁ ଅଲଗା ହୋଇ ରହିବେ। ୫୨ ବର୍ଷୀୟ ବୟସ୍କ ପାମେଲା ପ୍ରଥମଥର ଆମେରିକାନ୍‌ ସିଙ୍ଗର ଟମି ଲିଙ୍କୁ ବିବାହ କରିଥିଲେ। ବିବାହର ୩ ବର୍ଷ ପରେ ଦୁହେଁ ଅଲଗା ହୋଇଥିଲେ।

{"id":219547,"sizeSlug":"large"}

ଏହା ପରେ ପାମେଲା କିଡ୍‌ ରକ୍‌ଙ୍କୁ ବିବାହ କରିଥିଲେ ଯାହା ସଫଳ ହୋଇନଥିଲା। କିଛି ସମୟ ବ୍ୟବଧାନରେ ସେ ପୁଣି ଫିଲ୍ମ ପ୍ରଯୋଜକ ରିକ୍‌ ସୋଲୋମନ୍‌ଙ୍କୁ ବିବାହ କରିଥିଲେ। ଏହି ବିବାହ ମଧ୍ୟ ଅସଫଳ ହେଲା ଓ ଉଭୟ ପରସ୍ପରଙ୍କୁ ଛାଡପତ୍ର ଦେଇ ଅଲଗା ହୋଇଥିଲେ। ହେଲେ ଏହି ସମ୍ପର୍କକୁ ଆଉ ଏକ ସୁଯୋଗ ଦେଇଥିଲେ।

{"id":219549,"sizeSlug":"large"}

 ଛାଡପତ୍ର ପରେ ପ୍ୟାଚ୍‌ଅପ କରିଥିଲେ ଯାହା ଅଧିକ ଦିନ ଚାଲିନଥିଲା। ଏହି ସବୁ ଘଟଣା ପରେ ପାମେଲା ନିକଟରେ ପୁଣି ବିବାହ କରିଥିଲେ।  ପାମେଲା ବିଗ୍‌ବସ୍‌ରେ ଭାଗ ନେଇଥିଲେ। ବିଗ୍‌ବସ୍‌ ୪ର ସବୁଠୁ ଅଧିକ ଆୟ କରୁଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ଥିଲେ ପାମେଲା।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.