ପାମ୍‌ ବଣ୍ଡି ଆମେରିକାର ନୂଆ ଆଟର୍ଣ୍ଣି ଜେନେରାଲ; ସୋସିଆଲ୍ ମିଡିଆରେ ଟ୍ରମ୍ପଙ୍କ ଘୋଷଣା

Published By : Prameya-News7 Bureau | November 23, 2024 IST

ୱାଶିଂଟନ୍‌,୨୩/୧୧: ଆମେରିକାର ନୂଆ ଆଟର୍ଣ୍ଣି ଜେନେରାଲ ହେଲେ ପାମ୍‌ ବଣ୍ଡି । ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କୁ ଆଟର୍ଣ୍ଣି  ଜେନେରାଲ ଭାବେ ମନୋନିତ କରିଛନ୍ତି ।  ସୋସିଆଲ ମିଡିଆରେ ଏ ବାବଦରେ ଘୋଷଣା କରି  ଟ୍ରମ୍ପ୍‌ କହିଛନ୍ତି, ପାମ୍‌ଙ୍କ ପାଖରେ ଓକିଲାତିର ପ୍ରାୟ ୨୦ ବର୍ଷର ଅଭିଜ୍ଞତା ରହିଛି । ସେ ହିଂସକ ଅପରାଧୀଙ୍କ ପ୍ରତି   ବହୁତ କଠୋର । ଟ୍ରମ୍ପ୍‌ ଏହା ପୂର୍ବରୁ ମ୍ୟାଟ୍‌ ଗେଟ୍‌ଜଙ୍କୁ ଆଟର୍ଣ୍ଣି ଜେନେରାଲ ବନାଇବା  ପାଇଁ ଘୋଷଣା କରିଥିଲେ ।  

ସେପଟେ ପାମ୍ ବଣ୍ଡିଙ୍କ ନେଇ ଡେମୋକ୍ରାଟିକ୍‌ ପାର୍ଟି ପକ୍ଷରୁ ସମାଲୋଚନା କରାଯାଇଥିଲା । ଘୋଷଣାର ୮ ଦିନ ପରେ ଯୌନ ଉତ୍ପୀଡ଼ନ  ଅଭିଯୋଗ ପାଇଁ ଗେଟ୍‌ଜ ଟ୍ରମ୍ପ୍‌ କ୍ୟାବିନେଟ୍‌ରୁ ନିଜ ନାଁ ପ୍ରତ୍ୟାହାର କରି ନେଇଥିଲେ । ତାଙ୍କ ନାଁରେ ଆସିଥିବା ଏହି  ଅଭିଯୋଗ ଯୋଗୁ ଟ୍ରମ୍ପ୍‌ଙ୍କ କାର୍ଯ୍ୟ ପ୍ରଭାବିତ ହୋଇପାରେ ବୋଲି ଗେଟ୍‌ଜ କହିଥିଲେ । ପାମ୍‌ ବଣ୍ଡି ଏକ ଆମେରିକୀୟ ଥିଙ୍କ୍‌ ଟ୍ୟାଙ୍କ୍‌ ଏଜେନ୍ସିର ଆଇନ ପରାମର୍ଶଦାତା ଅଛନ୍ତି । ସେ ଫ୍ଲୋରିଡାର ପ୍ରଥମ ମହିଳା ଆଟର୍ଣ୍ଣି ଜେନେରାଲ ଭାବେ ୨୦୧୧ରୁ ୧୯ ପର୍ଯ୍ୟନ୍ତ କାର୍ଯ୍ୟ କରିଛନ୍ତି । ତାଙ୍କ କାର୍ଯ୍ୟକାଳରେ ଦୁଇଟି ବଡ଼ ମାସ୍‌ ଶୁଟିଂ ବା ବନ୍ଧୁକ ଦ୍ୱାରା ଗଣହତ୍ୟା ଦୋଷୀଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା । ୨୦୧୯ରେ ରାଷ୍ଟ୍ରପତି ଭାବେ ଟ୍ରମ୍ପ୍‌ଙ୍କ ପ୍ରଥମ କାର୍ଯ୍ୟକାଳ ବେଳେ ଆସିଥିବା ମହାଭିଯୋଗ ସମୟରେ ସେ ଟ୍ରମ୍ପ୍‌ଙ୍କୁ ଆଇନଗତ ସହାୟତା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.