ପାଞ୍ଚ ଦିନ ଧରି ଚାଲିବ ପଲ୍ଲିଶ୍ରୀ ମେଳା, ଶୁକ୍ରବାରଠୁ ହେବ ଆରମ୍ଭ

Published By : Prameya-News7 Bureau | May 12, 2022 IST

ଫୁଲବାଣୀ ୧୨।୦୫ : ଶୁକ୍ରବାରଠୁ ଆରମ୍ଭ ହେବ ପଲ୍ଲିଶ୍ରୀ ମେଳା । ଫୁଲବାଣୀ କରୋନେସନପଡିଆରେ ଏହି ମେଳା ଆସନ୍ତା ୧୭ ତାରିଖ ଯାଏଁ ଚାଲିବ । ୫ଦିନ ଧରି ହେବାକୁ ଥିବା ଏହି ମେଳା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ସେହିପରି ଏହି ଅବସରରେ ପ୍ରତ୍ୟେକ ସଂଧ୍ୟାରେ ଜିଲ୍ଲା ଓ ଜିଲ୍ଲା ବାହାରର କଳାକାରମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ। ଉଦଯାପନୀ ଦିନ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।  ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ପ୍ରକଳ୍ପ ନିର୍ଦ୍ଦେଶକ ଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥା ବିଶ୍ଵରଂଜନ ନାୟକ କହିଛନ୍ତି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହେରୁ ଅଧିକ ସ୍ଵୟଂସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେବୋ ମହିଳାଙ୍କ ଉତ୍ପାଦୀତ ଦ୍ରବ୍ୟ ଏହି ମେଳାରେ ବିକ୍ରି ହେବ। ସମସ୍ତ ପ୍ରକାର ଦ୍ରବ୍ୟ, ଘରକରଣା ସାମଗ୍ରୀ ଏଠାରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.