କରୋନା ସଂକ୍ରମିତ ମହିଳା ଆଇଏଏସ ଅଫିସର : ସମସ୍ତଙ୍କୁ ପଢିବା ଦରକାର ତାଙ୍କ ମେସେଜ

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୦୮/୦୪ : କରୋନା ସଙ୍କଟ ସମୟରେ ବର୍ତ୍ତମାନ ମଧ୍ୟ ପ୍ରଦେଶର ମହିଳା ଆଇଏଏସ ଅଫିସରଙ୍କୁ ନେଇ ଚର୍ଚ୍ଚା | ଆଇଏଏସ ଅଫିସରଙ୍କ ନାଁ ପଲ୍ଲବୀ ଜୈନ ଗୋଭୀଲ | ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ମୁଖ୍ୟ ସଚିବ ଅଛନ୍ତି | ସେ କରୋନାରେ ସଂକ୍ରମିତ ହୋଇଥିବା ଯୋଗୁଁ ବର୍ତ୍ତମାନ କ୍ଵାରେଣ୍ଟାଇନରେ ଅଛନ୍ତି | କିନ୍ତୁ ସେ ଘରୁ ଭିଡିଓ କନଫରେନସିଂ ବୈଠକରେ ଯୋଗ ଦେଇଥିଲେ | ପ୍ରତିଦିନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇଥାନ୍ତି | ମଧ୍ୟପ୍ରଦେଶରେ ଏବେଯାଏଁ ୧୯୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୩ ଜଣ ପ୍ରାଣ ହରାଇଛନ୍ତି |

ସେ କହିଛନ୍ତି ଯେ, ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି | ସେମାନେ ପ୍ରତିଦିନ କେତେ ଅଫିସରଙ୍କ ସହ କାମ କରୁଛନ୍ତି | ବୋଧହୁଏ କାହାଠାରୁ ତାଙ୍କୁ ସଂକ୍ରମଣ ହୋଇଥିବା ବୋଲି ସେ ସନ୍ଦେହ କରିଛନ୍ତି | କିନ୍ତୁ ତାଙ୍କ ଭିତରେ କୌଣସି ଲକ୍ଷଣ ପରିଲକ୍ଷିତ ହୋଇନାହିଁ | ସେ ସୁସ୍ଥ ଅଛନ୍ତି ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଜ ଘରୁ କାମ କରୁଛନ୍ତି ବୋଲି କହିଛନ୍ତି | 

ଅଧିକାଂଶ ଲୋକଙ୍କ ମଧ୍ୟରେ କୌଣସି ଲକ୍ଷଣ ଦେଖା ଯାଉନାହିଁ କିନ୍ତୁ ସାମାନ୍ୟ ସଂକ୍ରମଣ ହେଉଛନ୍ତି | ସେଥିପାଇଁ ଘରେ ରହିବା ସବୁଠାରୁ ଭଲ | ସେ ଆହୁରି କହିଛନ୍ତି ଯେ, ବୋଧହୁଏ ଆମେ ସଂକ୍ରମିତ ହୋଇଥିବା କିନ୍ତୁ ଲକ୍ଷଣ ଅଭାବରୁ ନଜାଣି ଅନ୍ୟ ଲୋକଙ୍କୁ ସଂକ୍ରମିତ କରିଦେବା | ସେଥିପାଇଁ ଘରେ ରହିବା ସର୍ବୋତ୍ତମ |

ଏପ୍ରିଲ ୪ ତାରିଖରେ ପଲ୍ଲବୀ ଜୈନ ଏବଂ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦେଶକ ଡ.ବୀଣା ସିହ୍ନା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା | ସେମାନଙ୍କ ସଂପର୍ଶରେ ଆସିଥିବା ୧୨ ଜଣ ଅଫିସର ନିଜକୁ ଘରେ କ୍ଵାରେଣ୍ଟାଇନରେ ଅଛନ୍ତି, କିଛି ହୋଟେଲରେ ଅଛନ୍ତି ଓ ଆଉ କିଛି ଗେଷ୍ଟହାଉସରେ ଅଛନ୍ତି |

ମାର୍ଚ୍ଚ ୨୩ ତାରିଖରେ ପଲ୍ଲବୀ ଜୈନ ମଧ୍ୟପ୍ରଦେଶର ଜନସମ୍ପର୍କ ବିଭାଗର ଏକ ଭିଡିଓରେ ଲୋକଙ୍କୁ କରୋନା ଠାରୁ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଥିଲା | ଭିଡିଓ କନଫରେନସିଂରେ ଭାଗ ନେଇଥିବା ଯୋଗୁଁ ଶିବରାଜ ସିଂହ ଚୌହାନ ପଲ୍ଲବୀଙ୍କୁ ପ୍ରଶଂସା କରିଥିଲେ | ଏହାସହ ତାଙ୍କୁ ଘରେ ଆରାମ କରିବା ପାଇଁ କହିଥିଲେ | ତଥାପି ସେ ଘରୁ କାମ କରୁଛନ୍ତି | ଏହିଭଳି ନିଷ୍ଠାପର ଅଫିସରଙ୍କ ସାହାଯ୍ୟରେ ରାଜ୍ୟରେ ସଂକ୍ରମଣ ରୋକା ଯାଇପାରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.