vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଆଉ ଜଣେ ଅଭିନେତ୍ରୀଙ୍କ ଆତ୍ମହତ୍ୟା ! ଘରୁ ମିଳିଲା ଝୁଲନ୍ତା ମୃତଦେହ

16/05/2022 at 8:14 AM

କୋଲକାତା ୧୬।୦୫ : ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀଙ୍କ ମୃତ୍ୟୁ । ନିଜ ଘର ଭିତରୁ ମିଳିଛି ଝୁଲନ୍ତା ମୃତଦେହ । ମୃତ ଅଭିନେତ୍ରୀଙ୍କ ନାମ ପଲ୍ଲବୀ ଦେ । ସେ ବଙ୍ଗଳା ଟେଲି ଇଣ୍ଟଷ୍ଟ୍ରିର ଜଣେ ଚର୍ଚ୍ଚିତ ଚେହେରା । ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, କୋଲକାତା ସ୍ଥିତ ପଲ୍ଲବୀ ଦେବଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିଲା । ଏହାପରେ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି ।

ସେହିପରି ପୋଲିସ ତଦନ୍ତରୁ ଆହୁରୀ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି । ଯେପରି କି ପଲ୍ଲବୀଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ କି ତାଙ୍କ ଘରୁ କୌଣସି ସୁଇସାଇଡ଼ ନୋଟ ମଧ୍ୟ ମିଳିନାହିଁ । ତେବେ ସେ ଆତ୍ମହତ୍ୟା କଲେ କଣ ପାଇଁ , ସେନେଇ ଛାନ୍‌ଭିନ୍‌ କରୁଛି ପୋଲିସ ।ସେପଟେ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ରିପୋର୍ଟ ଆସିବା ପରେ ଅନେକ ରହସ୍ୟ ଉପରୁ ପରଦା ହଟିପାରିବ ।

ସେପଟେ ପଲ୍ଲବୀଙ୍କ ମୃତ୍ୟୁ ଖବର ଶୁଣି ପୁରା ବଙ୍ଗଳା ସିନେ ଓ ଟେଲି ଇଣ୍ଟଷ୍ଟ୍ରି ଶୋକ ଜାହିର କରିଛନ୍ତି । ଏପିରିକି ତାଙ୍କ ସାଥୀ କଳାକାରମାନ ବହୁତ ଦୁଃଖ ଅନୁଭୁବ କରିଛନ୍ତି । ଦୁଇ ଦିନ ତଳେ ପଲ୍ଲବୀଙ୍କ ସହ ଏକ ସିରିଏଲ୍‌ର ସୁଟିଂ ସାରିଥିବା ଅଭିନେତା କହିଛନ୍ତି ଯେ, ଏହି ଖବର ଶୁଣି ମୁଁ ବହୁତ ଦୁଃଖିତ, ୧୨ ମଇକୁ ଏକ ସିରିୟଲ ପାଇଁ ଉଭୟ ସୁଟିଂ ମଧ୍ୟ କରିଥିଲୁ । ବଙ୍ଗଳା ଟେଲିଂ ଇଣ୍ଟଷ୍ଟ୍ରିରେ Mon Mane Na ସିରିୟଲଟି ପଲ୍ଲବୀଙ୍କୁ ଘରେ ଘରେ ପରିଚିତ କରିଥିଲା ।

   Related Posts