Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇସ୍ରାଏଲ ସହ ବିବାଦ ଦୂର କରାଇବ ଚୀନ ? ବେଜିଂ ଗସ୍ତରେ ଯିବେ ପାଲେଷ୍ଟାଇନ ରାଷ୍ଟ୍ରପତି

9/06/2023 at 9:50 PM

ନୂଆଦିଲ୍ଲୀ: ଇରାନ ଏବଂ ସାଉଦି ଆରବ ମଧ୍ୟରେ ବନ୍ଧୁତା କରାଇବା ପରେ ଚୀନ ଏବେ ଶତାବ୍ଦୀର ସବୁଠୁ ବଡ ବିବାଦ ମଧ୍ୟରୁ ଗୋଟିଏର ସମାଧାନ କରିବାକୁ ଯାଉଛି । ନିକଟରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ବୁଝାମଣା ପାଇଁ ମଧ୍ୟସ୍ଥତା କରିବାକୁ ଚୀନ ଇଚ୍ଛା ପ୍ରକାଶ କରିଥିଲା । ଇସ୍ରାଏଲ-ପାଲେଷ୍ଟାଇନ ଶାନ୍ତି ବାର୍ତ୍ତାକୁ ସୁବିଧାଜନକ କରାଇବା ନେଇ ଚୀନର ବୟାନ ପରେ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସ ଆସନ୍ତା ସପ୍ତାହରେ ଚୀନ ଗସ୍ତ କରିବେ ।

ଚୀନ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନୟିଂ ଶୁକ୍ରବାର କହିଛନ୍ତି, ‘ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣରେ, ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସ ଜୁନ ୧୩ରୁ ୧୬ ଯାଏ ସରକାରୀ ଗସ୍ତରେ ଚୀନ ଆସିବେ’। ବିଦେଶ ମନ୍ତ୍ରାଳୟର ଅନ୍ୟ ଜଣେ ଅଧିକାରୀ ୱାଙ୍ଗ ୱେନବିନ ନିୟମିତ ବ୍ରିଫିଂରେ କହିଛନ୍ତି, ‘ଅବ୍ବାସ ଚୀନର ପୁରୁଣା ଏବଂ ଭଲ ବନ୍ଧୁ ଅଟନ୍ତି’। ସେ କହିଛନ୍ତି, ‘ଅବ୍ବାସ ଆରବ ଦେଶର ପ୍ରଥମ ପ୍ରମୁଖ, ଯିଏ ଚଳିତ ବର୍ଷ ପ୍ରଥମ କରି ଚୀନ ଗସ୍ତରେ ଆସୁଛନ୍ତି । ଏହା ଚୀନ-ପାଲେଷ୍ଟାଇନଙ୍କ ଉତ୍ତମ ସମ୍ପର୍କକୁ ଦର୍ଶାଉଛି । ପାଲେଷ୍ଟାଇନଙ୍କ ବୈଧ ରାଷ୍ଟ୍ରୀୟ ଅଧିକାର ସହ ଜଡିତ ପ୍ରସଙ୍ଗକୁ ସବୁବେଳେ ଦୃଢତାର ସହ ସମର୍ଥନ କରିଛି’।

ପଢନ୍ତୁ: ଡ୍ରାଗନର ନୂଆ ଚାଲ, ଆମେରିକା ସୀମାରୁ ମାତ୍ର ୧୦୦ ମାଇଲ ଦୂରରେ ନିର୍ମାଣ କରୁଛି ଗୁଇନ୍ଦା କେନ୍ଦ୍ର

ସମାଚାର ଏଜେନ୍ସି ସିନ୍ୟୁଆର ରିପୋର୍ଟ ଅନୁସାରେ ଏପ୍ରିଲରେ ଚୀନ ବିଦେଶ ମନ୍ତ୍ରୀ କିନ ଗ୍ୟାଙ୍ଗ ନିଜ ଇସ୍ରାଏଲ ଏବଂ ପାଲେଷ୍ଟାଇନ ସମକକ୍ଷଙ୍କୁ କହିଥିଲେ ଯେ ତାଙ୍କ ଦେଶ ଶାନ୍ତି ବାର୍ତ୍ତାରେ ସହାୟତା କରିବା ପାଇଁ ପ୍ରସ୍ତୁତ ଅଛି । ରିପୋର୍ଟରେ କୁହାଯାଇଛି ଯେ ଚୀନ ବିଦେଶ ମନ୍ତ୍ରୀ ପାଲେଷ୍ଟାଇନ ବିଦେଶ ମନ୍ତ୍ରୀ ରିୟାଦ ଅଲ-ମଲିକିଙ୍କୁ କହିଛନ୍ତି ଯେ ବେଜିଂ ଖୁବଶୀଘ୍ର ଆଲୋଚନା ପ୍ରକ୍ରିୟା ଆରମ୍ଭର ସମର୍ଥନ କରୁଛି । ଉଲ୍ଲେଖଯୋଗ୍ୟ ଯେ ଗତ କିଛି ବର୍ଷରେ ଚୀନ ମିଡିଲ୍-ଇଷ୍ଟ ଦେଶରେ ଏକ ମଧ୍ୟସ୍ଥ ରୂପେ ନିଜକୁ ଉପସ୍ଥାନ କରିବାକୁ ଉଦ୍ୟମ କରୁଛି । ମାର୍ଚ୍ଚରେ ଦୁଇ ପ୍ରତିଦ୍ୱିନ୍ଦ୍ୱୀ ଇରାନ ଏବଂ ସାଉଦି ଆରବ ମଧ୍ୟରେ ପୁଣି ଥରେ ସମ୍ପର୍କ ସ୍ଥାପନରେ ମଧ୍ୟସ୍ଥତା କରିଥିଲା ।

ଏ ଖବର ପଢନ୍ତୁ- ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି

   Related Posts