‘The Virgin Tree’କୁ ନେଇ ଉତ୍ସାହିତ ଅଛନ୍ତି ପଲକ, ଫିଲ୍ମକୁ ନେଇ କହିଲେ ଏପରି…

Published By : Prameya-News7 Bureau | December 02, 2022 IST

ମୁମ୍ଵାଇ ୦୨।୧୧: ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଶ୍ଵେତା ତିୱାରୀ । ତାଙ୍କ ଝିଅ ପଲକ ଖୁବ୍ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ପଲକଙ୍କ 'ବିଜଲି ବିଜଲି' ମ୍ୟୁଜିକ୍‌ ଭିଡିଓ ସୁପରହିଟ୍‌ ହେବା ପରେ ତାଙ୍କୁ ଚଳଚ୍ଚିତ୍ରରେ ପ୍ରଶଂସକମାନେ ଦେଖିବାକୁ ଚାହାଁନ୍ତି । ସଲମାନ ଖାନଙ୍କ ସହିତ ତାଙ୍କୁ ଡେବ୍ୟୁ କରିବେ। କେବଳ ଏହା ନୁହେଁ, ସେ ବି-ଟାଉନ୍ ସୁପରଷ୍ଟାର ସହିତ ଅନ୍ୟ ଏକ ବଲିଉଡ୍ ଚଳଚ୍ଚିତ୍ରରେ ନଜର ଆସିବେ ।

wp:html
/wp:html

ପଲକ ବଲିଉଡର ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ 'କିସି କା ଭାଇ କିସିକି ଜାନ୍‌ ହେ’ ସହିତ ଅଭିନୟ ଜଗତର ଚଳଚ୍ଚିତ୍ରକୁ ପାଦ ଦେବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ର ଠାରୁ ଅଲଗା, ତାଙ୍କର ଆଉ ଏକ ବ୍ଲକବଷ୍ଟର ଚଳଚ୍ଚିତ୍ର ଅଛି, ଯାହା ଦ୍ଵାରା ସେ ସଞ୍ଜୟଙ୍କ ସହିତ ସ୍କ୍ରିନ୍ ସେୟାର କରିବେ। ଏହି ଚଳଚ୍ଚିତ୍ରଟି ହେଉଛି ‘ଦ ବର୍ଜିନ ଟ୍ରି’। ଏକ ସାକ୍ଷାତକାରରେ ସେ ଏହି ଖୁସିକୁ ସେୟାର କରିଛନ୍ତି। ପଲକ କହିଛନ୍ତି, "ସଞ୍ଜୟ ସାର ସହିତ ସ୍କ୍ରିନ ସେୟାର କରିବାକୁ ମୁଁ ବହୁତ ଉତ୍ସାହର ସହିତ ଅପେକ୍ଷା କରିଛି। ତାଙ୍କ ପାଖରେ ଏତେ ଜ୍ଞାନ ଅଛି ଯେ ସେମାନେ ଆମ ସମସ୍ତଙ୍କୁ ଦେଇପାରିବେ।

ହରର-କମେଡି ଡ୍ରାମା ଚଳଚ୍ଚିତ୍ର ' ଦ ବର୍ଜିନ୍‌’ ଆସନ୍ତା ବର୍ଷ ପ୍ରେକ୍ଷାଳୟରେ ରିଲିଜ୍ ହେବ। ଫିଲ୍ମର ଲିଡ୍‌ ରୋଲ୍‌ରେ ସଞ୍ଜୟ ଦତ୍ତ, ସନ୍ନି ସିଂ ଓ ମୌନି ରୟ ନଜର ଆସିବେ।  ନିର୍ଦ୍ଦେଶନା ଦେବେ ସିଦ୍ଧାନ୍ତ ସଚଦେବ। ନିର୍ଦ୍ଦେଶକ ଭାବରେ ଏହା ହେଉଛି ତାଙ୍କର ପ୍ରଥମ ଚଳଚ୍ଚିତ୍ର । ଫିଲ୍ମର ସୁଟିଂ ପୁଣେରେ ଆରମ୍ଭ ହୋଇଛି। ପ୍ରଶଂସକମାନେ ଉତ୍ସାହର ସହିତ ଚଳଚ୍ଚିତ୍ରକୁ ଦେଖିବାକୁ ଅପେକ୍ଷା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.