scan steel
web-baneer-728x90
WhatsApp Image 2023-12-06 at 12.52.17
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସୀମା ହାଇଦରଙ୍କୁ ଦକ୍ଷିଣପନ୍ଥୀଙ୍କ ଚରମ ଚେତାବନୀ, ୭୨ ଘଣ୍ଟାରେ ଦେଶ ଛାଡ଼ ନହେଲେ…

17/07/2023 at 5:15 PM

ନୂଆଦିଲ୍ଲୀ: ପାକିସ୍ତାନ ସୀମା ଡେଇଁ ଭାରତ ଆସିଥିବା ସୀମା ହାଇଦରଙ୍କ ଅଡ଼ୁଆ ବଢ଼ିିଛି। ଦୁଇ ଦେଶରେ ଆଶାନ୍ତି ଲାଗି ରହିଛି। ସେପଟେ ପାକିସ୍ତାନରେ ଆତଙ୍କବାଦୀ ଓ ଡକାୟତମାନେ ହିନ୍ଦୁଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିବା ବେଳେ ଏପଟେ ଭାରତରେ ଦକ୍ଷିଣପନ୍ଥୀ ସଂଗଠନ ଆନ୍ଦୋଳନର ଚେତାବନୀ ଦେଇଛି।

ସୀମାଙ୍କୁ ଭାରତ ଛାଡ଼ି ପାକିସ୍ତାନ ନ ଗଲେ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି ଦକ୍ଷିଣପନ୍ଥୀ ସଂଗଠନ ଚେତାବନୀ ଦେଇଛନ୍ତି। ସୀମାଙ୍କୁ ଦେଶ ଛାଡ଼ିବାକୁ ଗୋ ରକ୍ଷକ ହିନ୍ଦୁ ଦଳ ପକ୍ଷରୁ ୭୨ ଘଣ୍ଟାର ସମୟ ଦିଆଯାଇଛି। ସଂଗଠନର ଜାତୀୟ ସଭାପତି ବେଦ ନଗର ଏକ ଭିଡିଓ ଜାରି କରି କହିଛନ୍ତି ଯେ ସୀମା ହାଇଦର ପାକିସ୍ତାନୀ ଗୁପ୍ତଚର ହେଇପାରନ୍ତି। ତେଣୁ ସେ ଦେଶ ପାଇଁ ବିପଦ ସୃଷ୍ଟି କରିପାରନ୍ତି ବୋଲି ବେଦ ନଗର ଭିଡିଓରେ କହିଛନ୍ତି।

ପଢ଼ନ୍ତୁ-ସୀମା ହାଇଦର ପାର୍ଟ-୨: ପ୍ରେମ ପାଇଁ ଭାରତ ଆସିଥିଲେ ସପ୍‌ଲା, ଧୋକା ଦେଲା ପ୍ରେମିକ, ଏବେ ଜେଲ୍‌ରେ କଟୁଛି ଦିନ

ଭିଡିଓରେ ବେଦ କହିଛନ୍ତି “ ବେଇମାନ ଦେଶରୁ ଆସିଥିବା ମହିଳାଙ୍କୁ ଆମେ ବରଦାସ୍ତ କରିପାରିବୁ ନାହିଁ। ଯଦି ସୀମା ହାଇଦର ୭୨ ଘଣ୍ଟାରେ ଭାରତ ନ ଛାଡ଼ନ୍ତି ତେବେ ଆମେ ଆନ୍ଦୋଳନ ଆରମ୍ଭ କରିବୁ। ”  

ଅଜଣା ଜାଗାକୁ ନେଇ ସୀମା, ସଚିନ ଓ ତାଙ୍କ ବାପାଙ୍କୁ ପୁଲିସର ଜେରା

ଧମକଚମକ, ଆତଙ୍କବାଦୀ ସନ୍ଦେହ ଓ ନାନା ଆଲୋଚନା ପରେ ସୀମାଙ୍କୁ ଜେରା କରିଛି ଉତ୍ତର ପ୍ରଦେଶ ପୁଲିସ। ପାକିସ୍ତାନୀ ନାଗରିକ ସୀମା ହାଇଦର, ତାଙ୍କ ପ୍ରେମିକ ସଚିନ୍ ମୀନା ଓ ତାଙ୍କ ବାପାଙ୍କୁ ନୋଏଡାର ଏକ ଅଜଣା ସ୍ଥାନକୁ ନେଇ ଉତ୍ତରପ୍ରଦେଶର ଆତଙ୍କବାଦ ନିରୋଧୀ ସ୍କ୍ୱାଡ଼ (ଏଟିଏସ୍) ପଚରାଉଚରା କରୁଛି। ଏହା ପୂର୍ବରୁ ତିନିଜଣଙ୍କୁ ସର୍ତ୍ତମୂଳକ ଭାବେ ଜାମିନ ମିଳିସାରିଛି।

କୋର୍ଟ ସର୍ତ୍ତ ରଖିଛନ୍ତି ଯେ ସୀମା ପୁଲିସ ଓ କୋର୍ଟଙ୍କୁ ନ ଜଣାଇ ଦେଶ ଛାଡ଼ି ଯାଇପାରିବେ ନାହିଁ। ଠକଣା ବଦଲାଇଲେ ବି କୋର୍ଟକଙ୍କୁ ଏ ବିଷୟରେ ସୂଚିତ କରିବାକୁ ହେବ। ସଚିନ ଓ ସୀମା ନିଜ ବିବାହ ପାଇଁ ଯେଉଁ ଓକିଲଙ୍କ ପାଖକୁ ଯାଇଥିଲେ ସେହି ଓକିଲ ଉପରୋକ୍ତ ଅଧିକାରୀଙ୍କୁ ସୀମା ପାକିସ୍ତାନୀ ନାଗରିକ ବୋଲି ଖବର ଦେଇଥିଲେ। ଏହାପରେ ଜୁଲାଇ ୧୪ ତାରିଖରେ ବଲ୍ଲଭଗଡ଼ ହରିଆଣାରୁ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ଜୁଲାଇ ୮ ତାରିଖରେ ସମସ୍ତଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ କୋର୍ଟ।

Seema Haider | पाकिस्तानी सीमा हैदरने हिंदू धर्म स्वीकारला, तर तिला भारतीय  नागरिकता मिळेल ? कायदा काय सांगतो? - Marathi News | Will seema haider get  indian citizenship if she ...

ଦୋ ଛକିରେ ସୀମା

ପବ୍‌ଜୀ ଖେଳରୁ ଭାରତର ସଚିନ ମୀନା(୨୫)ଙ୍କ ସହିତ ପାକିସ୍ତାନର ୩୦ ବର୍ଷୀୟା ମହିଳା ସୀମା ହାଇଦରଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାପରେ ସୀମା ତାଙ୍କର ୪ ପିଲାକୁ ଧରି ଭାରତ ଚାଲି ଆସିଥିଲେ। ସୀମାଙ୍କ ସ୍ୱାମୀ ସ୍ୱାମୀ ଗୁଲାମ ହାଇଦର ଦୁବାଇରେ ଥାଇ ଘଟଣା ଜାଣିବାକୁ ପାଇଥିଲେ। ଏହାପରେ ସେ ତାଙ୍କ ପିଲାଛୁଆ ଓ ସ୍ତ୍ରୀକୁ ପାକିସ୍ତାନକୁ ପଠାଇ ଦେବାକୁ ଭାରତ ସରକାରଙ୍କୁ ହାତଯୋଡ଼ି ଅନୁରୋଧ କରିଥିଲେ।

ତେବେ ଅନୁମତି ନ ନେଇ ବେଆଇନ ଭାବେ ଆସିଥିବାରୁ ସୀମାଙ୍କୁ ଜୁଲାଇ ୪ ତାରିଖରେ ଗିରଫ କରାଯାଇଥିଲା। ସଚିନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଦୁହେଁ ଏବେ ଜାମିନ ପାଇଁ ଘରେ ଅଛନ୍ତି। ସୀମା ପାକିସ୍ତାନ ଯିବାକୁ ଚାହୁଁ ନାହାନ୍ତି। ହେଲେ ସେପଟେ ପାକିସ୍ତାନରେ ଆତଙ୍କବାଦୀ ଓ ଡକାୟତମାନେ ସୀମାଙ୍କୁ ଫେରାଇବାକୁ ଧମକ ଦେଉଛନ୍ତି।  

ଅନ୍ୟପଟେ ସୀମାଙ୍କ ଘର ଲୋକ କିନ୍ତୁ ଆଉ ତାଙ୍କୁ ଗ୍ରହଣ କରିବାକୁ ରାଜି ନାହାନ୍ତି। ସୀମା ଆଉ ମୁସ୍ଲିମ ହେଇ ନାହାନ୍ତି। ସେ ନ ଆସି ପିଲାମାନଙ୍କୁ ପାକିସ୍ତାନ ପଠାଇ ଦିଅନ୍ତୁ ବୋଲି ତାଙ୍କ ଘର ଲୋକେ ଓ ସିନ୍ଧରେ ସୀମାଙ୍କୁ ଘରଭଡ଼ା ଦେଇଥିବା ମାଲିକଙ୍କ ପୁଅ କହିଛନ୍ତି।

Representational Image

  ପଢ଼ନ୍ତୁ-ଭାରତ ଆସିଥିବା ସୀମା CM ଯୋଗୀଙ୍କୁ କଲେ ଗୁହାର, କହିଲେ-ମୋତେ ପ୍ଲିଜ୍‌ ସଚିନ୍‌ଙ୍କ ସହ ରହିବାକୁ ଦିଅ…

   Related Posts