ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

‘ଦ୍ରୌପଦୀ’ ସାଜିବେ ପ୍ରକୃତି, ଇନଷ୍ଟାରେ ସେୟାର କଲେ ପୋଷ୍ଟର

6/08/2022 at 7:52 AM

ମୁମ୍ବାଇ ୦୬।୦୮:  ଆଉ ଏକ ମହାଭାରତ ହେବ କି ନାହିଁ ଜଣାନାହିଁ । କିନ୍ତୁ ପରଦାରେ ଦ୍ରୌପଦୀଙ୍କ ଚରିତ୍ର ନେଇ ଆସୁଛନ୍ତି ପ୍ରକୃତି ମିଶ୍ର । ନିକଟରେ ପ୍ରକୃତି ନିଜ ବ୍ୟକ୍ତିଗତ କାରଣ ପାଇଁ ଖୁବ ଚର୍ଚ୍ଚାରେ ଥିଲେ  । ତେବେ ଏହି ଚଳଚ୍ଚିତ୍ରରେ ଶୀର୍ଷକ ‘ଦ୍ରୌପଦୀ’ ଥିବା ବେଳେ ମୁଖ୍ୟ ଚରିତ୍ରରେ ପ୍ରକୃତି ଅଭିନୟ କରୁଛନ୍ତି । ଯାହାର ପ୍ରଥମ ପୋଷ୍ଟର ଶୁକ୍ରବାର ଦିନ ମୁକ୍ତିଲାଭ କରିଛି । ପ୍ରକୃତି ମିଶ୍ର ନିଜ ସୋସିଆଲ୍‌ ମିଡିଆ ଆକାଉଣ୍ଟର ଏହି ପୋଷ୍ଟର ସେୟାର କରିଛନ୍ତି ।

ତେବେ ଏହି ଚଳଚ୍ଚିତ୍ର ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମାଣ ହେଉଛି । ତାର୍ନ ପ୍ରଡକ୍ସନ୍ସ  ବ୍ୟାନରରେ ନିର୍ମିତ ହେଉଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅନନ୍ୟା  ପଟ୍ଟନାୟକ । ପ୍ରଯୋଜନା ଦାୟିତ୍ୱରେ ସସ୍ମିତା ତିଆଡି ଓ ଆକାଶଦୀପ  ସିଂହ ରହିଛନ୍ତି । ଏହାର କ୍ୟାମେରା ପରିଚାଳନା କରୁଛନ୍ତି ଚଳଚ୍ଚିତ୍ର ‘ଦୃଷ୍ଟିକୋଣ’ର  କ୍ୟାମେରାମ୍ୟାନ୍‌ କୁହୁ ମଲ୍ଲ ।

ସେହିପରି ପ୍ରକୃତି  ଏବେ ମୁମ୍ବାଇରେ ଏକ ହିନ୍ଦୀ ସିନେମା  ସୁଟିଂରେ ବ୍ୟସ୍ତ ଅଛନ୍ତି । ପୋଷ୍ଟର୍‌କୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ପ୍ରକୃତି  ଲେଖିଛନ୍ତି, ‘କେବେ ପୁରୁଷ ତ କେବେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ  ହେଇଯାଏ । କେବେ ନାରୀ କୋଉ ଯୁଦ୍ଧର କାରଣ ସାଜିଛି ତ ପୁଣି କେବେ ଅଗ୍ନି ପରୀକ୍ଷା  ଦେବାକୁ ବାଧ୍ୟ ହେଇଚି । ଯୁଗ ବଦଳି ଗଲାଣି କିନ୍ତୁ ବଦଳିନି ସେଇ ନାରୀର କାହାଣୀ’ ।

   Related Posts