ମାନହାନୀ ମକଦ୍ଦମା ରୁଜୁ କଲେ ପ୍ରକୃତି, ୫ କୋଟି ୧୦ ଲକ୍ଷ ଟଙ୍କାର କଲେ କେସ୍‌

Published By : Prameya-News7 Bureau | August 24, 2022 IST

ଭୁବନେଶ୍ୱର ୨୪।୦୮: ପ୍ରକୃତି-ବାବୁସାନ୍‌-ତୃପ୍ତି ବିବାଦ ମାମଲା । ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନି ମକଦ୍ଦମା ଦାୟର କଲେ ପ୍ରକୃତି ମିଶ୍ର । ଭୁବନେଶ୍ୱର କୋର୍ଟରେ ମାମଲା ଦାୟର କଲେ ପ୍ରକୃତି ମିଶ୍ର ।

ଖବର ଅନୁଯାୟୀ, ରାଜଧାନୀ ରାଜରାସ୍ତାରେ ଘଟିଥିବା ହାଇଡ୍ରାମା ଘଟଣାରେ ଆଉ ଏକ ଟ୍ୱିଷ୍ଟ । ମଙ୍ଗଳବାର ହାଇକୋର୍ଟରେ ମାମଲା ଦାୟର କରିବା ପରେ ଏବେ (ବୁଧବାର ) ଦିନ ଭୁବନେଶ୍ୱର କୋର୍ଟରେ ମାନହାନି ମକଦ୍ଦମା ମାମଲା ଦାୟର କରିଛନ୍ତି ପ୍ରକୃତି ମିଶ୍ର । ମୋଟ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନି ମକଦ୍ଦମା ରୁଜୁ କରିଛନ୍ତି ପ୍ରକୃତି ମିଶ୍ର । ବାବୁସାନ୍‌ଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁର ଲଳିତ ଶତପଥୀଙ୍କ ନାଁରେ ମାନହାନୀ ମାମଲା ଦାୟର କରିଛନ୍ତି ପ୍ରକୃତି ମିଶ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.