ମହାପ୍ରଭୁଙ୍କ ଦର୍ଶନ କଲେ ପାକିସ୍ତାନରୁ ଆସିଥିବା ହିନ୍ଦୁ, ହେଲେ ଭାବ ବିହ୍ଵଳ
22/01/2023 at 7:44 AM

Image Courtesy : prameyanews.com
ପୁରୀ: ପାକିସ୍ତାନ କରାଚିରେ ରହୁଥିବା ୪୫ ଜଣ ହିନ୍ଦୁ ପୁରୀ ଆସିଛନ୍ତି। ଏହି ଭକ୍ତ ମାନେ କୌଳିକ ପଣ୍ଡାଙ୍କ ସହାୟତାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି।ଦର୍ଶନ ପୂର୍ବରୁ ସେମାନଙ୍କ ପାସପୋର୍ଟ ଯାଞ୍ଚ ହୋଇଥିଲା। ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବେଶ୍ ଭାବ ବିହ୍ବଳିତ ହୋଇପଡ଼ିଥିଲେ ପାକିସ୍ତାନରୁ ଆସିଥିବା ଏହି ଭକ୍ତ ମାନେ। ଓଡ଼ିଶା ଇଣ୍ଟରନ୍ୟାସନାଲ ସେଣ୍ଟର ସହଯୋଗରେ ଶନିବାର ସନ୍ଧ୍ୟାରେ ୪୫ ଜଣ ଭକ୍ତ ମହାପ୍ରଭୁଙ୍କ ଦର୍ଶନରେ ପୁରୀ ଆସିଥିବା ବେଳେ ସେମାନଙ୍କ ଭିତରେ ବୃଦ୍ଧ, ମହିଳା ଓ ଶିଶୁ ଥିଲେ।
Related Posts
ଭୟାବହ ଅଗ୍ନିକାଣ୍ଡରେ ୪୬ ବଖରା ଘର ଭଷ୍ମିଭୂତ ; ବାସହୀନ ହେଲେ ୨୨ ପରିବାର
2 February 2023
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023