ପାକିସ୍ତାନୀ ଖେଳାଳି ମାଗିଲେ ଡିଆରଏସ, ଅମ୍ପାୟାର ଦେଲେ ଅନୁମତି : ବାବର କହିଲେ- 'ମୁଁ କ୍ୟାପ୍ଟେନ୍'

Published By : Prameya-News7 Bureau | September 10, 2022 IST

ନୂଆଦିଲ୍ଲୀ, ୧୦|୦୯:  ପାକିସ୍ତାନ କ୍ରିକେଟ୍ ଟିମ୍ ଏବେ ଦମଦାର୍ ଫର୍ମରେ ଅଛି । ଦଳ ଏସିଆ କପ୍ ୨୦୨୨ ଫାଇନାଲରେ ସ୍ଥାନ ପକ୍କା କରିଛି । ଦଳ ଶ୍ରୀଲଙ୍କା ସହ ମୁକାବିଲା ଖେଳିବ । ଏହାପୂର୍ବରୁ ଦଳ ସୁପର ୪ ମୁକାବିଲା ଶ୍ରୀଲଙ୍କା ବିପକ୍ଷରେ ହିଁ ଖେଳିଥିଲା । ଯେଉଁଥିରେ ଶ୍ରୀଲଙ୍କା ଟିମ୍ ବିଜୟୀ ହୋଇଛି । ଦଳ ୫ ଓ୍ୱିକେଟରେ ପାକିସ୍ତାନକୁ ମାତ୍ ଦେଇଥିଲା । ତେବେ ଏହି ମ୍ୟାଚରେ ଏକ ଅଜବ ଘଟଣା ଘଟିଥିଲା ।

ଶ୍ରୀଲଙ୍କା ବ୍ୟାଟିଂ ବେଳେ ପାକିସ୍ତାନୀ ଓ୍ୱିକେଟ୍ କିପର ମହମ୍ମଦ ରିଜଓ୍ୱାନ ଓ ଫିଲ୍ଡ ଅମ୍ପାୟାର ଏଫରି କିଛି କରିଥିଲେ ଯାହା ଦେଖିବା ପରେ ବାବର ଆଜମଙ୍କୁ ସେ ହିଁ ଅଧିନାୟକ ବୋଲି କହିବାକୁ ପଡିଥିଲା । ଏହି ପୁରା ଘଟଣା କ୍ୟାମେରାରେ କଏଦ ହୋଇଥିଲା । ଯାହାର ଭିଡିଓ ଖୁବ୍ ଭାଇରାଲ ହେଉଛି ।

ରିଜଓ୍ୱାନଙ୍କ କହିବାନୁସାରେ ଡିଆରଏସ

ଘଟଣା ଶ୍ରୀଲଙ୍କା ପାଳିର ୧୬ତମ ଓଭରରେ ଘଟିଥିଲା । ଦ୍ରୁତ ବୋଲର ହାସନ ଅଲ୍ଲୀଙ୍କ ଦ୍ୱିତୀୟ ବଲରେ ଦାସୁନ ସନାକା ଏକ ସ୍କୁପ୍ ସଟ୍ ମାରିବାକୁ ପ୍ରୟାସ କରିଥିଲେ । କିନ୍ତୁ ବଲ ରିଜଓ୍ୱାନଙ୍କ ହାତକୁ ଯାଇଥିଲା । ଏଠାରେ ରିଜଓ୍ୱାନଙ୍କୁ ବଲ୍ ବ୍ୟାଟରେ ବାଜିଥିବା ମନେ ହୋଇଥିଲା । ସେ ଅପିଲ କରିଥିଲେ । କିନ୍ତୁ ଫିଲ୍ଡ ଅମ୍ପାୟାର ଅନିଲ ଚୌଧରୀ ନଟ୍ ଆଉଟ୍ କହିଥିଲେ ।

wp:html /wp:html

ଏହାପରେ ରିଜଓ୍ୱାନ ଡିଆରଏସ ପାଇଁ ଇଶାରା ଦେଇଥିଲେ । ଅମ୍ପାୟାର ମଧ୍ୟ ଡିଆରଏସ ଦେଇଥିଲେ । ଏହା ଦେଖି ବାବର ରାଗି ଯାଇଥିଲେ । କାରଣ ଅମ୍ପାୟାର ତାଙ୍କୁ ପଚାରିନଥିଲେ । ନିୟମ ଅନୁସାରେ ଅଧିନାୟକଙ୍କ ଅନୁମତି ମିଳିଲେ ହିଁ ଡିଆରଏସକୁ ମଞ୍ଜୁରି ମିଳିଥାଏ । କିନ୍ତୁ ଏଥିରେ ଓଲଟା ଘଟିଥିଲା ।

ବାବର ଆହୁରି ମଧ୍ୟ ସେ ଅଧିନାୟକ ବୋଲି କହିଥିଲେ । ବାବରଙ୍କ ଏହି ରିଆକ୍ସନ ଭିଡିଓ କ୍ୟାମେରାରେ କଏଦ ହୋଇଛି । ଯାହା ଖୁବ୍ ଭାଇରାଲ ହେଉଛି । ନେଟିଜେନ୍ସ ଏହାକୁ ଟ୍ରୋଲ୍ ମଧ୍ୟ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.