ଅଧିକ ପାଓ୍ୱାରଫୁଲ ହେଲା ISI, ବିଦେଶୀ ଶକ୍ତିଙ୍କୁ ପ୍ରତିହତ କରିବାକୁ କ୍ଷମତା ଦେଲେ ସରକାର

Published By : Prameya-News7 Bureau | July 10, 2024 IST

ନୂଆଦିଲ୍ଲୀ ୧୦/୦୭: ଅଧିକ ପାଓ୍ୱାରଫୁଲ ହେଲା ପାକିସ୍ତାନ ଗୁଇନ୍ଦା ଏଜେନ୍ସି ISI । ପାକିସ୍ତାନ ଗୁଇନ୍ଦା ଏଜେନ୍ସି ISI କୁ ମିଳିଲା ଅଧିକ କ୍ଷମତା । ଏଣିକି ଏଜେନ୍ସି ପୂରା ଦେଶରେ ଯେ କୌଣସି ବ୍ୟକ୍ତିଙ୍କର ଫୋନ୍‌ କଲ୍‌କୁ ଟ୍ରାସ୍‌ ଓ ରେକର୍ଡ କରି ପାରିବ । ଏଥିନିମନ୍ତେ କୌଣସି ଅନୁମତି ଦରକାର ନାହିଁ । ପାକିସ୍ତାନ ସରକାର ISIକୁ ଏହି କ୍ଷମତା ପ୍ରଦାନ କରିଛନ୍ତି । 

ପାକିସ୍ତାନ ସରକାର ଦ୍ୱାରା ଏହି ନୂଆ ନିୟମ ଲାଗୁ ହେବା ସହ ଏନେଇ ବିଜ୍ଞପ୍ତି ବି ଜାରି ହୋଇଛି। ପାକିସ୍ତାନର ଦୂରସଞ୍ଚାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦେଶର ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। ତେଣୁ ପାକିସ୍ତାନ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିବା ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ଏଣିକି ISI ମନଇଚ୍ଛା ଯେକୌଣସି ବ୍ୟକ୍ତିଙ୍କ କଲ୍‌କୁ ରେକର୍ଡ କରିବା ସହ ତାହାକୁ ଟ୍ରାସ୍‌ କରି ପାରିବ । ଏହାକୁ ଆଇନଗତ ମଞ୍ଜୁରୀ ମିଳି ଯାଇଛି।  

ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ISIର ଗ୍ରେଡ-୧୮ ରାଙ୍କ କିମ୍ବା ତଊର୍ଦ୍ଧ୍ୱ ରାଙ୍କର ଅଧିକାରୀ କୌଣସି କଲ୍‌ କିମ୍ବା ମେସେଜକୁ ଅଟକାଇବା ସହ ତାହାର ପତ୍ତା ଲଗାଇ ପାରିବେ। ବିଦେଶୀ ଶକ୍ତିମାନଙ୍କୁ ପ୍ରତିହତ କରିବାକୁ ଏପରି ନିଷ୍ପତ୍ତି ନିଆଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପକ୍ଷରୁ କୁହାଯାଇଛି। ISIକୁ ଅଧିକ ପାୱାରଫୁଲ୍‌ କରାଯିବା ନେଇ ଅସନ୍ତୋଷ ଝାଡ଼ିଛନ୍ତି ପାକିସ୍ତାନର ବିରୋଧୀ ଦଳ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.