scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ଵକପ୍‌ରୁ ପାକିସ୍ତାନ ବିଦା, ସେମି ଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ

11/11/2023 at 8:47 PM

ନୂଆଦିଲ୍ଲୀ: ବିଶ୍ଵକପ୍ ୨୦୨୩ରେ ଭାରତ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ପରେ ନ୍ୟୁଜିଲାଣ୍ଡ ସେମି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଆଉ ବିଶ୍ଵକପର ୪୪ତମ ମ୍ୟାଚ୍‌ରେ ଟସ୍ ହାରିବା ଏବଂ ଇଂଲଣ୍ଡ ୩୩୭ ରନର ବିଶାଳ ସ୍କୋର କରିବା ପରେ ପାକିସ୍ତାନ ବିଶ୍ଵକପ୍‌ ସେମି ଫାଇନାଲ୍‌ ଦୌଡ଼ରୁ ବିଦା ହୋଇଛି। ଏଥିସହ ନ୍ୟୁଜିଲାଣ୍ଡ ଲଗାତାର ପଞ୍ଚମ ଥର ସେମି ଫାଇନାଲ୍‌ରେ ସ୍ଥାନ ସୁନିଶ୍ଚିତ କରିଛି।

Also read- ତୁମକୁ ହଁ କହିବାକୁ ପଡିବ, ନହେଲେ ମୁଁ… ରୋହିତଙ୍କ ଅଧିନାୟକ ପଦ ନେଇ ସୌରଭ ଗାଙ୍ଗୁଲିଙ୍କ ଖୁଲାସା

ଭାରତ ଏ ପର୍ଯ୍ୟନ୍ତ ୮ଟି ଖେଳି ୮ ବିଜୟ ସହ ୧୬ ପଏଣ୍ଟ ପାଇ ଶୀର୍ଷରେ ରହିଛି। ଦକ୍ଷିଣ ଆଫ୍ରିକା ୯ଟି ମ୍ୟାଚ୍ ଖେଳି ୭ ବିଜୟରୁ ୧୪ ପଏଣ୍ଟ ପାଇବା ସହ ଉନ୍ନତ ରନ ରେଟ୍ ଯୋଗୁଁ ଦ୍ଵିତୀୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ମଧ୍ୟ ୭ ବିଜୟ ହାସଲ କରି ତୃତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ୧୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହି ଯୋଗ୍ୟତା ଅର୍ଜନ କରିଛି।

ବିଶ୍ଵକପ୍ ୨୦୨୩ର ପ୍ରଥମ ସେମି ଫାଇନାଲ୍‌ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ବୁଧବାର ମୁମ୍ବାଇର ଓ୍ଵାଙ୍ଖେଡ଼େ ଷ୍ଟାଡିୟମରେ ଖେଳାଯିବ। ଦ୍ଵିତୀୟ ସେମି ଫାଇନାଲ୍ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୧୬ରେ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ। ଏହା ପରେ ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୯ ତାରିଖ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

   Related Posts