Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ସଂକଟ ଭିତରେ ପାକିସ୍ତାନର ନାପାକ୍ ଷଡ଼ଯନ୍ତ୍ର, କାଶ୍ମୀରକୁ ନେଇ ମିଛ ପ୍ରଚାର ପ୍ଲାନ୍ ରଚିଛି ପଡ଼ୋଶୀ

5/02/2023 at 10:42 AM

ନୂଆଦିଲ୍ଲୀ: ଆର୍ଥିକ ସଂକଟରେ ବୁଡ଼ି ରହିଥିବା ପାକିସ୍ତାନର ନାପାକ୍ ଷଡ଼ଯନ୍ତ୍ର । ଟୁଲ କିଟ୍ ମାଧ୍ୟମରେ କାଶ୍ମୀରକୁ ନେଇ ମିଛ ପ୍ରଚାର କରିବାକୁ ଚେଷ୍ଟା ଚଳାଇଛି ପଡୋଶୀ ଦେଶ । ଏନେଇ ପାକିସ୍ତାନ ସରକାର ପୂରା ବିଶ୍ବରେ ଥିବା ସମସ୍ତ ଦୂତାବାସ ଏବଂ ହାଇକମିସନକୁ ଏକ ସିକ୍ରେଟ୍ ନୋଟିସ୍ ଜାରି କରିଛି । ଏଥିରେ କାଶ୍ମୀରକୁ ନେଇ ଭାରତକୁ ବଦନାମ କରିବାକୁ  ପ୍ଲାନିଂ ରଚିଛି । ଯାହାକୁ ଭାରତୀୟ ଗୁଇନ୍ଦା ଏଜେନ୍ସି ପର୍ଦ୍ଦାଶାଫ୍ କରିଛି ।

ସୂଚନା ଅନୁଯାୟୀ, ପାକିସ୍ତାନ ପ୍ରତିବର୍ଷ ଫେବ୍ରୁଆରୀ ୫ ତାରିଖରେ କାଶ୍ମୀର ଏକତା ଦିବସ ପାଳନ କରିଥାଏ । ଆଜିର ଦିନରେ ବିଶ୍ବ ସ୍ତରରେ ଭାରତକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ରଚିଥିଲା । ଭାରତ ବିରୋଧରେ ଆନ୍ୟଦେଶମାନଙ୍କୁ ଉସୁକାଇବାକୁ ପ୍ଲାନ୍ କରିଥିଲା । ଏନେଇ ଇସଲାମାବାଦ ଇ-ମେଲ୍ ଓ ଫାକ୍ସ ମାଧ୍ୟମରେ ସିକ୍ରେଟ୍ ଚିଠି ବିଦେଶରେ ଥିବା ସମସ୍ତ ଦୂତାବାସ ଓ ହାଇକାମିସନକୁ ପଠାଇଛି । କାଶ୍ମୀରରେ ମାନବାଧିକାର ନଷ୍ଟ ହେଉଥିବା ନେଇ ମିଛ ପ୍ରଚାର କରିବାକୁ ଉଦ୍ୟମ ଚଳାଇଛି ।

ଆମେରିକାରେ ଅବସ୍ଥିତ ପାକିସ୍ତାନ ଦୂତାବାସ ଏନେଇ ଏକ ଓ୍ବେବିନାର ଆୟୋଜନ କରିଥିଲା । ପାକିସ୍ତାନର ଅର୍ଥନୈତିକ ଏବଂ ବ୍ରଡ୍‌କାଷ୍ଟିଂ ମନ୍ତ୍ରଣାଳୟ  କାଶ୍ମୀରକୁ ନେଇ ମିଛ ପ୍ରୋପଗେଣ୍ଡା ପୋଷ୍ଟର ମଧ୍ୟ ଜାରି କରିଛି । ଏହାକୁ ଟ୍ବିଟରରେ ଟ୍ରେଣ୍‍ଡ କରି କିଛି ଦେଶମାନଙ୍କୁ ମଧ୍ୟ ଟ୍ୟାଗ୍ କରିଥିଲୋ । ଯାହା ଉପରେ ଭାରତୀୟ ଗୁଇନ୍ଦା ଏଜେନ୍ସି ନଜର ରଖିଛି ।

ପାକିସ୍ତାନ ଏହି ଷଡଯନ୍ତ୍ର ଏଭଳି ସମୟରେ ରଚିଛି, ଯେଉଁ ସମୟରେ ଇସଲାମାବାଦ ଆର୍ଥିକ ସଂକଟରେ ବୁଡ଼ି ରହିଛି । ଖାଦ୍ୟ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଛି । ଦେଶରେ ବିଦେଶୀ ପାଣ୍ଠି ଶେଷ ହେବାରେ ଲାଗିଛି । ଦେଶବାସୀଙ୍କୁ ଲୁଟିବାରେ ଲାଗିପଡ଼ିଛନ୍ତି ସରକାରଙ୍କ କିଛି ରାଜନେତା ଓ ଆର୍ମି ଜେନେରାଲ୍ ।

   Related Posts