Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓଃ ଇଏ କ’ଣ ! ଲାଇଭ କନ୍ଫରେନ୍ସରେ ବିଲେଇ ହେଲେ ପାକିସ୍ତାନୀ ନେତା : ଭିଡିଓ ଭାଇରାଲ

15/06/2019 at 6:17 PM

କେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓଲଟା ସିଧା କାମ କାମ କରି ସୋସିଆଲ ମିଡ଼ିଆରେ ଅପମାନିତ ହେଉଛନ୍ତି ତ ପୁଣି କେତେବେଳେ ତାଙ୍କ ଦଳର ନେତାମାନେ । ସୋସିଆଲ ମିଡ଼ିଆରେ ଇମ୍ରାନ ଖାନଙ୍କ ଦଳର ନେତାଙ୍କୁ ଖୁବ ପରିହାସ କରାଯାଇଛି । ଇମ୍ରାନ ଖାନ ପ୍ରୋଟୋକଲ ଭାଙ୍ଗିବା ପରେ ପାକିସ୍ତାନର ଥଟ୍ଟା ଉଡାଇବା ଦାୟିତ୍ୱ ତାଙ୍କ ଦଳର ନେତାମାନେ ନେଇଛନ୍ତି । ପାକିସ୍ତାନର ଖୈବର ପ୍ରାନ୍ତର ନେତା ଶୌକତ ୟୁସୁଫଜାଇଙ୍କ ଭିଡିଓ କେଟ୍ ଫିଲ୍ଟର ସହ ସାମ୍ବାଦିକ ସମ୍ମିଳନୀରେ ଦେଖାଦେଇଥିଲା । ଭିଡିଓ ଦେଖି ଲୋକେ ପରିହାସ କରି ନେତାଙ୍କ ନାନା କଥା କହିଥିଲେ । ଇମ୍ରାନ ଖାନଙ୍କ ଦଳର ସରକାର ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହି ଆସୁଛି ।

ଭିଡିଓରେ କେଟ୍ ଫିଲ୍ଟର ଥିବା ଯୋଗୁଁ ଶୌକତ ଲାଇଭ କନଫରେନସିଂରେ ବିଲେଇ ଭଳି ଦିଶୁଥିଲେ । ତାଙ୍କ ମୁଣ୍ଡରେ ବିଲେଇ ଭଳି ଦୁଇଟି କାନ ଥିଲା । ପାକିସ୍ତାନୀ ନେତାଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

କେଟ୍ ଫିଲ୍ଟର ଏକ ପ୍ରକାର ଆପ୍ଲିକେସନ । ଲୋକେ ନିଜର ମଜାଳିଆ ଫଟୋ ଉଠାଇବା ପାଇଁ ଏହି ଆପ୍ଲିକେସନ ବ୍ୟବହାର କରିଥାନ୍ତି ।

ଖୈବର ପ୍ରାନ୍ତର କ୍ୟାବିନେଟ ବୈଠକରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । କିନ୍ତୁ ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ କେବଳ ମଜାକ ଉଡ଼ାଇଲେ । ପାକିସ୍ତାନୀ ସାମ୍ବାଦିକ ନାୟଲା ଇନାୟତ ପ୍ରଥମେ ଏହି ଭିଡିଓ ଦେଖିଥିଲେ । ଏହାପରେ ଫେସବୁକରେ ସାମ୍ବାଦିକ ସମ୍ମିଳନୀକୁ ଲାଇଭ ଦେଖୁଥିବା ଲୋକଙ୍କ ନଜର ଏହା ଉପରେ ପଡିଥିଲା । ଏହାପରେ ଲୋକେ ମେସେଜ ଜରିଆରେ ଆଡମିନଙ୍କୁ କେଟ୍ ଫିଲ୍ଟର ବନ୍ଦ କରିବା ପାଇଁ କହିଥିଲେ ।

ଭିଡିଓ ଭାଇରାଲ ହେବାପରେ ମନସୁର ଅଲ୍ଲୀ ନାମକ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ଯେ, ଖୈବର ସରକାରଙ୍କ ସୋସିଆଲ ମିଡ଼ିଆ ଅନୁଯାୟୀ ଏବେ କ୍ୟାବିନେଟରେ ବିଲେଇକୁ ମଧ୍ୟ ସାମିଲ କରାଯାଇଛି ।

   Related Posts