scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାକିସ୍ତାନରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା, ୨୦୨୪ ଜାନୁଆରୀରେ ଭୋଟ୍‌

21/09/2023 at 8:01 PM

Pakistan's general elections in January 2024, announces poll body

ଇସ୍‌ଲାମାବାଦ: ପାକିସ୍ତାନରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇଛି। ୨୦୨୪ ଜାନୁଆରୀ ମାସରେ ନିର୍ବାଚନ ହେବ ବୋଲି ଗୁରୁବାର ପାକିସ୍ତାନ ଇଲେକ୍ସନ କମିଶନ(ଇସିପି) ଘୋଷଣା କରିଛନ୍ତି। ତେବେ ତା ପୂର୍ବରୁ ଇସିପି ନିର୍ବାଚନ ମଣ୍ଡଳୀର ପିରିସୀମା ନିର୍ଦ୍ଧାରଣ କରିବ। ସେପ୍ଟେମ୍ବର ୨୭ ତାରିଖରେ ପରିସୀମା ପ୍ରାଥମିକ ରିପୋର୍ଟ ଦିଆଯିବ ବୋଲି ପାକିସ୍ତାନ ଗଣମାଧ୍ୟମ ଦ ଡିନ୍‌ରେ ଖବର ପ୍ରକାଶ ପାଇଛି।

ପରିସୀମାର ପ୍ରାଥମିକ ରିପୋର୍ଟ ଉପରେ ଆପତ୍ତି ଅଭିଯୋଗ ଶୁଣି ବିଚାର କରିବା ପରେ ନଭେମ୍ବର ୩୦ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ହେଲେ ପରିସୀମା ମାପିବାର ସମୟସୀମା ହ୍ରାସ କରିବାକୁ ପାକିସ୍ତାନର ରାଜନୈତିକ ଦଳଗୁଡ଼ିକ ଇସିପି ଉପରେ ଚାପ ପକାଉଛନ୍ତି।

୫୪ ଦିନ ପାଇଁ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଜାନୁଆରୀ ଶେଷ ସପ୍ତାହରେ ଭୋଟ୍ ପଡ଼ିବ। ନିର୍ବାଚନ ପାଇଁ ପାକିସ୍ତାନୀ ଲୋକସଭାକୁ ଅଗଷ୍ଟ ୯ ତାରିଖରେ ଭଙ୍ଗ କରାଯାଇଛି। ତେବେ ସଂସଦ କାର୍ଯ୍ୟକାଳ ଭଙ୍ଗ କରିବା ପୂର୍ବରୁ ପାକିସ୍ତାନର ଶେହେବାଜ ଶରିଫ ସରକାର ନୂଆ ଗଣନା କରିବା ପରେ ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ।

ସୂଚନା ଥାଉକି ପାକିସ୍ତାନର ନିୟମ ଅନୁସାରେ ସଂସଦ ଭଙ୍ଗ ହେବାର ୯୦ ଦିନ ଭିତରେ ନିର୍ବାଚନ ହେବା ଉଚିତ। ତେବେ ଶେହେବାଜ ସରିଫଙ୍କର ଆବଭାବରୁ ନିର୍ବାଚନ ବିଳମ୍ବ ହେବାର ସ୍ଥିତି ଦେଖା ଦେଇଥିଲା। ତେଣୁ ଇସିପିର ପରିସୀମାରେ ବିଳମ୍ବ ହେଇପାରେ।

ଏଥର ପାକିସ୍ତାନ ନିର୍ବାଚନ ରୋଚକ ହେବ। ଇମ୍ରାନ ସରକାରଙ୍କ ପତ୍ତନ ପରେ ଶେହେବାଜ ସରିଫଙ୍କ ସରକାର ଆସିଥିଲା। ହେଲେ ଦେଶରେ ମହଙ୍ଗା ସ୍ଥିତି ଓ ଦାରିଦ୍ରତାକୁ ଦୂର କରିବାରେ ବିଫଳ ହୋଇଥିଲେ ସରିଫ। ପାକିସ୍ତାନର ଅର୍ଥନୀତିର ସ୍ଥିତି ସାଂଘାତିକ ହୋଇଯାଇଛି। ଜନତା ତ୍ରାହୀ ତ୍ରାହୀ ଡାକୁଛି। ସେପଟେ ଇମ୍ରାନଙ୍କ ବିରୁଦ୍ଧରେ ଏକାଧିକ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଇମ୍ରାନ୍‌ଙ୍କୁ ଜେଲ୍‌ରେ ବି ରଖାଯାଇଛି। ତେଣୁ ନିର୍ବାଚନରେ ପାକିସ୍ତାନ ଲୋକେ କେଉଁ ଆଡ଼କୁ ଯିବେ ଇମ୍ରାନ୍‌ ନା ପୁଣି ସରିଫଙ୍କ ଉପରେ ହରସା ରଖିବେ ତାହା ଦେଖିବା ରୋଚକପୂର୍ଣ୍ଣ ହେବ।  

   Related Posts