Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

‘ଆମେ ଦେବାଳିଆ ହୋଇସାରିଛୁ’, ମାନିଗଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

18/02/2023 at 7:05 PM

khwaja asif

ନୂଆଦିଲ୍ଳୀ, ୧୮/୦୨:  ଆର୍ଥିକ ସଙ୍କଟ ସହ ଜୁଝୁଛି ପାକିସ୍ତାନ। ନଗଦ ହ୍ରାସ, ଦରବୃଦ୍ଧି ସହ ଆର୍ଥିକ କ୍ଷତିର ସାମ୍ନା କରୁଥିବା ପାକିସ୍ତାନର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଦରବୃଦ୍ଧି ଏଭଳି ଭାବରେ ବଢ଼ିଛି ଯେ ଦେଶବାସୀ ଖାଦ୍ୟ ପାଇଁ ଅନେକ ଅସୁବିଧାର ସାମ୍ନା କରୁଛନ୍ତି। ଏହାରି ମଧ୍ୟରେ ପାକିସ୍ତାନ ରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ପାକିସ୍ତାନ ରକ୍ଷାମନ୍ତ୍ରୀ ଖ୍ବାଜା ଆସିଫଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ ପାକିସ୍ତାନର ଆର୍ଥିକ ସ୍ଥିତିକୁ ନେଇ ବୟାନ ଦେଇଛନ୍ତି।

ପିଏମଏଲ-ଏନ ନେତା ଏବଂ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ସିୟାଲକୋଟରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ଦେଇ ପାକିସ୍ତାନର ଆର୍ଥିକ ସ୍ଥିତି ସଂପର୍କରେ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ପାକିସ୍ତାନ ଦେବାଳିଆ ହେଉନାହିଁ ବରଂ ହୋଇଯାଇଛି। ଆମେ ଦେବାଳିଆ ଦେଶରେ ରହୁଥିବା ବ୍ୟକ୍ତି।

ନିଜ ଭାଷଣ​ରେ ଖ୍ବାଜା ଆସିଫ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ଉପରେ ମଧ୍ୟ ଖୁବ୍ ବର୍ଷିଥିଲେ। ସେ ଇମ୍ରାନଙ୍କ ଉପରେ ଅଭିଯୋଗ ଆଣିଛନ୍ତି ଯେ ଇମରାନ ପାକିସ୍ତାନରେ ଆତଙ୍କବାଦ ଫେରିବାକୁ ଅନୁମତି ଦେଇଥିଲେ। ଇମରାନ ଖାନ ଏଭଳି ଖେଳ ଖେଳିଛନ୍ତି ଯେ ଏବେ ଆତଙ୍କବାଦ ଆମର ଭାଗ୍ୟ ହୋଇଯାଇଛି ବୋଲି କହିଛନ୍ତି ଖ୍ବାଜା। ଯେଉଁଥିରେ ଖ୍ବାଜା ଆସିଫ୍ କହିଛନ୍ତି ଯେ ଆମର ସମସ୍ୟାର ସମାଧାନ ଦେଶରେ ଅଛି କିନ୍ତୁ ଆମେ ଏଥିପାଇଁ ଆଇଏମଏଫ୍‌କୁ ଦେଖୁଛୁ।

ପ୍ରକୃତରେ ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାରରେ ଲଗାତାର ହ୍ରାସ ହେଉଛି। ଏବେ ଏହା ୩ ବିଲିୟନ ଡଲାର ତଳେ ପହଞ୍ଚିଛି। ଆମଦାନୀ ହିସାବରେ ଦେଖିଲେ ମାତ୍ର ତିନି ସପ୍ତାହ ପାଇଁ ଖାଦ୍ୟ ଆମଦାନୀ କରିହେବ। ଏମିତିରେ ପାକିସ୍ତାନ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍‌) ଉପରେ ସହାୟତା ପାଇଁ ନିର୍ଭର କରିଛି। କିନ୍ତୁ ଏଥିରେ ବାରମ୍ବାର ବିଳମ୍ବ ହେଉଛି।

   Related Posts