‘ବନ୍ୟା ବିତ୍ପାତରୁ ପାକିସ୍ତାନକୁ ରକ୍ଷା କରିବା ପାଇଁ ଆପଣଙ୍କ ସହାୟତାର ଆବଶ୍ୟକ ରହିଛି’: ବିଶ୍ବ ସମୁଦାୟକୁ ବିଲାବଲଙ୍କ ଅପିଲ୍

Published By : Prameya-News7 Bureau | December 20, 2022 IST

ନୂଆଦିଲ୍ଳୀ, ୨୦/୧୨: ବନ୍ୟା ପରିସ୍ଥିତିରୁ ବାହାରିବା ପାଇଁ ବିଶ୍ବ ସମୁଦାୟକୁ ପାକିସ୍ତାନର ଅପିଲ୍। ଆସନ୍ତା ମାସରେ ହେବାକୁ ଥିବା ମିଳିତ ଜାତିସଂଘର ବୈଠକ ପୂର୍ବରୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀ ଦେଶଙ୍କୁ ପ୍ରଳୟଙ୍କରୀ ବନ୍ୟା ସ୍ଥିତିରୁ ପାଇଁ ସାହାଯ୍ୟ ପାଇଁ କହିଛନ୍ତି। ଆମଦାନୀରେ ଅସୁବିଧା, ଡଲାର ଅଭାବ ଏବଂ ଆଇଏମଏଫ୍‌ର ଋଣ ଦେବା ପ୍ରକ୍ରିୟାରେ ବିଳମ୍ବ ଭଳି ଆର୍ଥିକ ସଙ୍କଟର ସାମ୍ନା କରୁଛି। ନିବେଶକମାନେ ଦେଶର ଋଣ ସାର୍ମଥ୍ୟକୁ ନେଇ ଚିନ୍ତିତ ଅଛନ୍ତି।

ପାକିସ୍ତାନରେ ଜୁନ୍-ଜୁଲାଇରେ ହୋଇଥିବା ଭୟଙ୍କର ବନ୍ୟାରେ ୧୭୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ବନ୍ୟା ଯୋଗୁଁ ଦେଶର ଅର୍ଥନୀତିକୁ ୩୨ ବିଲିୟନ ଡଲାରର କ୍ଷତି ହୋଇଛି । ବନ୍ୟାରେ ଦେଶର ଅନେକ ସଡ଼କ, ପୋଲ, ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଥିଲା। ଅବଶ୍ୟ ପାକିସ୍ତାନକୁ ବିଶ୍ବରୁ ଅନେକ ସହଯୋଗ ମିଳିଥିଲା। ଖାଦ୍ୟ, ଔଷଧ ଏବଂ ଆର୍ଥିକ ସହାୟତା ମିଳିଥିଲେ ମଧ୍ୟ ପାକିସ୍ତାନ ଏବେବି ଅନ୍ୟ ଦେଶଠାରୁ ସାହାଯ୍ୟ ମାଗିଛି।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ଆମେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ସ୍ଥିତିରେ ରହିଛୁ। ଯେଉଁଠାରେ ଆମେ ଦେଶର ଅର୍ଥନୀତିକୁ ସଜାଡ଼ିବା ସହ ଲୋକଙ୍କୁ ଆଶ୍ବସ୍ତି ପାଇଁ ଚେଷ୍ଟା କରୁଛୁ। ଏହା ସହ ପୁନଃନିର୍ମାଣ ଏବଂ ଥଇଥାନ ପାଇଁ ଚେଷ୍ଟା ଜାରିରଖିଛୁ। ଅଧିକ ଋଣ ଆଇଏମଏଫ ସହ କଥାବାର୍ତ୍ତା ମଧ୍ୟ ଜାରି ରହିଛି। ପାକିସ୍ତାନରେ ଏବେବି ଲୋକଙ୍କୁ ସାହଯ୍ୟର ଆବଶ୍ୟକତା ରହିଛି। ସେ ଆହୁରି କହିଛନ୍ତି ଏହା ଦୁର୍ଭାଗ୍ୟଜନକ ଯେ କ୍ୟାମେରା ହଟିବା ପରେ ଲୋକଙ୍କ ଧ୍ୟାନ ମଧ୍ୟ ଏଠାରୁ ହଟିଛି। କିନ୍ତୁ ସତ ହେଉଛି ଏବେବି ଦେଶରେ ଏବେବି ଅନେକ ସ୍ଥାନ ବନ୍ୟା ପ୍ରଭାବିତ ହୋଇରହିଛି । ଆମକୁ ଆପଣଙ୍କ ସହାୟତା ଆବଶ୍ୟକତା ରହିଛି।

ସେପଟେ ପାକିସ୍ତାନରେ ନୂଆ ରାଜନୀତିକ ଅନିଶ୍ଚିତତା ଦେଖିବାକୁ ମିଳୁଛି। ବିରୋଧୀ ସଦସ୍ୟ ଇମ୍ରାନ ଖାନ୍ ଚଳିତ ସପ୍ତାହରେ ହେବାକୁ ଥିବା ଚାରି ବିଧାନସଭା ଅଧିବେଶନ ମଧ୍ୟରୁ ଦୁଇ ସେସନ ଭଙ୍ଗ କରିବାକୁ ଯୋଜନା କରିଛନ୍ତି। ଫଳରେ ସରକାରଙ୍କୁ ନୂଆ ନିର୍ବାଚନ ଘୋଷଣା କରିବା ପାଇଁ ବାଧ୍ୟ କରାଯାଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.