Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ARYର ଲାଇସେନ୍ସ ବାତିଲ୍, ପ୍ରସାରଣ କରିଥିଲା ଇମ୍ରାନଙ୍କ ଭାଷଣ

6/03/2023 at 9:31 PM

ନୂଆଦିଲ୍ଲୀ: ପାକିସ୍ତାନର ମିଡିଆ ନିୟାମକ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଷଣକୁ ପ୍ରସାରଣ କରିବା ଉପରେ ରୋକ ଲଗାଇଥିଲା । ଏହାରି ଭିତରେ ଦେଶର ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲ ଏଆରୱାଇ ସୋମବାର ତାଙ୍କର ଗୋଟିଏ ଭାଷଣ ପ୍ରସାରଣ କରିଥିଲା, ତେବେ ଏହାର କିଛି ଘଣ୍ଟା ପରେ ହିଁ ଟିଭି ଚ୍ୟାନେଲର ଲାଇସେନ୍ସକୁ ବାତିଲ କରି ଦିଆଯାଇଛି ।

ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ରେଜୁଲେଟରି ଅଥରିଟି (ପିଇଏମଆରଏ) କହିଛି ଯେ ରବିବାର ରାତିରେ ଟିଭିରେ ଇମ୍ରାନ ଖାନଙ୍କ ଭାଷଣର ସିଧାପ୍ରସାରଣ ଏବଂ ରେକର୍ଡ କରାଯାଇଥିବା ଭାଷଣକୁ ପ୍ରସାରଣ କରିବା ଯୋଗୁଁ ବ୍ୟାନ କରାଯାଇଛି । ଏଆରୱାଇ ଚ୍ୟାନେଲ ଇମ୍ରାନ ଖାନଙ୍କ ପକ୍ଷରେ ଖବର ପ୍ରସାରଣ ନେଇ ଜଣାଯାଏ ଏବଂ ବ୍ରଡକାଷ୍ଟର ବିରୋଧରେ ଅତୀତରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପେମରା ପୂର୍ବରୁ ଏକ ନିର୍ଦ୍ଦେଶରେ କହିଥିଲା ଯେ, ‘ଏହା ନଜରକୁ ଆସିଛି ଯେ ଇମ୍ରାନ ଖାନ ନିଜ ଭାଷଣ ଏବଂ ବୟାନରେ ଲଗାତାର ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି ଏବଂ ଦେଶର ସଂସ୍ଥା ଏବଂ ଅଧିକାରୀଙ୍କ ବିରୋଧରେ ବୟାନ ଦେଇ ଅଭଦ୍ରାମୀ ପ୍ରସାର କରୁଛନ୍ତି । ଏଥିପାଇଁ ସମସ୍ତ ସାଟେଲାଇଟ୍ ଟିଭି ଚ୍ୟାନେଲରେ ଇମ୍ରାନ ଖାନଙ୍କ ଭାଷଣର ପ୍ରସାରଣ ଏବଂ ପୁନଃପ୍ରସାରଣ ଉପରେ ତତ୍କାଳ ପ୍ରଭାବରୁ ପ୍ରତିବନ୍ଧକ କରାଯାଉଛି’ ।  

   Related Posts