ବ୍ୟାଟ୍କୁ ମାଇକ୍ରୋଫୋନ କରି ଗୀତ ଗାଇଲେ ପାକ୍ ମହିଳା କ୍ରିକେଟର, ବିଗିଡି ଗଲେ ପ୍ରଂଶସକ
20/02/2020 at 4:12 PM

ନୂଆଦିଲ୍ଲୀ୨୦/୨: ବ୍ୟାଟ୍ ଧରି ଗୀତ ଗାଇଲେ ପାକିସ୍ତାନ ମହିଳା କ୍ରିକେଟର୍। ଅଷ୍ଟ୍ରେଲିଆରେ ଆଇସିସି ମହିଳା ଟି-୨୦ ବିଶ୍ବକପ ଖେଳ ଆରମ୍ଭ ହେବାକୁ ଯାଉଛି। ସେଥିପାଇଁ ସବୁ ମହିଳା କ୍ରିକେଟ ଟିମ୍ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଲେଣି। ଏହି ସମୟରେ ସୋସିଆଲ ମିଡିଆରେ ପାକିସ୍ତାନ ମହିଳା କ୍ରିକେଟରଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ପାକିସ୍ତାନୀ ପ୍ରଂଶସକମାନେ ପାକ୍ ମହିଳା ଖେଳାଳିଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

ଇଭେଣ୍ଟରେ ମହିଳା ଖେଳାଳିମାନେ ବ୍ୟାଟ୍ ଧରି ଗୀତ ଗାଇବା ସହ ଡ୍ୟାନ୍ସ ମଧ୍ୟ କରିଥିଲେ। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଆରମ୍ଭ ହୋଇଥିଲା ଟ୍ରୋଲ। ପାକିସ୍ତାନ ମହିଳା କ୍ରିକେଟ ଟିମ୍ର ଖେଳାଳି ଇରମ୍ ଜାଭେଦ ବ୍ୟାଟ୍ ଧରି ଗୀତ ଗାଇବାର ଦୃଶ୍ୟର ଭିଡିଓରେ ରହିଛି। ଏହି ଭିଡିଓ ସେୟାର କରିବା ବେଳେ ଆଇସିସି ପୋଷ୍ଟରେ ଇରମ୍ଙ୍କୁ ରକଷ୍ଟାର ବୋଲି ଲେଖି ଦେଇଥିଲା।

ଏହି ଭିଡିଓ ପୂରା ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଥିଲା। କିଏ କିଏ ମହିଳା ଖେଳାଳିଙ୍କୁ ରାକ୍ଷସୀ କହୁଥିବା ବେଳେ କିଏ କିଏ ସେମାନଙ୍କୁ ଚିୟର ଲିଡର ବୋଲି କହି ସମ୍ବୋଧନ କରିଥିଲେ। ସେହିପରି ଆଉ ଜଣେ ୟୁଜର୍ସ ଲେଖିଥିଲେ ଯେ କ୍ରିକେଟ୍ ଖେଳ ଶିଖିବା ଉଚିତ୍। କିନ୍ତୁ ଅନ୍ୟ କାମରେ ପୂରା ଏକ୍ସପର୍ଟ। ସେହିପରି ହରିଶ୍ ନାମକ ୟୁଜର୍ସ ଲେଖିଛନ୍ତି ଯେ ମହିଳାଙ୍କୁ ଏହି କାମ ଶୋଭା ଦେଉ ନାହିଁ। ଏହା ଡ୍ୟାନ୍ସ ପାର୍ଟି ନା ଆଇସିସି ଇଭେଣ୍ଟ ବୋଲି ହରିଶ୍ ପ୍ରଶ୍ନ କରିଛନ୍ତି।
