scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତରେ ପ୍ରବେଶ କରିବା ପୂର୍ବରୁ ସୀମାକୁ ଭାରତୀୟ ଭଳି ସଜା ଯାଇଥିଲା: ଗୁଇନ୍ଦା ସୂତ୍ରରୁ ସୂଚନା

19/07/2023 at 10:22 PM

ନୂଆଦିଲ୍ଲୀ: ସନ୍ଦେହରେ ସୀମା। ପ୍ରେମରେ ପଡ଼ି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରକୁ ନେଇ ବଢ଼ୁଛି ସନ୍ଦେହ। ସତରେ ପ୍ରେମ ଚକ୍କର ନା ପାକିସ୍ତାନ ଗୁପ୍ତଚର। ଏବେ ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ସୀମାଙ୍କୁ ସନ୍ଦେହକୁ ଦ୍ୱୀଗୁଣିତ କରିଛି।

ନେପାଳ ଦେଇ ଭାରତ ଆସିଥିବା ସୀମାଙ୍କୁ ଭାରତୀୟଙ୍କ ଭଳି ସଜେଇ ହେବାକୁ ସହଯୋଗ କରାଯାଇଥିଲା। ସେ ଯେମିତି ଭାରତୀୟ ନାରୀଙ୍କ ପରି ଦେଖାଯିବେ ଏଥିପାଇଁ ତାଙ୍କୁ ପୂରା ଯୋଜନା ମୁତବାକ ସଜବାଜ କରାଯାଇଥିଲା ବୋଲି ସୂଚନା ମିଳିଛି। ପାକିସ୍ତାନୀ ସୀମା ଓ ଭାରତର ସଚିନ ମୀନାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପବଜୀ ଖେଳରୁ ପ୍ରେମ। ଏହାପରେ ମେ ମାସରେ ସୀମା ଓ ସଚୀନ ନେପାଳ ଦେଇ ଭାରତ ଆସିଥିଲେ।

ପଢ଼ନ୍ତୁ-ସୀମା ହାଇଦରଙ୍କୁ ଦକ୍ଷିଣପନ୍ଥୀଙ୍କ ଚରମ ଚେତାବନୀ, ୭୨ ଘଣ୍ଟାରେ ଦେଶ ଛାଡ଼ ନହେଲେ…

ଦୁଇ ଜଣ ଯେମିତି ସୁରକ୍ଷା କର୍ମୀ ଯାଞ୍ଚରେ ଧରା ନ ପଡ଼ନ୍ତି ଏଥିପାଇଁ ସୀମା ଓ ତାଙ୍କର ୪ ପିଲାଙ୍କୁ ଭାରତୀୟଙ୍କ ବେଶରେ ସଜା ଯାଇଥିଲା। ଟ୍ରେଣ୍ଡ ଲୋକମାନେ ସୀମାଙ୍କୁ ଏଥିରେ ସହଯୋଗ କରିଥିଲେ। ମହିଳା ଚାଲାଣ ପାଇଁ ଏଭଳି ସାଜସଜା କରାଯାଏ ବୋଲି ଗୁଇନ୍ଦା ସୂଚନା ମିଳିଛି। ସୀମାଙ୍କ ବେଶଭୂସା ସହିତ ତାଙ୍କ ଭାଷାର ପାରଦର୍ଶିତାକୁ ମଧ୍ୟ ସୁରକ୍ଷା କର୍ମୀମାନେ ଗୁରୁତର ସହ ନେଇଛନ୍ତି। କାରଣ ସୀମା ଯେଉଁଭଳି ଭାବରେ ଅନର୍ଗଳ କଥା ହେଉଛନ୍ତି, ତାଙ୍କ ଭାଷରେ ଯେଉଁଭଳି ଚତୁରତା ପରିଲଖିତ ହେଉଛି, ଲାଗୁଛି ନେପାଳରେ ତାଙ୍କୁ ପାକିସ୍ତାନୀ ଏକ୍ସପର୍ଟମାନେ ଟ୍ରେନିଂ ଦେଇଛନ୍ତି। ଫଳରେ ସେ ଭାରତ ଆସି ତାଙ୍କ ଚକ୍ରାନ୍ତ ଚଳାଇପାରିବେ। ନେପାଳରେ ଥିବା ଏହିଭଳି ପାକିସ୍ତାନୀ ଟ୍ରେନର ମାନେ ମଧ୍ୟ ରାଡାରରେ ଅଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଛି।  

ପାକିସ୍ତାନୀ ସେନା ଓ ତାଙ୍କର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ସୀମାଙ୍କର ଲିଙ୍କ୍ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଏନେଇ ସୀମା ଏଟିଏସ୍‌ର ସ୍କାନରେ ରହିଛନ୍ତି। ସେପଟେ ସୀମା ଓ ସଚିନଙ୍କ କହିବା କଥା ହେଲା ଯେ ଉଭୟ ୪ ପିଲା ସହ ମେ ୧୩ ତାରିଖରେ ନେପାଳ ଦେଇ ଭାରତରେ ପ୍ରବେଶ କରିଥିଲେ। ତେବେ ଦୁହିଁଙ୍କର ଏହି ଦାବି ସମ୍ପର୍କରେ ଗୁଇନ୍ଦା ସଂସ୍ଥାକୁ ପ୍ରମାଣ ମିଳିପାରି ନାହିଁ। ଉକ୍ତ ତାରିଖରେ ଭାରତ-ନେପାଳ ସୀମାନ୍ତ ଗାଁ ସୁନୌଲୀ ଓ ସୀତାମାର୍ହିରେ କୌଣସି ତୃତୀୟ ଦେଶର ନାଗରିକଙ୍କର ରହିବାର ଖବର ମିଳିପାରି ନାହିଁ ବୋଲି ଗୁଇନ୍ଦା ସୂତ୍ରରୁ ଖବର ମିଳିଛି। ସୀମା ସଚିନଙ୍କ ସବିଶେଷ ତଥ୍ୟ ଜାଣିବା ପଇଁ ଗୁଇନ୍ଦା ବିଭାଗ ସିସିଟିଭି ଫୁଟେଜ୍ ଚେକ୍ କରିବା ସହ ଉକ୍ତ ରୁଟ୍‌ ଦେଇ ଯାଇଥିବା ଗାଡ଼ିରେ ସମସ୍ତ ଗାଡ଼ିର ତଦାରଖ କରାଯାଉଛି।

ପଢ଼ନ୍ତୁ-ଲହେଙ୍ଗା ପିନ୍ଧି ସୀମା ଲଗାଇଲେ ଠୁମକା, ଭିଡିଓ ଦେଖି ୟୁଜର୍ସ କହିଲେ- ଯଦି ଭାରତରେ ରହିଲେ…

ଭାରତ ଓ ନେପାଳ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ଦୁଇ ଦେଶର ସୀମାନ୍ତ ଅଞ୍ଚଳରେ କୌଣସି ତୃତୀୟ ଦେଶର ନାଗରିକଙ୍କ ଉପସ୍ଥିତି ବିଷୟରେ ସଂପୃକ୍ତ ଦେଶର ପୋଲିସ ଅନ୍ୟ ଦେଶର ଗୁପ୍ତଚର ସଂସ୍ଥାକୁ ସୂଚନା ଦିଏ। ଗୁପ୍ତ ସୂଚନା ପାଇବା ପରେ ଉକ୍ତ ଦେଶର ପୁଲିସ ତଦନ୍ତ ଆରମ୍ଭ କରନ୍ତି।

ସେହି ଅନୁସାରେ ମେ ୧୩ ତାରିଖରେ ନେପାଳ ବର୍ଡରେ ସୀମାଙ୍କ ଉପସ୍ଥିତି ନେଇ କୌଣସି ସୂଚନା ମିଳି ନାହିଁ। ସ୍ୱତନ୍ତ୍ର ମଲ୍‌ଟି-ଟାସ୍କିଂ ଟିମ୍ ଯେଉଁଥିରେ ଗୁଇନ୍ଦା ବିଭାଗର ଅଧିକାରୀ,ସୀମା ଶୁଳ୍କ ଓ ଅପ୍ରବାସନ ବିଭାଗ,ସଶସ୍ତ୍ର ସୀମା ବଳ ଆଦି କେନ୍ଦ୍ରୀୟ ଏଜେନ୍ସି ପାଖରେ ରିପୋର୍ଟ ଦାଖଲ କରିଛନ୍ତି। ମେ ୧୩ ତାରିଖରେ କୌଣସି ତୃତୀୟ ଦେଶର ନାଗରିକର ଉପସ୍ଥିତ ବିଷୟରେ ରିପୋର୍ଟ ନାହିଁ ବୋଲି ଏମାନେ କହିଛନ୍ତି।

ବର୍ତ୍ତମାନ ଦୁଇ ଦେଶର ଚେକ୍‌ପୋଷ୍ଟ ସୁନୌଲୀ, ବହାରିଚ, ଓ ରାକ୍ସୌଲ୍‌ରେ ଯାଞ୍ଚ କରାଯାଉଛି। ସୂଚନା ଥାଉକି, ଜୁଲାଇ ୪ ତାରିଖରେ ସୀମା ହାଇଦରଙ୍କୁ ସ୍ଥାନୀୟ ପୋଲିସ ବେଆଇନ ଭାବେ ଦେଶରେ ପ୍ରବେଶ କରିଥିବା ଅଭିଯୋଗରେ ଗିରଫ କରିଥିଲା ସଚିନ ମୀନାଙ୍କୁ ବି ଗିରଫ କରିଥିଲା ପୁଲିସ। ତେବେ ଜୁଲାଇ ୭ ତାରିଖରେ ଉଭୟଙ୍କୁ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ କରିଥିଲେ। ବର୍ତ୍ତମାନ ସେମାନଙ୍କ ଚାରି ପିଲାଙ୍କ ସହ ଗ୍ରେଟର ନୋଏଡାର ଏକ ଘରେ ରହୁଛନ୍ତି।

ଏହି ଖବରଟିକୁ ପଢ଼ନ୍ତୁ-ସୀମା ହାଇଦରକୁ ପାକିସ୍ତାନ ନ ପଠାଇଲେ ହେବ ୨୬/୧୧ ଭଳି ଆକ୍ରମଣ!

   Related Posts