Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଲାଇଭ ରିପୋର୍ଟିଂ ବେଳେ ବାଳକକୁ ଚାପୁଡା ମାରିଲେ ପାକିସ୍ତାନର ମହିଳା ସାମ୍ୱାଦିକା, ଲୋକେ କହିଲେ ଲେଡି ଚାନ୍ଦ ନୱାବ

12/07/2022 at 6:45 PM

ନୂଆଦିଲ୍ଲୀ: ପାକିସ୍ତାନ ସାମ୍ୱାଦିକମାନେ ବିଭିନ୍ନ ସମୟରେ ନିଜର ରିପୋର୍ଟିଂ ପାଇଁ ଟ୍ରୋଲ ହୋଇଥାନ୍ତି । ପାକିସ୍ତାନ ସାମ୍ୱାଦିକଙ୍କ ରିପୋର୍ଟିଂ ସମୟର ଅନେକ ଭିଡିଓ ଭାଇରାଲ ମଧ୍ୟ ହୋଇଛି । ଏହାରି ଭିତରେ ସୋସିଆଲ ମିଡିଆରେ ପାକିସ୍ତାନର ଜଣେ ମହିଳା ସାମ୍ୱାଦିକଙ୍କ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଲାଇଭ୍ ରିପୋର୍ଟିଂ ବେଳେ ଜଣେ ବାଳକଙ୍କୁ ଚାପୁଡ଼ା ମାରିଛନ୍ତି ପାକିସ୍ତାନର ମହିଳା ସାମ୍ୱାଦିକା । ଯାହାର ଭିଡିଓ ଏବେ ବେଶ ଭାଇରାଲ।

ତେବେ ଏହି ଭିଡିଓଟି ବକରିଦ୍ ଦିନର ହୋଇଥିବା ଜଣାପଡିଛି । ବକରିଦ୍ ଅବସରରେ ରିପୋର୍ଟିଂ ସମୟରେ ମହିଳା ସାମ୍ୱାଦିକାଙ୍କୁ ଚାରିପଟେ ଲୋକମାନେ ଘେରି ରହିଥିଲେ। ଏହି ସମୟରେ ଜଣେ ବାଳକ କ୍ୟାମେରା ଆଗରେ ବାରମ୍ବାର ହାତ ହଲାଉଥିଲେ। ଏଥିରେ ରାଜି ଯାଇ ଲାଇଭ୍‌ରେ ଥାଇ ସେହି ବାଳକକୁ ଏକ ଚାପୁଡ଼ା ମାରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ସୋସିଆଲ ମିଡିଆରେ ଭିଡିଓଟି ପୋଷ୍ଟ ହେବା ପରଠୁ ହଜାର ହଜାର ଲାଇଲ ଏବଂ ଲକ୍ଷ ଲକ୍ଷ ଭିୟୁ ମିଳିସାରିଛି। ତେବେ ମହିଳା ସମ୍ୱାଦିକାଙ୍କ ଏଭଳି ବ୍ୟବହାର ପାଇଁ ଅନେକ ସମାଲୋଚନା ମଧ୍ୟ କରୁଛନ୍ତି। ମାମଲା ବଢିବା ପରେ ପାକିସ୍ତାନର ଏହି ଲେଡି ରିପୋର୍ଟର ମାଇରା ହାସମୀ ସ୍ପଷ୍ଟୀକରଣ ଦେଇଛନ୍ତି। ରିପୋର୍ଟିଂ ସମୟରେ ବାଳକଟି ଗୋଟିଏ ପରିବାକୁ ବିରକ୍ତ କରୁଥିଲା ଏବଂ ଏଥିପାଇଁ ସେ ତାକୁ ଚାପୁଡା ମାରିଥିବା ସେ କହିଛନ୍ତି।

   Related Posts